Advertisment

ଇସ୍ରାଏଲର ଧମକ ପରେ ଗାଜା ଛାଡ଼ିବା ଆରମ୍ଭ କଲେ ଲୋକେ

ଲୋକମାନେ ନିଜ ନିଜ କାରରେ କପଡ଼ା, ଗଦି ଓ ଅନ୍ୟାନ୍ୟ ଜିନିଷ ଧରି ତୁରନ୍ତ ଗାଜା ଛାଡ଼ୁଥିବା ଭିଡିଓ ସାମ୍ନାକୁ ଆସିଛି।

Gaza

Gaza

Advertisment

ଇସ୍ରାଏଲର ଘନଘନ ଆକ୍ରମଣ ଓ ଧମକ ପରେ ଏବେ ଗାଜା ଷ୍ଟ୍ରିପ ଛାଡ଼ିବା ଆରମ୍ଭ କରିଛି ଲୋକେ। ଇସ୍ରାଏଲ ସ୍ଥଳ ଭାଗରେ ଗାଜାରେ ପ୍ରବେଶ କରିବାକୁ ଯୋଜନା କରୁଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଗାଜାରେ ଥିବା ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ କହିଥିଲା। ପ୍ରଥମେ ଗାଜାବାସୀ ଏହାକୁ ଖାତିର କରି ନଥିଲେ। କିନ୍ତୁ ଏବେ ସେମାନେ ଆକ୍ରମଣ ଭୟରେ ନିଜର ଭିଟା ମାଟି ଛାଡ଼ି ଅନ୍ୟତ୍ର ପଳାୟନ ଆରମ୍ଭ କରିଛନ୍ତି।

Advertisment

ଲୋକମାନେ ନିଜ ନିଜ କାରରେ କପଡ଼ା, ଗଦି ଓ ଅନ୍ୟାନ୍ୟ ଜିନିଷ ଧରି ତୁରନ୍ତ ଗାଜା ଛାଡ଼ୁଥିବା ଭିଡିଓ ସାମ୍ନାକୁ ଆସିଛି। ଯେଉଁ ସ୍ଥାନରେ ସେମାନେ ବର୍ଷବର୍ଷ ହେଲା ରହି ଆସୁଥିଲେ, ଆଜି ଇସ୍ରାଏଲ ଭୟରେ ସେମାନେ ଏହାକୁ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଜଣେ ରିପୋର୍ଟର ପୋଷ୍ଟ କରିଥିବା ଭିଡିଓରେ ଉତ୍ତର ଗାଜାର ଲୋକମାନେ ଘର ଛାଡ଼ୁ ଥିବା ଦେଖିବାକୁ ମିଳିଛି।

ଇସ୍ରାଏଲ ଗାଜା ସୀମାରେ ୩ ଲକ୍ଷ ସେନାକୁ ମୁତୟନ କରିଥିବା ବେଳେ ଶତାଧିକ ଟ୍ୟାଙ୍କ ମହଜୁଦ କରି ରଖିଛି। ଖୁବଶୀଘ୍ର ଏଗୁଡ଼ିକ ଗାଜାର ଉତ୍ତର ପ୍ରାନ୍ତରେ ପ୍ରବେଶ କରିବେ। ଗାଜା ସହର ତଳେ ଥିବା ଟନେଲରେ ହମାସ ଆତଙ୍କବାଦୀମାନେ ଲୁଚି ରହିଛନ୍ତି। ଏଥିପାଇଁ ସେଠାରେ ଥିବା ସାଧାରଣ ନାଗରିକଙ୍କୁ ୨୪ ଘଣ୍ଟା ମଧ୍ୟରେ ଅନ୍ୟତ୍ର ଚାଲି ଯିବାକୁ କହିଥିଲା।

Advertisment

ଏବେ ଉତ୍ତର ଗାଜାର ଲୋକମାନେ ନିଜର ସୁରକ୍ଷା ପାଇଁ ଦକ୍ଷିଣ ଦିଗକୁ ଯିବା ଆରମ୍ଭ କରିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିଛି। ତେବେ ଗାଜାରେ ନିଜର ଦବଦବା ରଖିଥିବା ହମାସ ଲୋକଙ୍କୁ ଘର ଛାଡ଼ିବାର କୌଣସି ଆବଶ୍ୟକ ନାହିଁ ଓ ସଂଗଠନର ସଦସ୍ୟମାନେ ଇସ୍ରାଏଲର ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି କହିଛି। ତଥାପି ଲୋକମାନେ ଭୟରେ ନିଜର ଜିନିଷପତ୍ର ଧରି ଦକ୍ଷିଣ ପ୍ରାନ୍ତକୁ ଯିବା ଆରମ୍ଭ କରିଛନ୍ତି।

ଇସ୍ରାଏଲ୍ ସେନା କହିଛି ଯେ ଗାଜାର ଲୋକମାନେ ନିଜର ସୁରକ୍ଷା ତଥା ପରିବାରର ସୁରକ୍ଷା ପାଇଁ ଦକ୍ଷିଣ ପାର୍ଶ୍ୱକୁ ପଳାଇଯାଆନ୍ତୁ। ହମାସ ଆତଙ୍କବାଦୀଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ। କାରଣ ସେମାନେ ଗାଜାବାସୀଙ୍କୁ ମାନବ କବଚ ଭାବରେ ବ୍ୟବହାର କରୁଛନ୍ତି। IDF(ଇସ୍ରାଏଲ ସେନା) ଆଗାମୀ ଦିନରେ ଗାଜା ସହର ଉପରେ ଆକ୍ରମଣ ଜାରି ରଖିବ। କିନ୍ତୁ ଏଥିରେ ଯେପରି କୌଣସି ସାଧାରଣ ନାଗରିକଙ୍କର କ୍ଷତି ନ ହୁଏ, ସେଥିପ୍ରତି ଧ୍ୟାନ ଦେବ ବୋଲି ଇସ୍ରାଏଲ ସେନା କହିଛି।

Rocket Attacks From Gaza Israel-Palestine Conflict Gaza
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe