Advertisment

ଇସ୍ରାଏଲକୁ ଜି-୭ ଦେଶର ସମର୍ଥନ, ଇରାନକୁ ବିରୋଧ

ଇସ୍ରାଏଲ ସେନା ଇରାନ ଉପରେ ଘନଘନ ଆକ୍ରମଣ କରୁଥିଲେ ହେଁ ତେଲ ଅଭିଭ ନିଜର ଆତ୍ମରକ୍ଷା ପାଇଁ ଅଧିକାର ପାଇଥିବା ଜି-୭ ନେତାମାନେ କହିଛନ୍ତି। ସେହିପରି ତେହରାନ କେବେ ହେଲେ ଆଣବିକ ଯୁଦ୍ଧାସ୍ତ୍ର ନିଜ ପାଖରେ ରଖି ପାରିବ ନାହିଁ ବୋଲି ଏହି ବିବୃତିରେ କୁହାଯାଇଛି।

G7

G7

Advertisment

ଇସ୍ରାଏଲ ଓ ଇରାନ ମଧ୍ୟରେ ଲଢ଼େଇ ତୀବ୍ର ହେଉଥିବା ବେଳେ ଜି-୭ ଦେଶ ପକ୍ଷରୁ ମିଳିତ ବିବୃତି ଜାରି କରାଯାଇଛି। ଏହି ବିବୃତି ଜରିଆରେ ଜି-୭ ନେତାମାନେ ଦୁଇ ଦେଶକୁ ଉତ୍ତେଜନା ହ୍ରାସ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସେମାନେ ଇସ୍ରାଏଲକୁ ସମର୍ଥନ କରିଛନ୍ତି।

Advertisment

ଇସ୍ରାଏଲ ସେନା ଇରାନ ଉପରେ ଘନଘନ ଆକ୍ରମଣ କରୁଥିଲେ ହେଁ ତେଲ ଅଭିଭ ନିଜର ଆତ୍ମରକ୍ଷା ପାଇଁ ଅଧିକାର ପାଇଥିବା ଜି-୭ ନେତାମାନେ କହିଛନ୍ତି। ସେହିପରି ତେହରାନ କେବେ ହେଲେ ଆଣବିକ ଯୁଦ୍ଧାସ୍ତ୍ର ନିଜ ପାଖରେ ରଖି ପାରିବ ନାହିଁ ବୋଲି ଏହି ବିବୃତିରେ କୁହାଯାଇଛି।

ମଙ୍ଗଳବାର କାନାଡାରେ ଜି-୭ ସମ୍ମିଳନୀ ପୂର୍ବରୁ ଏପରି ବିବୃତି ଜାରି କରାଯାଇଥିଲା। ଜି-୭ରେ ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ ଆମେରିକା ରହିଛନ୍ତି। ୟୁରୋପୀୟ ୟୁନିୟନ ମଧ୍ୟ ଏହାର ଅଂଶ ବିଶେଷ। ସେହିପରି ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଛନ୍ତ। କିନ୍ତୁ ଭାରତ ଜି-୭ ଦେଶ ମଧ୍ୟରେ ନାହିଁ। 

Advertisment

ଜି-୭ ପକ୍ଷରୁ କୁହାଯାଇଛି, “ଆମେ ଜି-୭ର ନେତାମାନେ ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ପ୍ରତି ପ୍ରତିଶ୍ରୁତିବଦ୍ଧଚ ବୋଲି ପୁଣି ଦୋହରାଉଛୁ। ଏହି ପ୍ରସଙ୍ଗରେ ଆମେ କହିବାକୁ ଚାହୁଁଛୁ ଯେ ଇସ୍ରାଏଲ ପାଖରେ ଆତ୍ମରକ୍ଷାର ଅଧିକାର ରହିଛି। ଇସ୍ରାଏଲର ସୁରକ୍ଷା ପ୍ରତି ଆମେ ଆମ ସମର୍ଥନକୁ ଦୋହରାଉଛୁ।

ସାଧାରଣ ଲୋକଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଇରାନ ଆଞ୍ଚଳିକ ଅସ୍ଥିରତା ଓ ଆତଙ୍କବାଦର ପ୍ରମୁଖ ଉତ୍ସ। ଆମେ ନିୟମିତ ଭାବେ କହି ଆସିଛୁ ଯେ ଇରାନ କେବେ ହେଲେ ବି ଆଣବିକ ଯୁଦ୍ଧାସ୍ତ୍ରର ଅଧିକାରୀ ହୋଇପାରିବ ନାହିଁ। ଇରାନୀୟ ସଙ୍କଟର ସମାଧାନ ସହିତ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଶତ୍ରୁତା ହ୍ରାସ ପାଇବ। ଏହା ମଧ୍ୟରେ ଗାଜାରେ ଯୁଦ୍ଧ ବିରତି ମଧ୍ୟ ରହିଛି।”

USA Iran Israel Conflict Iran Israel War G7 Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe