Advertisment

Middle East War: ତୀବ୍ର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ: ଦୋହାରେ ସିରିଜ ବିସ୍ଫୋରଣ, ଅଜରବୈଜାନ ଏୟାରପୋର୍ଟରେ ଡ୍ରୋନ ମାଡ଼

ସାଉଦି ଆରବର ମଧ୍ୟ ଇରାନ ଆଜି ପୁଣି ଆକ୍ରମଣ କରିଛି। ଇସ୍ରାଏଲର ଏକାଧିକ ସହର ଇରାନର ମିସାଇଲ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। ଇରାନ ଗୋଟିଏ ସମୟରେ ଏକାଧିକ ଦେଶ ଉପରେ ହମଲା କରୁଥିବାରୁ ସ୍ଥିତି ଆହୁରି ଭୟଙ୍କର ରୂପ ନେବାର ଆଶଙ୍କା ପ୍ରକାଶ ପାଇଛି।

Doha

ବିସ୍ଫୋରଣ

Advertisment

Middle East War Updates: ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ମହାଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ଯୁଦ୍ଧର ୬ଷ୍ଠ ଦିନରେ ଇରାନ ପକ୍ଷରୁ ଆକ୍ରମଣକୁ ଆହରୁ ଜୋରଦାର କରାଯାଇଛି। କତରର ରାଜଧାନୀ ଦୋହାରେ ୧୨ରୁ ୨୦ଟି ଲଗାତର ବିସ୍ଫୋରଣ ହୋଇଛି। ସେହିପରି ଅଜରବୈଜାନ ଅନ୍ତର୍ଜାତୀୟ ଏୟାରପୋର୍ଟରେ ହୋଇଛି ଡ୍ରୋନ ଆଟାକ।

Advertisment

ସାଉଦି ଆରବର ମଧ୍ୟ ଇରାନ ଆଜି ପୁଣି ଆକ୍ରମଣ କରିଛି। ଇସ୍ରାଏଲର ଏକାଧିକ ସହର ଇରାନର ମିସାଇଲ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। ଇରାନ ଗୋଟିଏ ସମୟରେ ଏକାଧିକ ଦେଶ ଉପରେ ହମଲା କରୁଥିବାରୁ ସ୍ଥିତି ଆହୁରି ଭୟଙ୍କର ରୂପ ନେବାର ଆଶଙ୍କା ପ୍ରକାଶ ପାଇଛି। 

ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଦୋହାରେ ଆଜି ସକାଳୁ ସିରିଜ ବିସ୍ଫୋରଣ ହୋଇଛି। ୧୨ରୁ ୨୦ଟି ବିସ୍ଫୋରଣ ଯୋଗୁ ପୂରା କତର ଦୋହଲି ଯାଇଛି। ଇରାନ ପକ୍ଷରୁ ମାଡ଼ ହୋଇଥିବା ମିସାଇଲ ଓ ଡ୍ରୋନ ଗୁଡ଼ିକୁ କତର ଏୟାର ଡିଫେନ୍ସ ଚିହ୍ନଟ କରି ଏହାକୁ ନଷ୍ଟ କରିଥିଲେ ହେଁ ବିସ୍ଫୋରଣ ଶବ୍ଦ ସମସ୍ତଙ୍କୁ ଆତଙ୍କିତ କରିଛି।

Advertisment

କତରର କେନ୍ଦ୍ରୀୟ ଅଞ୍ଚଳ ଅର୍ଥାତ ଖାଲି ହୋଇ ସାରିଥିବା ଆମେରିକା ଦୂତାବାସକୁ ଟାର୍ଗେଟ କରି ଏପରି ହମଲା ହୋଇଛି। ପ୍ରକୃତ ଟାର୍ଗେଟ ଯଦିଓ ସ୍ପଷ୍ଟ ହୋଇନି, କିନ୍ତୁ କ୍ରମାଗତ ହମଲା ସୁରକ୍ଷା ବ୍ୟବସ୍ଥା ଉପୀ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

