Advertisment

୬୦ ବର୍ଷରେ ପ୍ରଥମ, ୩ ମାସରେ ଭାଙ୍ଗିଲା ଫ୍ରାନ୍ସ ସରକାର

୫୭୭ ସଦସ୍ୟ ବିଶିଷ୍ଟ ଗୃହରେ ୩୩୧ ସାଂସଦଙ୍କ ମଧ୍ୟରୁ ଅଧିକାଂଶ ଓ୍ୱର୍ଣ୍ଣିୟର ସରକାରଙ୍କୁ ହଟାଇବାକୁ ଭୋଟ୍ ଦେଇଛନ୍ତି।

author-image
Madhupriya Mistry
Michele Barnier

Michele Barnier

୬୦ ବର୍ଷରେ ପ୍ରଥମ। ମାତ୍ର ୩ ମାସ ଭିତରେ ଭାଙ୍ଗିଗଲା ଫ୍ରାନ୍ସର ମିସେଲ ବର୍ଣ୍ଣିୟର୍‌ଙ୍କ ସରକାର। ଅନାସ୍ଥା ଭୋଟ୍‌ରେ ହାରିଲେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମସିଲେ। ତାଙ୍କ ବିରୋଧରେ ଶତାଧିକ ଭୋଟ୍‌ ପଡିଛି। ତେଣୁ ବର୍ତ୍ତମାନ ତାଙ୍କୁ ଇସ୍ତଫା ଦେବାକୁ ପଡିବ। ସେ ଫ୍ରାନ୍ସ ରାଷ୍ଟପ୍ରତି ଇମାନୁଏଲ୍‌ ମାକ୍ରୋନଙ୍କ ନିକଟରେ ନିଜ ଇସ୍ତପା ଦାଖଲ କରିବେ।

Advertisment

ଫ୍ରାନ୍ସରେ ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜାତୀୟ ସଭାର ନିମ୍ନ ଗୃହ ସରକାରଙ୍କୁ ହଟାଇବା ପାଇଁ ଏକ ପ୍ରସ୍ତାବ ପାରିତ କରି ଅନାସ୍ଥା ଭୋଟ୍‌କୁ ଅନୁମୋଦନ କରିଛି। ବର୍ଣ୍ଣିୟର୍‌ ନେତୃତ୍ୱାଧୀନ ସରକାର ବିରୋଧରେ ଆନାସ୍ଥା ପ୍ରସ୍ତାବ ଆଣିଥିଲେ ବାମପନ୍ଥୀ। ମେରିନ୍‌ ଲେ ପେନ୍‌ଙ୍କ ନେତୃତ୍ୱରେ ରାଇଟ୍‌ ଓ୍ୱିଙ୍ଗ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲା। ୫୭୭ ସଦସ୍ୟ ବିଶିଷ୍ଟ ଗୃହରେ ୩୩୧ ସାଂସଦଙ୍କ ମଧ୍ୟରୁ ଅଧିକାଂଶ ବର୍ଣ୍ଣିୟର୍‌ ସରକାରଙ୍କୁ ହଟାଇବାକୁ ଭୋଟ୍ ଦେଇଛନ୍ତି।

ଫ୍ରାନ୍ସରେ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ହେଲେ ଏଥିରେ କୌଣସି ବି ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ପାରିନଥିଲେ। ଏହା ପରେ ବର୍ଣ୍ଣିୟର୍‌ ସରକାର ଗଠନ କରିବାରେ ସଫଳ ହୋଇଥିଲେ। କିନ୍ତୁ ଏବେ ତିନି ମାସ ମଧ୍ୟରେ ତାଙ୍କ ସରକାର ଭାଙ୍ଗି ଯାଇଛି। ନ୍ୟାସନାଲ ଆସେମ୍ବଲିରେ ଆସନ୍ତା ବର୍ଷ ପାଇଁ ଏକ ବ୍ୟୟବହୁଲ ବଜେଟ୍‌ ଉପରେ ବିବାଦ ମଧ୍ୟରେ ବାମପନ୍ଥୀମାନେ ଅନାସ୍ଥା ପ୍ରସ୍ତାବ ପାରିତ କରିଛନ୍ତି। ବାଚସ୍ପତି ୟେଲ ବ୍ରାଉନ୍‌ ପିଭେଟ୍‌ ସ୍ପଷ୍ଟ କରିଛନ୍ତି ଯେ, ମିସଲେଙ୍କୁ ନିଶ୍ଚିତ ରୂପେ ନିଜ ଇସ୍ତଫା ରାଷ୍ଟ୍ରପତି ମାକ୍ରୋନ୍‌ଙ୍କୁ ଦେବାକୁ ପଡ଼ିବ।

Advertisment

ମିଳିଥିବା ସୂତ୍ରର ସୂଚନା ମୁତାବକ, ରାଷ୍ଟ୍ରପତି ମାକ୍ରୋନ୍ ଯଥାଶୀଘ୍ର ଏକ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ଚାହୁଁଛନ୍ତି। ୧୯୬୨ମସିହାରେ ଚାର୍ଲ୍ସ ଡି ଗଲ୍ ରାଷ୍ଟ୍ରପତି ଥିବାବେଳେ ଜର୍ଜ ପମ୍ପିଡୋ ସରକାରଙ୍କ ପରାଜୟ ପରଠାରୁ ଏହାଥିଲା ପ୍ରଥମ ସଫଳ ଅନାସ୍ଥା ପ୍ରସ୍ତାବ। ୧୯୫୮ ମସିହାରେ ପଞ୍ଚମ ଗଣତନ୍ତ୍ର ଆରମ୍ଭ ହେବା ପରଠାରୁ ଫ୍ରାନ୍ସରେ ଚଳିତ ସରକାର ସବୁଠୁ କମ୍‌ ଦିନର ଶାସନରେ ଥିଲା। 

No-confidence Vote French Prime Minister Michel Barnier