Advertisment

ଗ୍ୟାଙ୍ଗଷ୍ଟର୍ ଗୋଲ୍ଡି ବ୍ରାର ମୃତ୍ୟୁ ଖବରକୁ ଆମେରିକା ପୁଲିସର ଖଣ୍ଡନ

କାଲିଫୋର୍ନିଆ ଗୁଳିମାଡ଼ ଘଟଣାରେ ଗୋଲ୍ଡି ବ୍ରାର ମୃତ୍ୟୁ ଘଟିଥିବା ଖବରକୁ ଖଣ୍ଡନ କରିଛି ଆମେରିକା ପୁଲିସ।

author-image
Debibandita Barick
Goldy Brar

Goldy Brar

ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଗୋଲ୍ଡି ବ୍ରାର୍ ମୃତ୍ୟୁ ଖବର ମିଛ। କାଲିଫୋର୍ନିଆ ଗୁଳିମାଡ଼ ଘଟଣାରେ ଗୋଲ୍ଡି ବ୍ରାର ମୃତ୍ୟୁ ଘଟିଥିବା ଖବରକୁ ଖଣ୍ଡନ କରିଛି ଆମେରିକା ପୁଲିସ। ଆମେରିକା ପୁଲିସ କହିଛି ଯେ, ମିଥ୍ୟା ଖବର ଚର୍ଚ୍ଚା ହେଉଛି, ଗୁଳିମାଡ଼ରେ ଗୋଲ୍ଡି ବ୍ରାରର ମୃତ୍ୟୁ ହୋଇନାହିଁ।

Advertisment

ପ୍ରକାଶ ଥାଉକି, ଗତକାଲି କାଲିଫୋର୍ନିଆ ଫ୍ରେସ୍ନୋର ଫେୟାରମୋଣ୍ଟ ଏବଂ ହୋଲ୍ଟ ଆଭେନ୍ୟୁରେ ଦୁଇ ଜଣଙ୍କ ଉପରକୁ ଗୁଳିମାଡ଼ ହୋଇଥିଲେ। ପରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୃତକ ଜଣକ ଗୋଲ୍ଡି ବ୍ରାର ବୋଲି ସୋଶାଲ ମିଡିଆରେ ଚର୍ଚ୍ଚା ହୋଇଥିଲା। 

କେତେକ ଅନ୍ତର୍ଜାତୀୟ ସମ୍ବାଦ ସଂସ୍ଥା ମଧ୍ୟ ଏହି ଖବର ପ୍ରସାରଣ କରିଥିଲା। କିନ୍ତୁ ଆମେରିକା ପୁଲିସ ମୃତ୍ୟୁ ଖବରକୁ ଖଣ୍ଡନ କରିଛି। ଫ୍ରେସ୍ନୋ ପୁଲିସ କହିଛି ଯେ, ଗୋଲ୍ଡି ବ୍ରାର ମୃତ୍ୟୁ ହୋଇନାହିଁ। ସୋଶାଲ ମଡିଆରେ ମିଥ୍ୟା ଖବର ଚର୍ଚ୍ଚା ହେଉଛି। କିଏ ଏପରି ଗୁଜବ ସୃଷ୍ଟି କରିଛି ତାହା ତ' ଜଣାନାହିଁ, କିନ୍ତୁ ଅନ୍ତର୍ଜାତୀୟ ମିଡିଆରେ ଖବର ଚର୍ଚ୍ଚା ହୋଇଛି। ଆମେ ପୁଣି ଥରେ କହୁଛୁ ଯେ, କାଲିଫୋର୍ନିଆ ଗୁଳିକାଣ୍ଡରେ ଗୋଲ୍ଡି ବ୍ରାରର ମୃତ୍ୟୁ ହୋଇନାହିଁ। 

Advertisment

ସତୀନ୍ଦରଜିତ୍ ସିଂହ ଛଦ୍ମନାମ ଗୋଲ୍ଡି ବ୍ରାର କୁଖ୍ୟାତ ଅପରାଧୀ ଭାବେ ଜଣାଶୁଣା। ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ତାଙ୍କୁ ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଛି। ସେ ଗ୍ୟାଙ୍ଗଷ୍ଟର୍ ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟ ବୋଲି ମଧ୍ୟ କୁହାଯାଏ। ପଞ୍ଜାବ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ନିଜକୁ ଦାୟୀ କରିବା ପରେ ଚର୍ଚ୍ଚାକୁ ଆସିଥିଲା ଗୋଲ୍ଡି। ତାଙ୍କ ବିରୋଧରେ ପୂର୍ବରୁ ଜାମିନ ବିହୀନ ୱାରେଣ୍ଟ ମଧ୍ୟ ଜାରି କରାଯାଇଛି।

Goldy Brar US Police