Advertisment

ପାକିସ୍ତାନର ପକେଟ୍‌ ଖାଲି, ବାତିଲ କଲା ୪୮ଟି ବିମାନ

ଇନ୍ଧନ ଅଭାବରୁ ଦେଶ ମଧ୍ୟରେ ଚଳାଚଳ କରୁଥିବା ୧୩ଟି ଓ ବିଦେଶକୁ ଯାତ୍ରା କରୁଥିବା ୧୧ଟି ବିମାନ ଉଡ଼ାଣ ବାତିଲ କରିଛି ପାକିସ୍ତାନ।

author-image
Madhupriya Mistry
Pakistan Airlines

Pakistan Airlines

ଦିନକୁ ଦନ ଖାଲି ହେବାରେ ଲାଗିଛି ପାକିସ୍ତାନର ପକେଟ୍‌।  କାଙ୍ଗାଳ ହେଉଛି ପଡ଼ୋଶୀ ଦେଶ। ଏଠାରେ ଖାଦ୍ୟ ସାମଗ୍ରୀର ଦାମ୍‌ ଆକାଶଛୁଆଁ ହେବାରେ ଲାଗିଛି। ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଏହାର ପ୍ରଭାବ ଏବେ ବିମାନ ଚଳାଚଳ ସଂସ୍ଥା ଉପରେ ମଧ୍ୟ ପଡିଛି। ଖାଦ୍ୟ ସାମଗ୍ରୀ ପରେ ଏଠାରେ ଦେଖାଦେଇଛି ଘୋର୍‌ ଇନ୍ଧନ ଅଭାବ। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଏଥିପାଇଁ ୪୮ଟି ବିମାନ ବାତିଲ କରିଦେଇଛି।

Advertisment

ଦି ଡନ୍‌ର ରିପୋର୍ଟ ଅନୁଯାୟୀ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଜଣେ ମୁଖପାତ୍ର କହିଛନ୍ତି, ଦୈନିନ୍ଦିନ ବିମାନ ଚଳାଚଳ ପାଇଁ ଏବେ ବେଶ୍‌ ଅଳ୍ପ ମାତ୍ରାରେ ଇନ୍ଧନ ରହିଛି। ପରିଚାଳନାଗତ ସମସ୍ୟା ଥିବାରୁ ବିମାନ ସବୁ ବାତିଲ କରାଯାଇଛି। କେତେକ ବିମାନର ଉଡ଼ାଣ ସମୟ ମଧ୍ୟ ପୁନର୍ନିର୍ଦ୍ଧାରଣ କରାଯାଇଛି। ଇନ୍ଧନ ଅଭାବରୁ ଦେଶ ମଧ୍ୟରେ ଚଳାଚଳ କରୁଥିବା ୧୩ଟି ଓ ବିଦେଶକୁ ଯାତ୍ରା କରୁଥିବା ୧୧ଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ବାକି ୧୨ଟି ବିମାନ ଉଡ଼ାଣରେ ବିଳମ୍ବ କରାଯାଇଛି।

କରାଯାଇଥିବା ବିମାନଗୁଡ଼ିକର ଯାତ୍ରୀମାନଙ୍କୁ ବିକଳ୍ପ ବିମାନକୁ ସ୍ଥାନାନ୍ତର କରାଯାଇଛି। ରିପୋର୍ଟ ଅନୁସାରେ, ଆଜି ‘ପିଆଇଏ’ ୧୬ଟି ଆନ୍ତର୍ଜାତିକ ବିମାନ ଓ ୮ଟି ଘରୋଇ ବିମାନ ଉଡ଼ାଣ ବାତିଲ୍‌ କରିଛି। ଆଉ କେତେକ ବିମାନ ଉଡ଼ାଣରେ ବିଳମ୍ବ ଚାଲୁଅଛି।

Advertisment

ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଭାରତ ତୁଳନାରେ ତିନି ଗୁଣ ଅଧିକ ମହଙ୍ଗା ହୋଇଛି। ପାକିସ୍ତାନରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ପ୍ରାୟ ୩୩୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୨୯ ଟଙ୍କା ରହିଛି। ଏହାକୁ ନେଇ ପାକିସ୍ତାନରେ ହାହାକାର୍‌ ସୃଷ୍ଟି ହୋଇଛି। ପାକିସ୍ତାନର ସରକାର ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଥିବା ଶାହାବାଜ ସରିଫ ମଧ୍ୟ ପାକିସ୍ତାନରେ ମୁଦ୍ରାସ୍ଫୀତି ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ।

Pakistan Fuel Prices