Advertisment

ଅଲିମ୍ପିକ୍ସ ଉଦଘାଟନୀ ପୂର୍ବରୁ ଫ୍ରାନ୍ସ ରେଳପଥ ଉପରେ ବଡ଼ ହମଲା

କିଛି ସମୟ ପରେ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଆରମ୍ଭ ହେବ ଅଲିମ୍ପିକ୍ସ ଉଦଘାଟନୀ ସମାରୋହ।

ଅଦ୍ୟତନ ହୋଇଛି
High Speed Train

High Speed Train

Advertisment

ଫ୍ରାନ୍ସର ହାଇ ସ୍ପିଡ୍ ରେଳପଥ ଉପରେ ବଡ଼ ହମଲା କରାଯାଇଥିବା ସୂଚନା ମିଳିଛି। ରେଳ ଲାଇନରେ ଅଗ୍ନି ସଂଯୋଗ କରାଯିବା ସହ ଭଙ୍ଗାରୁଜା କରାଯିବାରୁ ଯାତାୟତ ପ୍ରଭାବିତ ହୋଇଛି। ପ୍ୟାରିସ୍ ଅଲିମ୍ପିକ୍ସର ଉଦଘାଟନୀ ସମାରୋହର କିଛି ଘଣ୍ଟା ପୂର୍ବରୁ ଏପରି ହମଲା କରିଛନ୍ତି ଦୁର୍ବୃତ୍ତ।

Advertisment

ଜାତୀୟ ଟ୍ରେନ୍ ଅପରେଟରଙ୍କ ସୂଚନା ଅନୁସାରେ, ଗୁରୁବାର ରାତିରେ ଫ୍ରାନ୍ସର ହାଇ ସ୍ପିଡ୍ ରେଲ ନେଟୱାର୍କ ଉପରେ ବଡ଼ ହମଲା ହୋଇଛି। ଏହା ଫଳରେ ଆଟଲାଣ୍ଟିକ୍, ଉତ୍ତର ଏବଂ ପୂର୍ବ ଲାଇନରେ ଯାତାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି।

ହମଲା ପରେ ଏକାଧିକ ରେଳ ଗତିପଥ ପରିବର୍ତ୍ତନ କରାଯାଇ ଥିବାବେଳେ ଅନେକ ରେଳ ସେବା ବାତିଲ୍ କରାଯାଇଛି। ଏଥିରେ 8 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିବା ପାଇଁ ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଲାଗିଯିବ।  

Advertisment

ସେପଟେ ପ୍ୟାରିସ୍ ଅଲିମ୍ପିକ୍ସର ଉଦଘାଟନୀ ସମାରୋହର କିଛି ଘଣ୍ଟା ପୂର୍ବରୁ ହୋଇଥିବା ଏହି ଆକ୍ରମଣକୁ ଘୋର ନିନ୍ଦା କରିଛନ୍ତି ପରିବହନ ମନ୍ତ୍ରୀ। ଖୁବ୍ ଶୀଘ୍ର ସ୍ଥିତିରେ ସୁଧାର ଆଣାଯିବାକୁ ଚେଷ୍ଟା ଚାଲିଥିବା ସେ କହିଛନ୍ତି। 

ପ୍ରକାଶ ଥାଉକି, ୨୦୨୪ ଅଲିମ୍ପିକ୍ସ ଫ୍ରାନ୍ସ ରାଜଧାନୀର ପ୍ୟାରିସରେ ଆୟୋଜିତ ହେଉଛି। ଆଜି ଉଦଘାଟନୀ ସମାରୋହର କାର୍ଯ୍ୟକ୍ରମ ରହିଛି। ଅଗଷ୍ଟ ୧୧ ଯାଏ ମ୍ୟାଚ୍ ଚାଲିବ। ଏଥିରେ ବିଭିନ୍ନ ଦେଶର ୧୦,୫୦୦ ଖେଳାଳି ଭାଗ ନେଇଛନ୍ତି। 

Paris Olympics 2024 Paris Olympics French Rail Network
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe