Advertisment

୨ ପୋଷ୍ୟ ପୁତ୍ରଙ୍କୁ ଦୁଷ୍କର୍ମ କରିଥିଲେ: ୧୦୦ ବର୍ଷର ଜେଲଦଣ୍ଡ ପାଇଲେ ସମଲିଙ୍ଗୀ ଗେ’ ଦମ୍ପତି

ସେମାନେ ବିନା ପ୍ୟାରୋଲ ସୁବିଧାରେ ୧୦୦ ବର୍ଷ ଲେଖାଏ ଜେଲରେ ରହିବେ।

author-image
Hemant Lenka
Gay

Gay

ଆମେରିକାରେ ରହୁଥିବା ଜର୍ଜିଆର ଜଣେ ସମଲିଙ୍ଗୀ ଦମ୍ପତି ସେମାନଙ୍କ ବାକି ଜୀବନ ଜେଲରେ କାଟିବେ। କାରଣ ସେମାନେ ନିଜର ଦୁଇ ପୋଷ୍ୟ ପୁତ୍ରଙ୍କୁ ଯୌନ ନିର୍ଯାତନା ଦେବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିପାଇଁ ୱିଲିୟମ ଓ ଜାକାରୀ ଜୁଲୋକଙ୍କୁ ମିଳିଛି କଠୋର ଦଣ୍ଡ।

Advertisment

ସେମାନେ ବିନା ପ୍ୟାରୋଲ ସୁବିଧାରେ ୧୦୦ ବର୍ଷ ଲେଖାଏ ଜେଲରେ ରହିବେ। ୱାଲ୍ଟନ କାଉଣ୍ଟୀ ଜିଲ୍ଲା ଆଟର୍ଣ୍ଣିଙ୍କ ଅଫିସକୁ ଆଧାର କରି ନ୍ୟୁୟର୍କ ପୋଷ୍ଟରେ ଏପରି ଖବର ପ୍ରକାଶ ପାଇଛି।

ୱିଲିୟମଙ୍କ ବୟସ ୩୪ ଓ ଜାକାରୀଙ୍କ ବୟସ ୩୬। ଏମାନେ ସମଲିଙ୍ଗୀ। ଉଭୟ ପରସ୍ପରକୁ ବିବାହ ମଧ୍ୟ କରିଛନ୍ତି। ବାହାଘର ପରେ ଗୋଟିଏ ଖ୍ରୀଷ୍ଟିୟାନ ସ୍ପେଶାଲ ଆବଶ୍ୟକ ଏଜେନ୍ସିରୁ ସେମାନେ ୨ ଜଣ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏବେ ଦୁଇ ପୋଷ୍ୟ ପୁତ୍ରଙ୍କ ବୟସ ୧୨ ଓ ୧୦ ବର୍ଷ ହୋଇଗଲାଣି। ସୁଖି ପରିବାର ଆଳରେ ସମଲିଙ୍ଗୀ ଗେ ଦମ୍ପତି ଦୁଇ ପିଲାଙ୍କୁ ବଡ଼ କରିଥିଲେ।

Advertisment

ଜିଲ୍ଲା ଆଟର୍ଣ୍ଣି ଆର ମ୍ୟାକଗିନଲେ କହିଛନ୍ତି ୱିଲିୟମ ଓ ଜାକାରୀ ଅତ୍ୟନ୍ତ ହରର ହାଉସ ତିଆରି କରିଥିଲେ ଓ ସେଠାରେ ଅତ୍ୟନ୍ତ ଭୟଙ୍କର କାଣ୍ଡ ଘଟଣା ଘଟାଇ ଚାଲିଥିଲେ। ସେମାନେ ସମସ୍ତଙ୍କୁ ଓ ସବୁ କିଛି ଭୁଲି ନିଜର କଳା ଦୁନିଆରେ ନିମଗ୍ନ ହୋଇଯାଇଥିଲେ। ଜାକାରୀ ବ୍ୟାଙ୍କିଂ ସେକ୍ଟରରେ କାମ କରୁଥିବା ବେଳେ ୱିଲିୟମ ଜଣେ ସରକାରୀ କର୍ମଚାରୀ ଥିଲେ।

