Advertisment

Middle East War: ଟ୍ରାଫିକ କ୍ୟାମେରାରୁ ଫୋନ ନେଟୱର୍କ: କେମିତି ଖାମେନେଇଙ୍କୁ ଟ୍ରାକ କରିଥିଲା ଇସ୍ରାଏଲ?

ରିପୋର୍ଟରେ ଦାବି କରାଯାଇଛି ଯେ ପ୍ରାୟ ୩ ବର୍ଷ ଧରି ତେହରାନରେ ଥିବା ପ୍ରାୟ ସମସ୍ତ ଟ୍ରାଫିକ କ୍ୟାମେରାରେ ହେରଫେର କରାଯାଇଥିଲା। ଟ୍ରାଫିକ କ୍ୟାମେରାରେ ରେକର୍ଡ ହେଉଥିବା ଦୃଶ୍ୟ ସିଧାସଳଖ ତେଲ ଅଭିଭ ଓ ଦକ୍ଷିପୂର୍ବ ଇସ୍ରାଏଲ ସର୍ଭରକୁ ଆସୁଥିଲା।

author-image
Hemant Lenka
Iran12

ଖାମେନେଇ (ଫାଇଲ ଫଟୋ)

Middle East War Updates: ଇରାନର ରାଜଧାନୀ ତେହରାନରେ ଥିବା ପ୍ରାୟ ସମସ୍ତ ଟ୍ରାଫିକ କ୍ୟାମେରାକୁ ୩ ବର୍ଷ ଧରି ହ୍ୟାକ କରି ରଖିଥିଲା ଇସ୍ରାଏଲ। ଟ୍ରାଫିକ କ୍ୟାମେରା ନେଟୱର୍କ ସମେତ ଇରାନରେ ସକ୍ରିୟ ଥିବା ମୋବାଇଲ ବ୍ୟବସ୍ଥାରେ ଅନୁପ୍ରବେଶ କରି ସୁପ୍ରିମ ଲିଡର ଆୟୋତୁଲ୍ଲା ଅଲୀ ଖାମେନେଇଙ୍କ ଗତିବିଧି ଉପରେ ନଜର ରଖିଥିଲା। କେବଳ ଖାମେନେଇଙ୍କ ଗିତିବିଧି ଉପରେ ଇସ୍ରାଏଲ ନଜର ରଖି ନଥିଲା ବରଂ ଆକ୍ରମଣ କରିବା ପୂର୍ବରୁ ତାଙ୍କ ସୁରକ୍ଷା ବ୍ୟବସ୍ଥାର ବିସ୍ତୃତ ତଥ୍ୟ ହାସଲ କରିଥିଲା। 

Advertisment

ଇସ୍ରାଏଲ ଗୁଇନ୍ଦା ବିଭାଗ ସହ ଜଡ଼ିତ ଅଧିକାରୀଙ୍କ ତଥ୍ୟକୁ ଆଧାର କରି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଦାବି କରାଯାଇଛି ଯେ ପ୍ରାୟ ୩ ବର୍ଷ ଧରି ତେହରାନରେ ଥିବା ପ୍ରାୟ ସମସ୍ତ ଟ୍ରାଫିକ କ୍ୟାମେରାରେ ହେରଫେର କରାଯାଇଥିଲା। ଟ୍ରାଫିକ କ୍ୟାମେରାରେ ରେକର୍ଡ ହେଉଥିବା ଦୃଶ୍ୟ ସିଧାସଳଖ ତେଲ ଅଭିଭ ଓ ଦକ୍ଷିପୂର୍ବ ଇସ୍ରାଏଲ ସର୍ଭରକୁ ଆସୁଥିଲା। 

ଗୋଟିଏ ଟ୍ରାଫିକ କ୍ୟାମେରା ଇସ୍ରାଏଲ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଥିଲା। କ୍ୟାମେରାଟି ଏମିତି ସ୍ଥାନରେ ରହିଥିଲା ଯେଉଁଥିରେ ତେହରାନର ପାସ୍ତେଉର ଷ୍ଟ୍ରିଟ ନିକଟରେ ଥିବା ଖାମେନେଇଙ୍କ ବିଲଡିଂର ସବୁ ଦୃଶ୍ୟକୁ କଏଦ କରୁଥିଲା। ଖାମେନେଇଙ୍କ ବଡିଗାର୍ଡ କେଉଁଠାରେ ବ୍ୟକ୍ତିଗତ ଭାବେ ସେମାନଙ୍କ ଗାଡ଼ି ପାର୍କିଂ କରୁଥିଲେ ଓ ସେମାନେ ଦୈନନ୍ଦିନ କେଉଁ ପ୍ରକାରର ସେବା ଯୋଗାଇ ଦେଉଥିଲେ, ତା’ର ତଥ୍ୟ ମଧ୍ୟ ଇସ୍ରାଏଲ ପାଖରେ କ୍ୟାମେରା ଦ୍ୱାରା ପହଞ୍ଚୁଥିଲା। 

Advertisment

ସିଏନଏନର ସୂଚନା ଅନୁସାରେ, ଆମେରିକା  ଓ ଇସ୍ରାଏଲର ଗୁଇନ୍ଦା ଅଧିକାରୀମାନେ ବେଶ ତୀକ୍ଷ୍ଣ ଭାବେ ଖାମେନେଇଙ୍କ ଦୈନନ୍ଦିନ କାର୍ଯ୍ୟ ଉପରେ ନଜର ରଖୁଥିଲେ। ସେ କେଉଁଠି ରୁହନ୍ତି, କାହାକୁ ଭେଟନ୍ତି, କେମିତି ଯୋଗାଯୋଗ କରନ୍ତି ଓ ଆକ୍ରମଣ ଭୟରେ ସେ କେଉଁଠିକୁ ଯାଇ ପାରନ୍ତି, ତା’ର ଟିକିନିକି ତଥ୍ୟ ଗୁଇନ୍ଦା ଅଧିକାରୀ ହାସଲ କରିଥିଲେ।

ଏହାବାଦ ୮୬ ବର୍ଷୀୟ ଖାମେନେଇଙ୍କୁ ଗୋଟିଏ ସ୍ଥାନରେ ଭେଟୁଥିବା ଇରାନର ବରିଷ୍ଠ ରାଜନେତା ଓ ସାମରିକ ଅଧିକାରୀଙ୍କ ଗତିବିଧିକୁ ମଧ୍ୟ ଇସ୍ରାଏଲ ଓ ଆମେରିକାର ଗୁଇନ୍ଦା ଅଧିକାରୀ ଟ୍ରାକ କରିଥିଲେ। 

ଟପ ଇରାନୀୟ ଅଧିକାରୀଙ୍କ ସମେତ ଖାମେନେଇ ଶନିବାର ସକାଳେ ତେହରାନର ଗୋଟିଏ ବିଲଡିଂ ଭିତରେ ଅଲଗା ଅଲଗା ସ୍ଥାନରେ ବୈଠକ କରିବାର ଥିଲା। ଏହି ବିଲଡିଂରେ ସର୍ବୋଚ୍ଚ ନେତା, ରାଷ୍ଟ୍ରପତି କାର୍ଯ୍ୟାଳୟ ଓ ରାଷ୍ଟ୍ରୀୟ ସୁରକ୍ଷା ବଳର କାର୍ଯ୍ୟ ରହିଛି। 

ଏକଥା ଜଣାପଡ଼ିବା ପରେ ରାତିରେ କରାଯିବାକୁ ଥିବା ଆକ୍ରମଣ ଯୋଜନାରେ ପରିବର୍ତ୍ତନ କରାଯାଇଥିଲା। ରାତି ବଦଳରେ ଦିନ ସମୟରେ ଏୟାର ଷ୍ଟ୍ରାଇକ କରିବାକୁ ଆମେରିକା ଓ ଇସ୍ରାଏଲ ନିଷ୍ପତ୍ତି ନେଇଥିଲେ। ଇସ୍ରାଏଲର ସ୍ଥାନୀୟ ସମୟ ସକାଳ ୬ଟା ବେଳେ ଉକ୍ତ ବିଲଡିଂ ଉପରେ ଯୁଦ୍ଧ ବିମାନଗୁଡ଼ିକ ଘନଘନ ବୋମା ବର୍ଷଣ କରିଥିଲେ। ଏହି ଠାରୁ ଆରମ୍ଭ ହୋଇଥିଲା ଆମେରିକା-ଇସ୍ରାଏଲର ମିଳିତ ଅପରେସନର ପ୍ରଥମ ପର୍ଯ୍ୟାୟ।

ଜଣେ ଇସ୍ରାଏଲ ସାମରିକ ଅଧିକାରୀଙ୍କ କହିବା କଥା ଯେ ୬୦ ସେକେଣ୍ଡ ମଧ୍ୟରେ ୩ଟି ସ୍ଥାନରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ଇରାନର ସୁପ୍ରିମ ଲିଡରଙ୍କ ସମେତ ପ୍ରାୟ ୪୦ ଜଣ ଅଧିକାରୀ ନିହତ ହୋଇଥିଲେ। ଦିନ ବେଳା ଆକ୍ରମଣ କରାଯିବାର ଆକଳନ କେହି ବି କରି ନଥିଲେ। ତେଣୁ ଏହି ଆକ୍ରମଣରେ ସମସ୍ତେ ଚକିତ ହୋଇଥିଲେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। 

ରିପୋର୍ଟରେ ଆହୁରି କୁହାଯାଇଛି ଯେ ପାସ୍ତେଉର ଷ୍ଟ୍ରିଟ ନିକଟରେ ଥିବା ପ୍ରାୟ ୧୨ଟି ଫୋନ ଟାୱାରରେ ବିଭ୍ରାଟ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା ଇସ୍ରାଏଲ। ସମ୍ଭାବ୍ୟ ୱାର୍ଣ୍ଣିଂ ସମ୍ପର୍କିତ ସୂଚନା ଯେମିତି ଖାମେନେଇଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଲୋକଙ୍କ ପାଖରେ ପହଞ୍ଚି ପାରିବ ନାହିଁ, ତା’ର ବ୍ୟବସ୍ଥା ଇସ୍ରାଏଲ କରିଥିଲା।

ଇସ୍ରାଏଲ ମୋବାଇଲ ଟାୱାର ଗୁଡ଼ିକୁ ଏମିତି ହ୍ୟାକ କରିଥିଲା ଯେ ଖାମେନେଇଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଲୋକଙ୍କୁ କେହି ବି ଫୋନ କରି ସମ୍ଭାବ୍ୟ ବିପଦ ସମ୍ପର୍କରେ ସୂଚନା ଦେଇ ପାରି ନଥିଲେ। 

ସବୁ କିଛି ନିଶ୍ଚିତ କରିବା ପରେ ଖାମେନେଇଙ୍କ ଠିକଣା ଉପରେ ଇସ୍ରାଏଲ ଓ ଆମେରିକା ଏୟାର ଷ୍ଟ୍ରାଇକ କରିଥିଲେ। ଏହାପୂର୍ବରୁ ୨୦୨୪ ସେପ୍ଟେମ୍ବର ମାସରେ ଇସ୍ରାଏଲର ମୋସାଦ ପକ୍ଷରୁ ଲେବାନନ ଓ ସରିୟାରେ ସକ୍ରିୟ ଥିବା ହେଜବୋଲ୍ଲା ଆତଙ୍କବାଦୀଙ୍କୁ ନିଆରା ଢଙ୍ଗରେ ଟାର୍ଗେଟ କରିଥିଲା। ପେଜର୍ସ ଓ ୱାକିଟକିକୁ ହ୍ୟାକ କରି ବିସ୍ଫୋରଣ କରିବାରୁ ଅନେକ ହେଜବୋଲ୍ଲା ଆତଙ୍କୀଙ୍କ ମୃତ୍ୟୁ ହୋଇଥିଲା। 

Middle East war updates