Advertisment

ଗାଜାରେ ଗ୍ରାଉଣ୍ଡ ଆଟାକ୍‌, ନାଗରିକଙ୍କ ହାତରେ ବନ୍ଧୁକ ଧରାଇଲା ଇସ୍ରାଏଲ୍‌

ଉତ୍ତର ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ ଏକ ବଡ଼ ଧରଣର ଆକ୍ରମଣ କରିଛି। ଏହି ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିବା ଇସ୍ରାଏଲ ଉପରେ ହମାସର ଆକ୍ରମଣ ଠାରୁ ମଧ୍ୟ ବେଶ୍‌ ଘାତକ ବୋଲି କୁହାଯାଉଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Israel is distributing guns to its citizens

Israel is distributing guns to its citizens

ଇସ୍ରାଏଲ ଓ ହମାସ ମଧ୍ୟରେ ଜୋରଦାର ହେବାରେ ଲାଗିଛି ଯୁଦ୍ଧ। ଗାଜାରେ ଗ୍ରାଉଣ୍ଡ ଆଟାକ୍ କରିଛି ଇସ୍ରାଏଲ। ଯୁଦ୍ଧକୁ ଆହୁରି ଜୋରଦାର କରିବା ପାଇଁ ଏବେ ଇସ୍ରାଏଲ ନିଜ ନାଗରିକଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। ନିଜ ନାଗରିକଙ୍କ ହାତରେ ବନ୍ଧୁକ ଧରାଇଛି ଇସ୍ରାଏଲ। ଲଢ଼ିବା ପାଇଁ ସେମାନଙ୍କୁ ତାଲିମ ମଧ୍ୟ ଦେବା ଆରମ୍ଭ କରିଦେଇଛି। ଇସ୍ରାଏଲର ପୁଲିସ ମନ୍ତ୍ରୀ ଇଟାମର ବେନ ଗିଭର୍ ଦକ୍ଷିଣ ଇସ୍ରାଏଲ ସହର ଆସ୍କେଲନ୍ ବାସିନ୍ଦାଙ୍କୁ ଅସ୍ତ୍ରଶସ୍ତ୍ର ବଣ୍ଟନ କରିଥିବା ଜଣାପଡିଛି। ଏଥି ସହିତ, ଇସ୍ରାଏଲ୍ ସୈନିକମାନେ ଯୁଦ୍ଧର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ତାଲିମ ନେଉଛନ୍ତି।

Advertisment

ସେପଟେ ଉତ୍ତର ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ ଏକ ବଡ଼ ଧରଣର ଆକ୍ରମଣ କରିଛି। ଏହି ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିବା ଇସ୍ରାଏଲ ଉପରେ ହମାସର ଆକ୍ରମଣ ଠାରୁ ମଧ୍ୟ ବେଶ୍‌ ଘାତକ ବୋଲି କୁହାଯାଉଛି। ଇସ୍ରାଏଲ ଗାଜାରେ ନିଜର ଗ୍ରାଉଣ୍ଡ ଅପରେସନ୍ କାର୍ଯ୍ୟକଳାପକୁ ଜୋରଦାର କରିଛି । ଇସ୍ରାଏଲ୍ ସୈନ୍ୟବାହିନୀ ଗାଜାରେ ପ୍ରବେଶ କରି ଟନେଲରୁ ଆତଙ୍କବାଦୀଙ୍କୁ ଖୋଜି ବାହାର କରି ହତ୍ୟା କରୁଛି। ସେପଟେ ଇସ୍ରାଏଲର ଘନ ଘନ ଆକ୍ରମଣ ପରେ ଗାଜାରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।

ପାଲେଷ୍ଟାଇନ ଦାବି କରିଛି ଯେ ଇସ୍ରାଏଲର ସେନାର ଟ୍ୟାଙ୍କ ଗାଜାରେ ପ୍ରବେଶ କରିଛି। କୁହାଯାଉଛି ଯେ ଏଭଳି ଭୟଙ୍କର ଆକ୍ରମଣ ଦେଖିବା ପରେ ହମାସ ମୁଖ୍ୟ ଇସମାଇଲ ହାନିୟେର ଗର୍ବ ଭାଙ୍ଗିଯାଇଛି। ହମାସ ଏୟାର ଚିଫ ଅସିମ ଅବୁ ରକବାଙ୍କୁ ହତ୍ୟା କରିଥିବା ଦାବି କରିଛି ଇସ୍ରାଏଲ। ଅବୁ ରକବା ହମାସ୍ ପାଇଁ ଡ୍ରୋନ୍, ପାରାଚ୍ୟୁଟ୍ ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀ ତିଆରି କରୁଥିଲା । ସେ ୭ ଅକ୍ଟୋବରରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ମଧ୍ୟ ଥିଲା।

Advertisment

ଯୁଦ୍ଧ ୨୨ ଦିନରେ ପହଞ୍ଚି ସାରିଥିଲେ ମଧ୍ୟ କେହି ପଛକୁ ହଟିବାକୁ ରାଜି ନାହାନ୍ତି। ଏହି ଯୁଦ୍ଧ ଯୋଗୁ ପ୍ରାଣ ୯ ହଜାର ଲୋକେ ପ୍ରାଣ ହରାଇସାରିଲେଣି। ଏହାରି ଭିତରେ ଯୁଦ୍ଧ ଆହୁରି ଭୟଙ୍କର ହେବ ବୋଲି ଆକଳନ କରାଯାଉଛି। ଯୁଦ୍ଧର ବିପଦପୂର୍ଣ୍ଣ ମୁହୂର୍ତ୍ତ ଆସିଯାଇଛି ବୋଲି ଆମେରିକା କହିଛି।

Israel Israel-Palestine War Gaza