ଭଲ ଚାକିରି ଓ ପ୍ରତିଷ୍ଠା ସତ୍ତ୍ୱେ ସେମାନେ କଳା କରାନାମା ଜାରି ରଖିଥିଲେ। ଉଭୟ ପୋଷ୍ୟ ଭାବେ ଗ୍ରହଣ କରିଥିବା ଦୁଇ ଭାଇଙ୍କୁ ବଳପୂର୍ବକ ସେମାନଙ୍କ ସହ ସେକ୍ସ କରିବାକୁ ବାଧ୍ୟ କରୁଥିଲେ। ଖାଲି ସେତିକି ନୁହେଁ, ଦୁଇ ଭାଇଙ୍କ କିଛି ବନ୍ଧୁମାନଙ୍କ ସହ ମଧ୍ୟ ସମାନ କାଣ୍ଡ ଘଟାଉଥିଲେ। ପୁଲିସ୍‌ ତଦନ୍ତ ସମୟରେ ଏହାର ପ୍ରମାଣ ପାଇଛି।

ପୁଲିସ୍‌ ତଦନ୍ତ ପରେ ୨୦୨୨ରେ ୱିଲିୟମ ଓ ଜାକାରୀଙ୍କୁ ଗିରଫ କରାଯାଇଥିଲା। ଏବେ ସେମାନଙ୍କୁ ୧୦୦ ବର୍ଷର ଜେଲଦଣ୍ଡ ମିଳିଛି। ଗେ ଦମ୍ପତିଙ୍କ ଜଣେ ବନ୍ଧୁ ପୁଲିସ୍‌କୁ କହିଛନ୍ତି ଯେ ଜାକାରୀ ଗୋଟିଏ ଥର ଦୁଷ୍କର୍ମର ଶିକାର ହୋଇଥିବା ପିଲାର ଫଟୋ ଦେଖାଇଥିଲେ। ସ୍ନାପଚାଟରେ ସେ ଏହି ଫଟୋ ଦେଖାଇବା ସହ ଆଜି ରାତିରେ ମୁଁ ମୋ ପୁଅକୁ ଦୁଷ୍କର୍ମ କରିବାକୁ ଯାଉଥିବା କହିଥିଲା।

ଦୁଇ ଅଭିଯୁକ୍ତ ସୋଶାଲ ମିଡିଆକୁ ବ୍ୟବହାର କରି ୨ ଭାଇଙ୍କୁ ଦଲାଲଙ୍କ ହାତରେ ଟେକି ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ସେମାନଙ୍କୁ ସମଲିଙ୍ଗୀ ସେକ୍ସ ପାଇଁ ନିଜ ସହ ମଧ୍ୟ ନେଇଥିଲେ। ପୁଲିସ୍‌ ଚାଇଲ୍ଡ ପର୍ଣ୍ଣ ଡାଉନଲୋଡିଂ କରୁଥିବା ରାକେଟର ଜଣେ ସଦସ୍ୟଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ଗିରଫ ବ୍ୟକ୍ତି ଜଣଙ୍କ ୱିଲିୟମ ଓ ଜାକାରୀଙ୍କ ନାଁ ନେଇଥିଲେ। ସେମାନେ ହିଁ ନିଜର ଦୁଇ ପୋଷ୍ୟ ପୁତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖି ପର୍ଣ୍ଣ ଭିଡିଓ ପ୍ରସ୍ତୁତ କରୁଥିବା ପୁଲିସ୍‌କୁ କହିଥିଲେ। ଏହାପରେ ପୁଲିସ୍‌ ଦୁଇ ଗେ ଦମ୍ପତିଙ୍କୁ ଗିରଫ କରିଥିଲା।

USA Same Sex Marriages