Advertisment

ସ୍ତ୍ରୀକୁ ହତ୍ୟା କଲେ ଗୁଗଲ ଇଞ୍ଜିନିୟର

ମୃତ ମହିଳା ଜଣକ ମଧ୍ୟ ଗୁଗଲର ଟେକ୍ନୋଲୋଜି ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ।

ଅଦ୍ୟତନ ହୋଇଛି
Couple

Couple

Advertisment

ଗୁଗଲ୍ ଜାଏଣ୍ଟରେ କାମ କରୁଥିବା ଦମ୍ପତିଙ୍କ ପାରିବାରିକ କଳହ ଉଗ୍ର ରୂପ ନେଇଛି। ଗୁଗଲ୍ ଇଞ୍ଜିନିଅର ଥିବା ସ୍ୱାମୀ ଲିରେନ ଚେନ୍ ତାଙ୍କ ପତ୍ନୀଙ୍କୁ ପିଟି ପିଟି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ମୃତ ମହିଳା ଜଣକ ମଧ୍ୟ ଗୁଗଲର ଟେକ୍ନୋଲୋଜି ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ।

Advertisment

ସୂଚନା ଅନୁସାରେ, ଲିରେନ ଏବଂ ତାଙ୍କ ପତ୍ନୀ ଜୁଆନୀ ୟୁ ବେଜିଂ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ ଉଭୟ ଗୁଗଲରେ କାମ କରିବା ସହ କାର୍ଲିଫର୍ଣ୍ଣିଆରେ ରହୁଥିଲେ। ଗତକାଲି ସେମାନେ ତାଙ୍କ ସମ୍ପର୍କୀୟଙ୍କ କଲ୍ ରିସିଭ୍ ନ କରିବା ସହ କବାଟ ମଧ୍ୟ ଖୋଲି ନଥିଲେ। ଏନେଇ ଲିରେନଙ୍କ ଜଣେ ଚିହ୍ନାଜଣା ବ୍ୟକ୍ତି ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଖେ ତ, ଲିରେନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୋଟିଏ ସ୍ଥାନରେ ବସିଛନ୍ତି। ତାଙ୍କ ପତ୍ନୀ ବିଛଣାରେ ଥିବାବେଳେ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଲିରେନ ପତ୍ନୀଙ୍କୁ ହତ୍ୟା କରିଥିବା ସନ୍ଦେହ କରି ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କ ଶରୀରରେ ମଧ୍ୟ ଏକାଧିକ ଆଘାତ ଲାଗିଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment

ଜିଲ୍ଲା ଓକିଲ ସଂଘ କହିଛି ଯେ, ଲିରେନ ଚେନ୍‌ଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ସେ ବର୍ତ୍ତମାନ ଡାକ୍ତରଖାନାରେ ଥିବାରୁ କୋର୍ଟରେ ହାଜର ହୋଇପାରି ନାହାନ୍ତି। ଡାକ୍ତରଙ୍କ ଅନୁମତି କ୍ରମେ ପରବର୍ତ୍ତୀ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହେବ। 

ଲିରେନ୍ ଚେନଙ୍କ ଲିଙ୍କଡଇନ୍ ପ୍ରୋଫାଇଲ୍ ଅନୁଯାୟୀ, ସେ ମାର୍ଚ୍ଚ 2020ଠାରୁ ଗୁଗଲର ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଆସୁଛନ୍ତି। ଏଥିସହ ୟୁଟ୍ୟୁବ ସର୍ଟସ୍ ସୁପାରିଶ ପାଇଁ ଏକ ଆଲଗୋରିଦମ ଉପରେ କାର୍ଯ୍ୟ କରୁଛନ୍ତି।

ଜୁଆନି ୟୁଙ୍କ ଲିଙ୍କଡଇନ୍ ପ୍ରୋଫାଇଲରେ ଦର୍ଶାଯାଇଛି ଯେ, ସେ 2021ରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ ଗୁଗଲରେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ ଆମାଜନରେ କାମ କରୁଥିଲେ। ସେମାନଙ୍କର ପ୍ରୋଫାଇଲ୍ କହୁଛି ଉଭୟ ଲିରେନ୍ ଚେନ୍ ଏବଂ ଜୁଆନି ୟୁ ବେଜିଂ ବିଶ୍ୱବିଦ୍ୟାଳୟର ଆଲୁମିନି।

MURDER CASE Crime Google Killed Wife Google Techie
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe