Advertisment

ପେଜର୍‌ ବିସ୍ଫୋରଣ ପଛରେ ଏହି ସୁନ୍ଦରୀଙ୍କ ହାତ? ମିଳୁଛି ଧମକ

ଏହି ମହିଳା ସାତୋଟି ଭାଷାରେ କଥାବାର୍ତ୍ତା କରନ୍ତି। ଏଥିସହ ଫିଜିକ୍ସରେ ପିଏଚ୍‌ଡି ମଧ୍ୟ କରିଛନ୍ତି। ସେ ବୁଡାପେଷ୍ଟରେ BAC କନ୍ସଲ୍ଟିଂର ସିଇଓ ଅଛନ୍ତି।

author-image
Madhupriya Mistry
Pager Blast Case

Pager Blast Case

ପେଜର୍‌ ପରେ ଓ୍ୱକି-ଟକି ବିସ୍ଫୋରଣରେ ଦୋହଲିଛି ଲେବନାନ। ଏହି ବିସ୍ଫୋରଣକୁ ନେଇ ପୂରା ବିଶ୍ୱରେ ଆତଙ୍କ ଖେଳି ଯାଇଛି। ତେବେ ଏହି ଭୟଙ୍କର ବିସ୍ଫୋରଣ ପଛରେ ରହିଛି ଜଣେ ସୁନ୍ଦରୀଙ୍କ ହାତ। ଯିଏ ସାତୋଟି ଭାଷାରେ କଥା ହୋଇପାରନ୍ତି। ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିଛି।

Advertisment

୪୯ ବର୍ଷୀୟ ବିଦେଶୀ ମହିଳା ଖ୍ରୀଷ୍ଟିଆନା ବାରସୋନି। ଏହି ମହିଳା ଇଟାଲୀ ଏବଂ ହଙ୍ଗେରୀର ଅଟନ୍ତି। ସେ ବୁଡାପେଷ୍ଟରେ BAC କନ୍ସଲ୍ଟିଂର ସିଇଓ ଅଛନ୍ତି। ସେ ସାତୋଟି ଭାଷାରେ କଥାବାର୍ତ୍ତା କରନ୍ତି। ଏଥିସହ ଫିଜିକ୍ସରେ ପିଏଚ୍‌ଡି ମଧ୍ୟ କରିଛନ୍ତି। ଇରାନର ଫାର୍ମ ଗୋଲ୍ଡ ଆପୋଲୋ ସହିତ ଖ୍ରୀଷ୍ଟିଆନାଙ୍କ କମ୍ପାନୀର ସମ୍ପର୍କ ରହିଛି, ଯାହାର ନାମ ଲେବନାନ ବିସ୍ଫୋରଣରେ ବ୍ୟବହୃତ ପେଜର୍‌ ତିଆରି କରିବା ସହ ଜଡିତ ଥିଲା।

ଖ୍ରୀଷ୍ଟିଆନାଙ୍କ ନାଁ ସାମ୍ନାକୁ ଆସିବା ପରେ ଏବେ ତାଙ୍କୁ ବେନାମୀ ଧମକ ମିଳୁଛି। ଏହା ପରେ ହଙ୍ଗେରୀ ସିକ୍ରେଟ୍ ସର୍ଭିସ ଏଜେନ୍ସି ତାଙ୍କୁ ଗଣମାଧ୍ୟମ ସାମ୍ନାକୁ ଆସିବାକୁ କଥାବାର୍ତ୍ତା କରିବାକୁ ବାରଣ କରିଛି। ଗଣମାଧ୍ୟମକୁ ଖ୍ରୀଷ୍ଟିଆନାଙ୍କ ମା' ଏହି ସୂଚନା ଦେଇଛନ୍ତି। ତାଙ୍କ ମା' କହିଛନ୍ତି ଯେ 'ପେଜର ବିସ୍ଫୋରଣରେ ତାଙ୍କ ଝିଅର କୌଣସି ସମ୍ପର୍କ ନାହିଁ। ଏହି ପେଜର୍ ବୁଡ଼ାପେଷ୍ଟ ଦେଇ ଯାଉନି ନାହିଁ କିମ୍ବା ହଙ୍ଗେରୀରେ ତିଆରି ହୁଏ ନାହିଁ।' ସପ୍ତାହ ଆରମ୍ଭରୁ ହଙ୍ଗେରୀ ସରକାର ମଧ୍ୟ ସମାନ ଦାବି କରିଥିଲେ।

Advertisment

ବାରସୋନି ବ୍ୟକ୍ତିଗତ ଜୀବନ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ତାଙ୍କର ବୁଡାପେଷ୍ଟରେ ଏକ ଆପାର୍ଟମେଣ୍ଟ ଅଛି, ଯେଉଁଥିରେ ତାଙ୍କର ପେଷ୍ଟେଲ ଚିତ୍ର ରହିଛି। ଗତ ଦୁଇ ବର୍ଷ ଧରି ବିଲ୍ଡିଂରେ ରହୁଥିବା ଜଣେ ପଡ଼ୋଶୀ ତାଙ୍କୁ ଦୟାଳୁ ଏବଂ ବନ୍ଧୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ପେଜର୍ ଆକ୍ରମଣ ପରଠାରୁ ବାରସୋନି ସର୍ବସାଧାରଣରେ ନଜର ଆସିନାହାନ୍ତି ବୋଲି ସେ କହିଛନ୍ତି।

ବିଏସ୍‌ସି କନ୍‌ସଲ୍ଟିଂ ଏକ ଟ୍ରେଣ୍ଡିଂ-ଇଣ୍ଟରମିଡିୟରୀ କମ୍ପନୀ। ଯାହାର ଦେଶର କୌଣସି ମାନୁଫେକଚରିଂ ସାଇଟ୍‌ ନାହିଁ। ଏହାବ୍ୟତୀତ ପେଜର କେବେ ହଙ୍ଗେରୀ ଯାଇ ନାହିଁ। ତେବେ ଏହି ବିବାଦରେ ବାରସୋନିଙ୍କ ଭୂମିକା ଅସ୍ପଷ୍ଟ ରହିଛି। ସେ ଏହି ଆକ୍ରମଣ ପରଠାରୁ ସେ କୌଣସି ସାର୍ବଜନୀନ ବିବୃତ୍ତି ଦେଇନାହାଁନ୍ତି ବୋଲି ହଙ୍ଗେରୀ ସରକାର କହିଛନ୍ତି।

Hezbollah Lebanon Pager Blasts Cristiana Barsony