Advertisment

ଟ୍ରମ୍ପଙ୍କ ହାର୍ଭାର୍ଡ ନିଷ୍ପତ୍ତି ପରେ ଦୋ’ଛକିରେ ଭବିଷ୍ୟତ ରାଣୀଙ୍କ ଭାଗ୍ୟ

ହାର୍ଭାର୍ଡ ନାମ ଲେଖାଇବା ପୂର୍ବରୁ ରାଜ କୁମାରୀ ଏଲିଜାବେଥ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଇତିହାସ ଓ ରାଜନୀତିରେ ଡିଗ୍ରୀ ହାସଲ କରିଥିଲେ।

Queen

Queen

Advertisment

ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ୨୩ ବର୍ଷୀୟ ରାଜ କୁମାରୀ ଏଲିଜାବେଥଙ୍କ ଭବିଷ୍ୟତ। ସେ ଭବିଷ୍ୟତରେ ବେଲଜିୟମର ରାଣୀ ହେବେ। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ହାର୍ଭାର୍ଡ ନିଷ୍ପତ୍ତି’ ତାଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି। ବର୍ତ୍ତମାନ ରାଜକୁମାରୀ ଏଲିଜାବେଥ ହାର୍ଭାର୍ଡ ବିଶ୍ୱ ବିଦ୍ୟାଳୟର ଛାତ୍ରୀ।

Advertisment

ସେ ସେଠାରେ ନିଜ ପ୍ରଥମ ବର୍ଷର ପାଠପଢ଼ା ଶେଷ କରିଛନ୍ତି। ଏସବୁ ଭିତରେ ଟ୍ରମ୍ପ ପ୍ରଶାସନ ବିଦେଶୀ ଶିକ୍ଷାର୍ଥୀଙ୍କ ପାଠପଢ଼ା ଓ ପଞ୍ଜୀକରଣ ଉପରେ ରୋକ ଲଗାଇ ଦେଇଛନ୍ତି। ଏପରି ସ୍ଥିତିରେ ରାଜକୁମାରୀଙ୍କ ଭବିଷ୍ୟତର ପାଠପଢ଼ା ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଛି।

ଗୁରୁବାର ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଠାରୁ ବିଦେଶୀ ଶିକ୍ଷାର୍ଥୀଙ୍କ ନାମ ଲେଖା କ୍ଷମତା ଛଡ଼ାଇ ନେଇଛି। ଏଥିସହ ସେଠାରେ ପଢ଼ୁଥିବା ହଜାର ହଜାର ଭାରତୀୟ ଓ ବିଦେଶୀ ଶିକ୍ଷାର୍ଥୀଙ୍କୁ ତୁରନ୍ତ ଅନ୍ୟ ଶିକ୍ଷାନୁଷ୍ଠାନକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେମାନେ ସେଠାରୁ ଅନ୍ୟତ୍ର ଯିବେ ନାହିଁ, ତା’ହେଲେ ଆମେରିକାରେ ସେମାନଙ୍କୁ ମିଳୁଥିବା ଆଇନଗତ ମାନ୍ୟତା ପ୍ରତ୍ୟାହାର କରି ନିଆଯିବ। ବାସ୍‌ ଟ୍ରମ୍ପ ପ୍ରଶାସନର ଏପରି ଘୋଷଣା ପରେ ରାଜ କୁମାରୀ ଏଲିଜାବେଥଙ୍କ ସମେତ ହଜାର ହଜାର ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

Advertisment

ବେଲଜିୟମ ରୟାଲ ପ୍ୟାଲେସ ମୁଖପାତ୍ର ଲୋରେ ଭାନଡୋରେନ କହିଛନ୍ତି, “ରାଜ କୁମାରୀ ଏଲିଜାବେଥ କେବଳ ନିଜର ପ୍ରଥମ ବର୍ଷ ପାଠପଢ଼ା ଶେଷ କରିଛନ୍ତି। ଟ୍ରମ୍ପ ପ୍ରଶାସନ ନେଇଥିବା ନିଷ୍ପତ୍ତିର ପ୍ରଭାବ ଆଗାମୀ ଦିନରେ ସ୍ପଷ୍ଟ ହେବ। ଆମେ ବର୍ତ୍ତମାନ ପରିସ୍ଥିତିର ଯାଞ୍ଚ କରୁଛୁ। ସ୍ଥିତିକୁ ଦେଖି ସବୁ କିଛି ପଦକ୍ଷେପ ନିଆଯିବ। ଆଗାମୀ ଦିନରେ ଅନେକ କିଛି ଘଟଣା ଘଟିପାରେ।”

ହାର୍ଭାର୍ଡରେ ରାଜ କୁମାରୀ ଏଲିଜାବେଥ ଲୋକ ନୀତିରେ ୨ ବର୍ଷୀୟ ମାଷ୍ଟର ଡିଗ୍ରୀ କରୁଛନ୍ତି। ଏହି ପାଠ୍ୟକ୍ରମ ସାଧାରଣ ଲୋକଙ୍କ ସେବା କରିବାରେ ବେଶ ସହାୟକ ହୋଇଥାଏ।

ବେଲଜିୟମ ସିଂହାସନର ଉତ୍ତରାଧିକାରୀ ହେଉଛନ୍ତି ରାଜ କୁମାରୀ ଏଲିଜାବେଥ। ସେ ରାଜା ଫିଲିପ ଓ ରାଣୀ ମାଥିଲଡେଙ୍କ ୪ ସନ୍ତାନଙ୍କ ମଧ୍ୟରୁ ସବୁଠାରୁ ବଡ଼। ହାର୍ଭାର୍ଡା ନାମ ଲେଖାଇବା ପୂର୍ବରୁ ରାଜ କୁମାରୀ ଏଲିଜାବେଥ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଇତିହାସ ଓ ରାଜନୀତିରେ ଡିଗ୍ରୀ ହାସଲ କରିଥିଲେ।

Donald Trump Belgium
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe