ବିସ୍ଫୋରଣ ପରର ଦୃଶ୍ୟ
Middle East War Updates: ଇରାନକୁ ସବୁଠାରୁ ବଡ଼ ଝଟକା ଦେଇଛନ୍ତି ଆମେରିକା ଓ ଇସ୍ରାଏଲ। ଆଜି ଇରାନର ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ୫ଟି ତୈଳ ଡିପୋ ଉପରେ ଉଭୟ ଦେଶ କରିଛନ୍ତି ଏୟାର ଷ୍ଟ୍ରାଇକ। ଏଥିରେ ତୈଳ ଡିପୋ ଗୁଡ଼ିକ ଧ୍ୱଂସ ହୋଇ ଯାଇଥିବା ବେଳେ ପୂରା ତେହରାନ ଧୂଆଁମୟ ହୋଇ ଯାଇଛି।
ଡିପୋ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବାରୁ ଯୋଗାଣ ନେଟୱର୍କ ପ୍ରଭାବିତ ହୋଇଛି। ଏଥିଯୋଗୁ ତେହରାନ ଓ ଆଖପାଖ ଅଞ୍ଚଳରେ ଆଜି ସକାଳ ପରଠାରୁ ତୈଳ ଯୋଗାଣକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଏନେଇ ତେହରାନର ଗଭର୍ଣ୍ଣର ମହମ୍ମଦ ସାଦେଘ ମୋତାମେଦିଆନ ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ଯେ ଏବେ ସମସ୍ୟାକୁ ଠିକ କରିବା ପାଇଁ ଚେଷ୍ଟା କରାଯାଉଛି। ଖୁବଶୀଘ୍ର ସ୍ଥିତି ସ୍ୱାଭାବିକ ହେବ।
ଆମେରିକା-ଇସ୍ରାଏଲ ପକ୍ଷରୁ ୫ଟି ତୈଳ ଡିପୋ ଉପରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏଥିରେ କିଛି ଆବାସିକ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ ୪ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିବା ସେ କହିଛନ୍ତି।
ଜାତୀୟ ଇରାନୀୟ ତୈଳ ଦ୍ରବ୍ୟ ବିତରଣ କମ୍ପାନୀର ସିଇଓ କହିଛନ୍ତି ଯେ “ରବିବାର ଭୋର ସମୟରେ ତେହରାନ ଓ ଅଲବୋର୍ଜରେ ଥିବା ୪ଟି ତୈଳ ଡିପୋ ଓ ଗୋଟିଏ ପେଟ୍ରୋଲିୟମ ଦ୍ରବ୍ୟ ପରିବହନ କେନ୍ଦ୍ର ଉପରେ ଶତ୍ରୁପକ୍ଷର ଯୁଦ୍ଧ ବିମାନ ଆକ୍ରମଣ କରିଥିଲା।
ଏହି ଘଟଣାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୨ ଜଣ ତୈଳ ଟ୍ୟାଙ୍କର ଡ୍ରାଇଭରଙ୍କ ସହ ଆମର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। କ୍ଷତି ହୋଇଥିଲେ ହେଁ ନିଆଁ ଯଥା ସମ୍ଭବ ନିୟନ୍ତ୍ରଣ କରାଯାଇଥିଲା। ତଥାପି ଆଜି ସକାଳ ଯାଏ ପୂରା ତେହରାନ ଓ ଆଖପାଖ ଅଞ୍ଚଳରେ ଧୂଆଁ ଭର୍ତ୍ତି ହୋଇ ରହିଥିଲା।”
ସ୍ଥାନୀୟ ଲୋକମାନେ କହିଛନ୍ତି ଯେ କଳାଧୂଆଁର ଆସ୍ତରଣ ଏତେ ମୋଟା ରହିଥିଲା ଯେ ସୂର୍ଯ୍ୟ ଉଦୟ ହେବା ପରେ ମଧ୍ୟ ଅନ୍ଧାର ଭିତରେ ଲୋକମାନେ ରହିଥିଲେ। ଧୂଆଁ ଯୋଗୁ ଲୋକମାନେ ଅଣନିଃଶ୍ୱାସ ମଧ୍ୟ ଅନୁଭବ କରିଛନ୍ତି। ବିଷାକ୍ତ ଧୂଆଁ ଚାରିଆଡ଼େ ବ୍ୟାପି ଯାଇଥିବାରୁ ଲୋକମାନଙ୍କୁ ଯଥା ସମ୍ଭବ ଘରେ ରହିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/08/tehran-2026-03-08-17-30-50.jpg)