Advertisment

ନେପାଳ ପରେ ଫ୍ରାନ୍ସ ସ୍ଥିତି ଅସମ୍ଭାଳ: ବ୍ୟାପକ ପୋଡ଼ାଜଳା, ଭୟଙ୍କର ବିକ୍ଷୋଭ

ପୋଡ଼ାଜଳା ଓ ଭଙ୍ଗାରୁଜା ଯୋଗୁ ପୁଲିସ୍‌ ୨୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିସାରିଲାଣି। ତଥାପି ହଜାର ହଜାର ଲୋକ ବ୍ଲକ ଏଭ୍ରିଥିଙ୍ଗ ବ୍ୟାନର ତଳେ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇବାରେ ଲାଗିଛନ୍ତି।

France

France

Advertisment

ନେପାଳର ଜେନ ଜେଡ ବିକ୍ଷୋଭ ଯେଉଁ ଭଳି ହିଂସାତ୍ମକ ରୂପ ନେଇଥିଲା ଏବେ ୟୁରୋପୀୟ ଦେଶ ଫ୍ରାନ୍ସରେ ସମାନ ସ୍ଥିତି ଦେଖାଯାଇଛି। ଦେଶବ୍ୟାପୀ ଆନ୍ଦୋଳନ ସ୍ଥିତିକୁ ଅସମ୍ଭାଳ କରିଛି। ବୁଧବାର ବିକ୍ଷୋଭକାରୀ ଓ ପୁଲିସ୍‌ ମଧ୍ୟରେ ଦେଖିବାକୁ ମିଳିଛି ସଂଘର୍ଷ। ଆନ୍ଦୋଳନକାରୀ ରାସ୍ତା ରୋକ କରିଥିବା ବେଳେ ରାଜଧାନୀ ପ୍ୟାରିସ ସମେତ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରିଛନ୍ତି। ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନ ଓ ତାଙ୍କ ସରକାର ବିରୋଧରେ ବଢ଼ୁଥିବା ଜନଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଥିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

Advertisment

ପୋଡ଼ାଜଳା ଓ ଭଙ୍ଗାରୁଜା ଯୋଗୁ ପୁଲିସ୍‌ ୨୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିସାରିଲାଣି। ତଥାପି ହଜାର ହଜାର ଲୋକ ବ୍ଲକ ଏଭ୍ରିଥିଙ୍ଗ ବ୍ୟାନର ତଳେ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇବାରେ ଲାଗିଛନ୍ତି। ଆଭ୍ୟନ୍ତରୀଣ ମନ୍ତ୍ରୀ ବ୍ରୁନୋ ରେଟାଇଲ୍ଲେଙ୍କ କହିବା କଥା ବିକ୍ଷୋଭକାରୀ ରେନ୍ନେସଚ ଠାରେ ଗୋଟିଏ ବସରେ ନିଆଁ ଲଗାଇ ଦେଇଛନ୍ତି। ଦକ୍ଷିଶପଶ୍ଚିମ ପ୍ରାନ୍ତରେ ରେଳ ସେବା ବାଧାପ୍ରାପ୍ତ ହୋଇଛି। ବିକ୍ଷୋଭକାରୀ ଗୋଟିଏ ବିଜୁଳି ଯୋଗାଣ ଲାଇନକୁ ନଷ୍ଟ କରି ଦେଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିକ୍ଷୋଭକାରୀମାନେ ଗୋଟିଏ ବିଦ୍ରୋହ ସ୍ଥିତି ସୃଷ୍ଟି କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି।

ଜଅସନ୍ତୋଷ ବଢ଼ୁଥିବାରୁ ଦେଶବ୍ୟାପି ମାକ୍ରନ ସରକାର ବିପୁଳ ସଂଖ୍ୟାରେ ପୁଲିସ୍‌ ମୁତୟନ କରିଛନ୍ତି। ପ୍ରାୟ ୮୦ ହଜାର ପୁଲିସ୍‌ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ରହିଥିଲେ ହେଁ ହଜାର ହଜାର ଲୋକ ବିକ୍ଷୋଭରେ ସାମିଲ ହୋଇଛନ୍ତି। ସେମାନେ ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଭାଙ୍ଗିଛନ୍ତି, ନିଆଁ ଲଗାଇ ଦେଇ ଭଙ୍ଗାରୁଜା କରିଛନ୍ତି। ପୁଲିସ୍‌ ସେମାନଙ୍କ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ ଓ ପାଣି ମାଡ଼ କରିଥିଲେ ହେଁ କୌଣସି ସୁଫଳ ଏଯାଏ ମିଳିନି। 

Advertisment

ପ୍ୟାରିସରେ ଥିବା ଅଳିଆ ଗଦାରେ ବିକ୍ଷୋଭକାରୀ ନିଆଁ ଲଗାଇଥିବା ବେଳେ ପ୍ରମୁଖ ରାସ୍ତାରେ ଯାତାୟାତ ଠପ ହୋଇଯାଇଛି। ସ୍ଥାନୀୟ ସମୟ ସକାଳ ୯ଟା ସୁଦ୍ଧା ଗିରଫଦାରୀଙ୍କ ସଂଖ୍ୟା ୭୫ ଥିବା ବେଳେ ସମୟକ୍ରମେ ଏହା ୨୦୦ ପାର କରିଛି। ସେହିପରି ଧୀରେଧୀରେ ପୋଡ଼ାଜଳା ଘଟଣା ବି ବଢ଼ି ଚାଲିଛି। ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣା ବଢ଼ିଥିଲେ ହେଁ ପୂରା ଦେଶକୁ ବନ୍ଦ କରିବା ପାଇଁ ବିକ୍ଷୋଭକାରୀ କରିଥିବା ଉଦ୍ୟମ ଏଯାଏ ସଂପୂର୍ଣ୍ଣ ଭାବେ ସଫଳ ହୋଇନାହିଁ।

କ’ଣ ପାଇଁ ଏଭଳି ବିକ୍ଷୋଭ?

ଫ୍ରାନ୍ସରେ ଦେଖାଯାଇଥିବା ରାଜନୀତିକ ହଟଚମଟ ପରେ ଏପରି ଭୟଙ୍କର ବିକ୍ଷୋଭ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ଭାବେ କାମ କରୁଥିବା ଫ୍ରାଙ୍କୋସି ବାୟରୌ ସୋମବାର ସଂସଦରେ ଗୋଟିଏ ଆସ୍ଥା ଭୋଟରେ ପରାସ୍ତ ହୋଇଥିଲେ। ପରାଜୟ ପରେ ସେ ନିଜ ପଦ ଛାଡ଼ିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ସର୍ବସାଧାରଣ ଛୁଟି ହ୍ରାସ ଓ ପେନସନ ବନ୍ଦ କରିଥିଲେ। ଏଥିଯୋଗୁ ଜନଅସନ୍ତୋଷ ବଢ଼ି ଚାଲିଥିଲା।

ବାୟରୌ ଇସ୍ତଫା ଦେବାର ଦିନକ ପରେ ରାଷ୍ଟ୍ରପତି ମାକ୍ରନ ଅତ୍ୟନ୍ତ ଚତୁରତା ସହ ନିଜର ଅତ୍ୟନ୍ତ ଘନିଷ୍ଠ ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିଆନ ଲେକ୍ରୋନୁ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ। ୧୨ ମାସ ମଧ୍ୟରେ ଲେକ୍ରୋନୁ ଫ୍ରାନ୍ସର ୪ର୍ଥ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କିନ୍ତୁ ଏପରି ଦ୍ରୁତ ପରିବର୍ତ୍ତନ କେବଳ ରାଜନୀତିକ ଅସ୍ଥିରତା ସୃଷ୍ଟି କରିବାର ସଙ୍କେତ ନୁହେଁ ବରଂ ଅନେକଙ୍କୁ ଏହା ଅସନ୍ତୁଷ୍ଟ କରିଥିଲା ଓ ମାକ୍ରନ ସରକାର ବିରୋଧରେ ମେଳି ବାନ୍ଧିବାର ସୁଯୋଗ ସୃଷ୍ଟି କରିଛି। 