କତର ପ୍ରତିରକ୍ଷା ମନ୍ତ୍ରଣାଳୟ ଆକ୍ରମଣକୁ ନିଶ୍ଚିତ କରିଛି। ମନ୍ତ୍ରଣାଳୟ କହିଛି ଯେ ଏୟାର ଡିଫେନ୍ସ ସିଷ୍ଟମ ଏକାଧିକ ମିସାଇଲ ଆକ୍ରମଣକୁ ନଷ୍ଟ କରିଥିବା ବେଳେ ଦୋହାରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ଅଧିକାରୀମାନେ ସ୍ଥିତର ସମୀକ୍ଷା କରୁଥିବା ବେଳେ ଲୋକଙ୍କୁ ସତର୍କ ରହିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

ଅନ୍ୟପକ୍ଷରେ ଇରାନ ଓ ଅଜରବୈଜାନ ମଧ୍ୟରେ ତିକ୍ତତା ବଢ଼ିଛି। ଇରାନ ପକ୍ଷରୁ ନଖଚିଭାନ ସ୍ୱହଂଶାସିତ ରିପବ୍ଲିକକୁ ଡ୍ରୋନ ଦ୍ୱାରା ଟାର୍ଗେଟ କରାଯାଇଥିବା ବାକୁ ଅଭିଯୋଗ କରିଛି। ଅଜରବୈଜାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆକ୍ରମଣରେ ବ୍ୟବହୃତ ହୋଇଥିବା ଡ୍ରୋନ ଇରାନୀୟ ଅଞ୍ଚଳରୁ ଲଞ୍ଚ ହୋଇଥିଲା। ନଖଚିଭାନ ଅଞ୍ଚଳରେ ଡ୍ରୋନ ଆଟାକ ହେବାରୁ ୨ ଜଣ ଆହତ ହୋଇଛନ୍ତି। 

ଏହାପରେ ଅଜରବୈଜାନ ପକ୍ଷରୁ ଇରାନ ଦୂତାରାଷ୍ଟ୍ରଙ୍କୁ ସମନ କରି ସ୍ପଷ୍ଟୀକରଣ ମଗାଯାଇଛି। ଏଥିସହ ଏପରି ଆକ୍ରମଣର ଜବାବ ଦେବାକୁ ବାକୁର ଅଧିକାର ଥିବା ମଧ୍ୟ ମନ୍ତ୍ରଣାଳୟ ଚେତାବନୀ ଦେଇଛି। 

ତୁର୍କୀକୁ ଇରାନ ଡ୍ରୋନ ଦ୍ୱାରା ଟାର୍ଗେଟ କରିଥିବା ଖବର ପ୍ରକାଶ ପାଇଛି। ହେଲେ ଏହାକୁ ଇରାନ ଦୃଢ଼ ଭାବେ ଖଣ୍ଡନ କରିଛି। ଇରାନର ମିଲିଟାରୀ ନେତୃବୃନ୍ଦ କହିଛନ୍ତି ଯେ ସେମାନେ କୌଣସି ମିସାଇଲକୁ ତୁର୍କୀ ଆଡ଼େ ମାଡ଼ କରି ନାହାନ୍ତି।

ଇରାନର ସଶସ୍ତ୍ର ବଳ ସବୁବେଳେ ପଡ଼ୋଶୀ ଓ ବନ୍ଧୁ ରାଷ୍ଟ୍ର ତୁର୍କୀର ସାର୍ବଭୌମତ୍ୱକୁ ସମ୍ମାନ ଦେଇ ଆସିଛି। ଇରାନ କେବେ ହେଲେ ତୁର୍କୀକୁ ମିସାଇଲ ଦ୍ୱାରା ଟାର୍ଗେଟ କରିନାହିଁ। ତୁର୍କୀକୁ ଇରାନ ମିସାଇଲ ମାଡ଼ କରିଥିବା ଖବରରେ ସତ୍ୟତା ନାହିଁ ବୋଲି ତେହରାନ ସ୍ପଷ୍ଟ କରିଛି। ବୁଧବାର ନାଟୋ ଦେଶର ଏୟାର ଡିଫେନ୍ସ ସିଷ୍ଟମ ତୁର୍କୀ ଆଡ଼କୁ ଇରାନରୁ ଆସୁଥିବା ମିସାଇଲକୁ ନଷ୍ଟ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। 

Middle East war updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe