Advertisment

ବିଶ୍ୱର ପ୍ରଥମ ଦେଶ; ଫ୍ରାନ୍ସରେ ମହିଳାଙ୍କୁ ମିଳିଲା ଗର୍ଭପାତ ଅଧିକାର

ଫ୍ରାନ୍ସ ସଂସଦର ମିଳିତ ଅଧିବେଶନରେ ସାଂସଦମାନେ ମହିଳାଙ୍କ ଗର୍ଭପାତ କରିବାର ଅଧିକାରକୁ ସମର୍ଥନ କରି ଏକ ବିଲ୍ ଅନୁମୋଦନ କରିଛନ୍ତି।

ଅଦ୍ୟତନ ହୋଇଛି
Pregnant Lady

Pregnant Lady

Advertisment

ମହିଳାମାନେ ନିଜ ଶରୀରର ସ୍ୱତ୍ତାଧିକାରୀ। ନିଜ ଶରୀର ସହ କ’ଣ କରିବେ ତାହା ସେମାନେ ସ୍ଥିର କରିବେ। ତେଣୁ ଗର୍ଭବତୀ ମହିଳାମାନେ ଗର୍ଭପାତ କରିବାକୁ ଚାହୁଁଥିଲେ ଏହି ଅଧିକାର ବି ତାଙ୍କର ନିଜସ୍ୱ। ଫ୍ରାନ୍ସ ସଂସଦ ଦେଶର ମହିଳାମାନଙ୍କୁ ଦେଇଛି ଗର୍ଭପାତ ଅଧିକାର। ଏପରି ଆଇନ ପ୍ରଣୟନ କରିବାରେ ଫ୍ରାନ୍ସ ସମଗ୍ର ବିଶ୍ୱର ପ୍ରଥମ ଦେଶ ।

Advertisment

ଫ୍ରାନ୍ସ ସଂସଦର ମିଳିତ ଅଧିବେଶନରେ ସାଂସଦମାନେ ମହିଳାଙ୍କ ଗର୍ଭପାତ କରିବାର ଅଧିକାରକୁ ସମର୍ଥନ କରି ଏକ ବିଲ୍ ଅନୁମୋଦନ କରିଛନ୍ତି। ଏହି ବିଲ୍ ଆଣି ଫ୍ରାନ୍ସ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ଯେଉଁଥିରେ ଗର୍ଭପାତ ଅଧିକାରକୁ ଅନ୍ତର୍ଭୁକ୍ତ କରାଯାଇଛି।

ଫ୍ରାନ୍ସ ସଂସଦରେ ଏହି ବିଲ୍‌ ସପକ୍ଷରେ ୭୮୦ ଭୋଟ ପଡ଼ିଥିବାବେଳେ ଏହା ବିପକ୍ଷରେ ମାତ୍ର ୭୨ ଖଣ୍ଡ ଭୋଟ୍ ପଡ଼ିଥିଲା। ଏହି ବିଲ୍ ଅନୁମୋଦନ ହେବା ପରେ ପ୍ରାୟ ସମଗ୍ର ମିଳିତ ଅଧିବେଶନରେ ଦୀର୍ଘ ସମୟ ଧରି ସାଂସଦମାନେ କରତାଳି ଦେଇ ଏହାକୁ ସ୍ୱାଗତ କରିଥିଲେ। ଏହି ବିଲ୍‌ ଆଇନ୍‌ରେ ପରିଣତ ହେବା ପରେ ଫ୍ରାନ୍ସର ବିଭିନ୍ନ ସ୍ଥାନରେ ସେଲିବ୍ରେଶନ ଆରମ୍ଭ ହୋଇଯାଇଛି।

Advertisment

ଏହି ବିଲ୍‌ ପାସ୍‌ ନିମନ୍ତେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇଥିବା ମହିଳା ଅଧିକାର କର୍ମୀମାନେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ପ୍ରତିଶ୍ରୁତିକୁ ପ୍ରଶଂସାରେ ପୋତି ପକାଇ ଦେଇଛନ୍ତି। ବିଲକୁ ଆଇନଗତ ମାନ୍ୟତା ଦେବା ପାଇଁ ଫ୍ରାନ୍ସ ସମ୍ବିଧାନର ଧାରା ୩୪ ରେ ସଂଶୋଧନ କରାଯାଇଛି। ସଂସଦର ଉଭୟ ଗୃହ, ଜାତୀୟ ସଭା ଏବଂ ସିନେଟରେ ଏହା ଉପସ୍ଥାପିତ ହୋଇଥିବା ବେଳେ ବହୁମତରେ ପାରିତ ହୋଇଛି ।

ମିଳିତ ଅଧିବେଶନରେ ଲୋୟର ହାଉସର ସଂସଦର ବାଚସ୍ପତି ୟେଲ ବ୍ରାଉନ୍-ପିଭେଟ୍ କହିଛନ୍ତି ଯେ, ଏହି ପଦକ୍ଷେପ ନେବାରେ ଫ୍ରାନ୍ସ ହେଉଛି ବିଶ୍ୱର ପ୍ରଥମ ଦେଶ। ସେ କହିଛନ୍ତି ମୁଁ ସଂସଦ ପାଇଁ ଗର୍ବିତ, ଯେଉଁଥିରେ ଆମର ମୌଳିକ ଆଇନରେ ଗର୍ଭପାତ କରିବାର ଅଧିକାର ଅନ୍ତର୍ଭୁକ୍ତ ହୋଇଛି।

ଏହି ବିଲ୍ ପାରିତ ହେବା ପରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଗାବ୍ରିଏଲ୍ ଅଟଲ କହିଛନ୍ତି ଆମେ ସମସ୍ତ ମହିଳାଙ୍କୁ ଏକ ବାର୍ତ୍ତା ଦେଉଛୁ ଯେ ସେମାନେ ନିଜ ସମ୍ପର୍କରେ ସମ୍ପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ଏଥିରେ ଆଉ କେହି ହସ୍ପକ୍ଷେପ କରି ପାରିବେନି ।

France Abortion Right Abortion Law
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe