Advertisment

‘ଭାରତ ଯୋଡ଼ୋ ଯାତ୍ରାକୁ ବନ୍ଦ କରିବାକୁ ଚାପ ପକାଉଥିଲେ ମୋଦି, କିନ୍ତୁ...’

ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରିବାର କିଛି ସପ୍ତାହ ପୂର୍ବରୁ ରାହୁଲ ଗାନ୍ଧିଙ୍କ ବିଜେପି ବିରୋଧୀ କଡ଼ା ଟିପ୍ପଣୀ ରାଜନୀତିକୁ ବେଶ୍‌ ସରଗରମ କରିଛି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ସାତ ଦରିଆ ପାରିରେ ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ନିଜ ଆମେରିକା ଗସ୍ତ କାଳରେ ମୋଦି ସରକାର ଉପରେ ଶାଣିତ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ଏହି କଂଗ୍ରେସ ନେତା।

Advertisment

ନିଜ ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ରାହୁଲ ଗାନ୍ଧି କହିଛନ୍ତି, ଆମ ଯାତ୍ରା ରୋକିବାକୁ ମୋଦି ନିଜର ସମସ୍ତ ଶକ୍ତି ଲଗାଇ ଦେଇଥିଲେ। କିନ୍ତୁ କିଛି ବି ଫରକ ପଡ଼ିଲାନି, ଏହି ଯାତ୍ରା ଫୁଲ୍‌ ଦମ୍‌ରେ ଆଗକୁ ବଢ଼ିବାକୁ ଲାଗିଲା । ଏହାର ପ୍ରଭାବ ବି ସମଗ୍ର ଦେଶରେ ଅନୁଭୂତ ହେଲା। ଏହାର କାରଣ, ଭାରତ ଯୋଡ଼ୋ ଯାତ୍ରାର ବିଚାର ସମସ୍ତଙ୍କ ହୃଦୟରେ ରହିଛି ବୋଲି କହିଛନ୍ତି ରାହୁଲ ଗାନ୍ଧି ।

ନିଜ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ଅବସରରେ ଗତକାଲି ସକାଳେ ଆମେରିକାରେ ପହଞ୍ଚିଛନ୍ତି ରାହୁଲ। ଆମେରିକାରେ ସେ ଗୋଟିଏ ସପ୍ତାହ କାଳ ରହିବାକୁ କାର୍ଯ୍ୟକ୍ରମ ଥିବା ବେଳେ ଏହା ମଧ୍ୟରେ ସେ ଭାରତୀୟ ଆମେରିକୀୟଙ୍କୁ ସମ୍ବୋଧନ କରିବେ । ଏହାବାଦ ସେ ‍ବହୁ ପ୍ରମୁଖ ଅଧିକାରୀ ତଥା ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ସହ ବାର୍ତ୍ତାଳପ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। 

Advertisment

ବିଜେପି ଓ ଆରଏସ୍‌ଏସ୍‌ ଦେଶକୁ ଜାତି ଓ ଧର୍ମ ଆଧାରରେ ବାଣ୍ଟିବାକୁ ଚେଷ୍ଟା ଚଳାଇଥିବା ରାହୁଲ ଗାନ୍ଧି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ନିଜ ସପ୍ତାହ ବ୍ୟାପୀ ଆମେରିକା ଗସ୍ତ କାର୍ଯ୍ୟକ୍ରମରେ ସେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଛାତ୍ର ସମୁଦାୟଙ୍କ ସହ ବାର୍ତ୍ତା ବିନିମୟ କରି ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଆସନ୍ତା ୪ ତାରିଖରେ ନ୍ୟୁୟର୍କରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ନିଜ ଯାତ୍ରା ସମାପ୍ତ କରିବେ ରାହୁଲ ଗାନ୍ଧି।

ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରିବାର କିଛି ସପ୍ତାହ ପୂର୍ବରୁ ରାହୁଲ ଗାନ୍ଧିଙ୍କ ବିଜେପି ବିରୋଧୀ କଡ଼ା ଟିପ୍ପଣୀ ରାଜନୀତିକୁ ବେଶ୍‌ ସରଗରମ କରିଛି। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ ଓ ପ୍ରଥମ ମହିଳା ଜିଲ୍‌ ବାଇଡେନଙ୍କ ନିମନ୍ତ୍ରଣ ରକ୍ଷା କରି ମୋଦି ଆସନ୍ତା ୨୨ରେ ଆମେରିକା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଉକ୍ତ ରାତିରେ ହ୍ୱାଇଟ ହାଉସରେ ମୋଦିଙ୍କ ସମ୍ମାନର୍ଥେ ରାଜକୀୟ ରାତ୍ର ଭୋଜନର ଆୟୋଜନ କରାଯିବ ।

ସୂଚନାଯୋଗ୍ୟ, ଭାରତ ଯୋଡ଼ୋ ଯାତ୍ରା ୨୦୨୨ ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୩୦ ଜାନୁଆରୀରେ ଶ୍ରୀନଗରରେ ସମାପ୍ତ ହୋଇଥିଲା। ରାହୁଲ ଗାନ୍ଧି ଏହାର ନେତୃତ୍ୱ ନେଇ ୩ ହଜାର କିମି ଅତିକ୍ରମ କରିଥିଲେ। ଏହି ଯାତ୍ରା ସ୍ନେହ, ସଦଭାବନା ଓ ବିନମ୍ରତାକୁ ଆଗକୁ ବଢ଼ାଇଥିବା କହିଛନ୍ତି ରାହୁଲ ଗାନ୍ଧି।

Bjp Congress PM Modi Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe