France to soon ban Islamic abaya dress in state-run schools
ସ୍କୁଲକୁ ଏବୟା(ମୁସଲିମ୍ ମହିଳା ପିନ୍ଧୁଥିବା ସ୍ୱତନ୍ତ୍ର ପୋଷାକ) ପିନ୍ଧି ଆସିବା ନିୟମକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଫ୍ରାନ୍ସ ସରକାର। ମୁସଲିମ୍ ଛାତ୍ରୀ ଏଣିକି ଆଉ ପାରମ୍ପାରିକ ପୋଷାକ ପିନ୍ଧି ବିଦ୍ୟାଳୟକୁ ଆସିପାରିବେ ନାହିଁ। ସମସ୍ତ ସରକାରୀ ବିଦ୍ୟାଳୟରେ ଏହି ନିୟମ ଲାଗୁ କରାଯିବା ନେଇ ଫ୍ରାନ୍ସ ଶିକ୍ଷା ମନ୍ତ୍ରୀ କହିଛନ୍ତି। ସେପ୍ଟେମ୍ବର 4 ରେ ଖରା ଛୁଟି ପରେ ଏହି ନିୟମ ଲାଗୁ ହେବ।
ଉଲ୍ଲେଖଯୋଗ୍ୟ ଯେ, ବିଦ୍ୟାଳୟ ତଥା ସରକାରୀ ଅଟ୍ଟାଳିକାରେ ଧାର୍ମିକ ପ୍ରତୀକ ଉପରେ ଫ୍ରାନ୍ସର କଡ଼ା ପ୍ରତିବନ୍ଧକ ରହିଛି। ଏହି ଚିହ୍ନଗୁଡିକ ଧର୍ମନିରପେକ୍ଷ ନିୟମକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ଏହି ନିୟମ ଲାଗୁ କରାଯାଇଛି। ୨୦୦୪ ମସିହାରେ ରାଷ୍ଟ୍ରାୟତ୍ତ ବିଦ୍ୟାଳୟରେ ମୁସଲିମ ମହିଳାମାନେ ମୁଣ୍ଡରେ ପିନ୍ଧୁଥିବା କଳା ରଙ୍ଗର ସ୍କାର୍ଫ ପିନ୍ଧିବା ନିଷେଧ ଥିଲା।
ଶିକ୍ଷା ମନ୍ତ୍ରୀ ଗାବ୍ରିଏଲ୍ ଅତ୍ତଲ ଫ୍ରାନ୍ସର ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପୋଷାକ ପରିଧାନକୁ ଦେଖି ଧର୍ମ ଚିହ୍ନଟ କରିବା ଉଚିତ୍ ନୁହେଁ। ଏହି ନିୟମ ଆସିବା ଫଳରେ ଶ୍ରେଣୀ ଗୃହକୁ ପ୍ରବେଶ କରିବା ମାତ୍ରେ କାହାର ପୋଷାକ ଦେଖି ଧର୍ମ ବାରିବା ସମ୍ଭବ ହେବ ନାହିଁ। ଏଥିପାଇଁ ଶ୍ରେଣୀ ଗୃହରେ ସ୍ୱତନ୍ତ୍ର ପୋଷାକ ପରିଧାନକୁ ନିଷିଦ୍ଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ରିପୋର୍ଟ ଅନୁସାରେ, ଫ୍ରାନ୍ସରେ ବିଦ୍ୟାଳୟଗୁଡ଼ିକରେ ଏବୟ ଅଧିକ ପରିଧାନ କରାଯାଏ। ଏହାକୁ ନେଇ ସେଠାରେ ରାଜନୈତିକ ବିବାଦ ମଧ୍ୟ ହୋଇଥାଏ। ଦକ୍ଷିଣପନ୍ଥୀ ଦଳ ଏହି ନିଷେଧାଦେଶକୁ ସମର୍ଥନ କରୁଥିବା ବେଳେ ବାମପନ୍ଥୀ ମୁସଲମାନ ମହିଳା ଓ ବାଳିକାଙ୍କ ଅଧିକାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଆଗକୁ ଏହି ନିୟମ କେତେ କଡାକଡି ହେଉଛି ତା' ଉପରେ ସମସ୍ତଙ୍କ ନଜର। ଦୀର୍ଘଦିନ ଧରି ଆମ ଦେଶରେ ମଧ୍ୟ ବିଦ୍ୟାଳୟକୁ ହିଜାବ ବାରଣ ପାଇଁ ଦାବି ହୋଇ ଆସୁଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ଲାଗୁ କରାଯାଇ ପାରିନାହିଁ। ଫ୍ରାନ୍ସରେ ଏହି ନିୟମକୁ ଗ୍ରହଣ କରାଯିବା ପରେ ନିଶ୍ଚିତ ରୂପେ ଅନ୍ୟ ଦେଶ ପାଇଁ ଉଦାହରଣ ସୃଷ୍ଟି ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
