Advertisment

କିଶୋରଙ୍କ ପାର୍ଟି ଉପରକୁ ଆଖି ବୁଜା ଗୁଳି ମାଡ଼; ୨ ମୃତ, ୬ ଗୁରୁତର

ଶନିବାର ରାତିରେ ସମସ୍ତେ ପାର୍ଟିରେ ମସଗୁଲ ଥିବା ବେଳେ ହଠାତ୍‌ ଗୁଳି ଫୁଟିବା ଶବ୍ଦ ଶୁଭିଲା। ଏହା ଶୁଣି ସମସ୍ତେ ଚାରିଆଡ଼େ ଦୌଡ଼ିବାକୁ ଲାଗିଲେ।

Firing

Firing

Advertisment

ଜର୍ଜିଆରେ ଡଗଲାସଭିଲେ ସହରରେ କିଶୋରମାନଙ୍କର ଏକ ପାର୍ଟି ଉପରକୁ ଆଖି ବୁଜା ଗୁଳି ମାଡ଼ ହୋଇ ୨ ଜଣଙ୍କ ଜୀବନ ଯାଇଛି।  ଏହି ଗୁଳି ମାଡ଼ରେ  ପ୍ରାୟ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗତ ଶନିବାର ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି। 

Advertisment

ଜର୍ଜିଆର ରାଜଧାନୀ ଆଟଲାଣ୍ଟାଠାରୁ ୩୨ କିମି ଦୂରରେ ଆୟୋଜିତ ହେଉଥିବା ପାର୍ଟିରେ ପ୍ରାୟ ୧୦୦ରୁ ଅଧିକ ନାବାଳକ ଯୋଗ ଦେଇଥିଲେ। ସମସ୍ତଙ୍କ ବୟସ ୧୮ ବର୍ଷରୁ କମ୍‌ ବୋଲି ଜଣାଯାଇଛି।

ଶନିବାର ରାତିରେ ସମସ୍ତେ ପାର୍ଟିରେ ମସଗୁଲ ଥିବା ବେଳେ ହଠାତ୍‌ ଗୁଳି ଫୁଟିବା ଶବ୍ଦ ଶୁଭିଲା। ଏହା ଶୁଣି ସମସ୍ତେ ଚାରିଆଡ଼େ ଦୌଡ଼ିବାକୁ ଲାଗିଲେ। ଏହା ମଧ୍ୟରେ ଗୁଳି ବାଜି ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ପୁଲିସ୍‌ ଏହି ଘଟଣାର ଛାନଭିନ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିନି। ତେବେ କୌଣସି ସଙ୍ଗଠନ ଏଥିନିମନ୍ତେ ନିଜକୁ ଦାୟୀ କରି ନାହାନ୍ତି। କିଶୋରମାନଙ୍କ ପାର୍ଟିକୁ ହଠାତ୍‌ କିଏ ଓ କାହିଁକି ଟାର୍ଗେଟ କଲା ତାହା ଜଣା ପଡ଼ି ନ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। 

Deadbody Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe