Advertisment

ନିଜ ଯୁବପିଢ଼ିଙ୍କୁ ମଦର ଲୋଭ ଦେଖାଉଛନ୍ତି ଏହି ସରକାର, ଦେଉଛନ୍ତି ବମ୍ପର ଅଫର

ମଦରୁ ଦୂରେଇ ରହିବାକୁ ସଚେତନତା ବାର୍ତ୍ତା ବି ପ୍ରଚାର କରାଯାଉଛି। ହେଲେ ଏବେ ଏକ ଦେଶ ନିଜ ଯୁବପିଢ଼ିଙ୍କୁ ମଦ ପ୍ରତି ଆକୃଷ୍ଟ କରିବାକୁ ଆଣିଛି ଲୋଭନୀୟ ଯୋଜନା।

author-image
Niharika Rout
ଅଦ୍ୟତନ ହୋଇଛି
Alcohol

Alcohol

ମଦ ଶରୀର ପାଇଁ କ୍ଷତିକାର ବୋଲି ଆମେ ପିଲା ଦିନୁ ଶୁଣି ଆସିଛୁ। ତେଣୁ ଏହାକୁ କେହି ଖୋଲା ହୃଦୟରେ ସ୍ୱାଗତ କରି ପାରି ନ ଥାନ୍ତି। ଏପରିକି ଏଥିପାଇଁ ପରିବାରରେ ଅଶାନ୍ତି ସୃଷ୍ଟି ହେବା ସହ ଘରର ଆର୍ଥିକ ସ୍ଥିତି ବି ଦୋହଲିଯାଏ। ତେଣୁ ମଦରୁ ଦୂରେଇ ରହିବାକୁ ସଚେତନତା ବାର୍ତ୍ତା ବି ପ୍ରଚାର କରାଯାଉଛି। ହେଲେ ଜାପାନ ଏବେ ନିଜ ଯୁବପିଢ଼ିଙ୍କୁ ମଦ ପ୍ରତି ଆକୃଷ୍ଟ କରିବାକୁ ଆଣିଛି ଲୋଭନୀୟ ଯୋଜନା।

Advertisment

ଜାପାନର ଏପରି ଦେଶ ଯିଏ ଯିଏ କି ନିଜ ନାଗରିକଙ୍କୁ ମଦ ପିଇବାକୁ ପ୍ରବର୍ତ୍ତାଉଛି। ଏହାକୁ ନେଇ ଏକ ଚର୍ଚ୍ଚା ଜୋର ଧରିଛି। ଜାପାନର ବୟସ୍କଙ୍କ ତୁଳନାରେ ଯୁବବର୍ଗ ମଦଠାରୁ ମୁହଁ ଫେରାଇ ନେଉଛନ୍ତି। ଏହାକୁ ନେଇ ଚିନ୍ତାରେ ସରକାର। କାରଣ ଏହାର ପ୍ରଭାବ ସେଠାକାର ରାଜକୋଷ ଉପରେ ପଡ଼ୁଛି।

୧୯୯୫ ମସିହା ତୁଳନାରେ ଦେଶରେ ମଦରୁ ଆସୁଥିବା ରାଜସ୍ୱ ତଳମୁହାଁ ହେବାରେ ଲାଗିଛି । ଏବେ ତାହା ମାତ୍ର ୧.୭%ରେ ପହଞ୍ଚିଛି। ଏହା ଏପର୍ଯ୍ୟନ୍ତ ଜାପାନରେ ମଦରୁ ଆସୁଥିବା ରାଜସ୍ୱର ସବୁଠୁ କମ୍‌ ପରିଣାମ ବୋଲି ଜଣାଯାଇଛି। ଏଥିପାଇଁ ଜାପାନ ସରକାର ନିଜ ୟୁବ ପିଢ଼ିକୁ ଦାୟୀ କରୁଛି। କାରଣ ଯୁବପିଢ଼ି ନିଜ କାମରେ ଏତେ ମାତ୍ରାରେ ବ୍ୟସ୍ତ ରହୁଛନ୍ତି ଯେ, ମଦ ପ୍ରତି ସେମାନେ ସେପରି କିଛି ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଏହା ଦେଶ ପାଇଁ ଭଲ ସଙ୍କେତ ହୋଇଥିଲେ ବି ଏହାର ପ୍ରଭାବ ରାଜକୋଷ ଉପରେ ପଡ଼ୁଥିବାରୁ ବିଳିବିଳେଇ ଉଠିଛନ୍ତି ସେଠାକାର ସରକାର।

Advertisment

ଏଥିସହ ଯୁବପିଢ଼ିଙ୍କୁ ମଦ ପ୍ରତି ଆକୃଷ୍ଟ କରିବାକୁ ‘ସେକ ବିବା’ ବା ଲଙ୍ଗ ଲିଭ ଆଲକୋହଲ ଡ୍ରିଙ୍କସ୍‌ ପରି ବମ୍ପର ଯୋଜନା ଆରମ୍ଭ କରିଛନ୍ତି ଜାପାନ ସରକାର। ଏହି ଯୋଜନାରେ କାମ ଚାପରେ ରହୁଥିବା ଜାପାନୀ ଯୁବବର୍ଗଙ୍କୁ ସଠିକ୍‌ ସମୟରେ ସଠିକ୍‌ ପରିମାଣର ମଦ ପରସା ଯିବ । ଏହାବାଦ ୨୦ରୁ ୩୦ ବର୍ଷ ବୟସର ଯୁବବର୍ଗଙ୍କୁ ଏହାର ଫାଇଦା ବିଷୟରେ ବୁଝାଯିବ ।

ଗୋଟିଏ ପଟେ ଜାପାନ ସରକାର ମଦକୁ ଯୁବବର୍ଗଙ୍କ ମଧ୍ୟରେ ଆଦୃତ କରିବାକୁ ଅଣ୍ଟା ଭିଡ଼ିଥିବା ବେଳେ ଏହାକୁ ସମାଲୋଚନା କରିବାକୁ ଲୋକଙ୍କ ସଂଖ୍ୟା ମଧ୍ୟ କିଛି କମ୍‌ ନାହିଁ। ଅଧିକ ନିଶାଗ୍ରସ୍ତ ହୋଇଗଲେ ଏହା ଯୁବବର୍ଗଙ୍କ କାମ କରିବାର ଦକ୍ଷତା ତଥା ଉତ୍ପାଦନ କ୍ଷମତା ଉପରେ ପଡ଼ିବ ବୋଲି ଅର୍ଥନୈତିଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି।

ଜାପାନ ପୂର୍ବରୁ ୨୦୦୪ ମସିହାରେ ଫ୍ରାନ୍ସ ବି ନିଜ ଯୁବପୀଢ଼ିଙ୍କୁ ମଦର ଲୋଭ ଦେଖାଇବାକୁ ଲୋଭନୀୟ ଅଫର ଆଣି ସାରିଛି ।

Japan Political Liquor