ବିଭିନ୍ନ ୟୁନିୟନ ଓ ସାମାଜିକ ସଂଗଠନଗୁଡ଼ିକ ଯୁକ୍ତି କରିଛନ୍ତି ଯେ ବେୟରୌଙ୍କ ଇସ୍ତଫା ସେମାନଙ୍କ ଅଭିଯୋଗରେ କୌଣସି ପରିବର୍ତ୍ତନ ଆଣିନାହିଁ। ସେମାନେ ପୂର୍ବରୁ ଯେଉଁ ସମସ୍ୟାର ସାମ୍ନା କରୁଥିଲେ ଏବେ ସେମିତି ସମସ୍ୟାରେ ରହିଛନ୍ତି। ମାକ୍ରନ ସରକାର ଦୁର୍ନୀତି ଓ ଲୋକ ବିରୋଧୀ ନୀତିରେ ଲିପ୍ତ ରହିଥିବା ସେମାନେ କହିଛନ୍ତି। 

ରେଲ ୟୁନିୟ ସୁଡ ରେଲ ଏକ୍ସରେ ପୋଷ୍ଟ କରିଛି ଯେ “ସରକାରର ପତନ ଭଲ। କିନ୍ତୁ ଏହା ଯଥେଷ୍ଟ ନୁହେଁ।” ସରକାରୀ ବିରୋଧୀ ଅସନ୍ତୋଷ ବେଶ କିଛି ମାସ ହେଲା ସୃଷ୍ଟି ହୋଇଥିଲା। The “Bloquons Tout” or “Block Everything” ଭଳି ନାରା ଟିକଟିକରେ ବେଶ ଭାଇରାଲ ହୋଇଥିଲା। ଧୀରେଧୀରେ ଲୋକମାନେ ସରକାର ପରିବର୍ତ୍ତନ ପାଇଁ ଅଣ୍ଟା ଭିଡ଼ି ବୁଧବାର ରାଜରାସ୍ତାକୁ ଓହ୍ଲାଇଛନ୍ତି।

ବିକ୍ଷୋଭକାରୀମାନେ ଷ୍ଟ୍ରାଇକ, ବୟକଟ ଓ ରାସ୍ତା ରୋକ ଭଳି ଆହ୍ୱାନ ଦେଇଛନ୍ତି। ମାକ୍ରନ ସରକାରରେ ଅସମାନତାର ଶିକାର ହୋଇଥିବା ଶ୍ରମିକ, ଶିକ୍ଷାର୍ଥୀ ଓ ସାମାଜିକକର୍ମୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆନ୍ଦୋଳନର କେନ୍ଦ୍ରବିନ୍ଦୁରେ କୌଣସି ଚେହେରା ନାହାନ୍ତି। ଏହାର ନେତୃତ୍ୱ ସମସ୍ତେ ମିଳିତ ଭାବେ ନେଉଛନ୍ତି। ତେଣୁ ଏହାକୁ ପ୍ରତିହତ କରିବା ଏବେ ସରକାରଙ୍କ ପକ୍ଷରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଅନେକ ସଂଗଠନ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଆହ୍ୱାନ ଦେଇଥିବା ବେଳେ ଆଜି ପୋଡ଼ାଜଳା ସମସ୍ତଙ୍କ ନିଦ ହଜାଇ ଦେଇଛି। ବୁଧବାର ପୁଲିସ୍‌ ସହ ସଂଘର୍ଷ ହୋଇଛି ଓ ବିକ୍ଷୋଭକାରୀ ସର୍ବସାଧାରଣ ସମ୍ପତ୍ତି ଭଙ୍ଗାରୁଜା କରିଛନ୍ତି। ଆନ୍ଦୋଳନ ଯୋଗୁ ଯାତାୟାତ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।

ରେଳ ଠାରୁ ଆରମ୍ଭ କରି ବିମାନ ସେବାରେ ବିଭ୍ରାଟ ଦେଖାଯାଇଛି। ସରକାର ସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା କରୁଥିଲେ ହେଁ ଏଯାଏ ସୁଫଳ ମିଳିନି। ବିକ୍ଷୋଭକାରୀ ରାସ୍ତା ରୋକ କରିବା ସହ ଲୋକଙ୍କୁ ବ୍ୟାଙ୍କରୁ ସେମାନଙ୍କ ଟଙ୍କା ଉଠାଇ ଆଣି ସରକାରଙ୍କ ଉପରେ ଚାପ ପକାନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି।

Protest France Emmanuel Macron
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe