Advertisment

ମାନବ ଚାଲାଣ ସହ ୪ ଜଣଙ୍କ ମୃତ୍ୟୁ: ଆମେରିକାରୁ ଧରା ହେଲା ଗୁଜରାଟର ଡାର୍ଟୀ ହ୍ୟାରୀ

ଘଟଣାର ତଦନ୍ତ ଆମେରିକା କରୁଥିବା ବେଳେ ହର୍ଷ କୁମାରକୁ ଚିକାଗୋ ଏୟାରପୋର୍ଟରୁ ଗିରଫ କରାଯାଇଛି।

Gujarat

Gujarat

Advertisment

ମାନବ ଚାଲାଣ ଗ୍ୟାଙ୍ଗର ମୁଖ୍ୟ କାର୍ପଟଦାର ତଥା ଗୁଜରାଟର ଧୂର୍ତ୍ତ ହର୍ଷ କୁମାର ପଟେଲ ଓରଫ ଡାର୍ଟୀ ହ୍ୟାରୀ ଧରା ପଡ଼ିଛି। ତାକୁ ଆମେରିକା ପୁଲିସ୍‌ ଚିକାଗୋରୁ ଗିରଫ କରିଛି।

Advertisment

ଗୁଜରାଟର ଡିଙ୍ଗୁଚା ମାନବ ଚାଲାଣ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ଡାର୍ଟୀ ହ୍ୟାରୀ। ଏହି ଘଟଣାରେ ୨୦୨୨ ଜାନୁଆରୀ ମାସରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନେ ବେଆଇନ ଭାବେ କାନାଡାରୁ ଆମେରିକାରେ ପ୍ରବେଶ କରୁଥିବା ବେଳେ ଅତ୍ୟଧିକ ତୁଷାରପାତ ଯୋଗୁ ସମସ୍ତେ ପ୍ରାଣ ହରାଇଥିଲେ।

ଏହି ଘଟଣାର ତଦନ୍ତ ଆମେରିକା କରୁଥିବା ବେଳେ ହର୍ଷ କୁମାରକୁ ଚିକାଗୋ ଏୟାରପୋର୍ଟରୁ ଗିରଫ କରାଯାଇଛି। କାନାଡା ଓ ଆମେରିକାରେ ରହୁଥିବା ଗୁଜରାଟବାସୀଙ୍କୁ ଜଗଦୀଶ ପଟେଲ, ପତ୍ନୀ ବୈଶାଳୀ, ଝିଅ ଭିହାଙ୍ଗି ଓ ପୁଅ ଧର୍ମମିକଙ୍କ ମୃତ୍ୟୁ ପୂରା ଦୋହଲାଇ ଦେଇଥିଲା। ଏମାନଙ୍କ ଘର ଗାନ୍ଧିନଗର ନିକଟସ୍ଥ ଡିଙ୍ଗୁଚାରେ।

Advertisment

ଘଟଣା ଘଟିବା ଦିନ ରାତି ଅର୍ଥାତ ୨୦୨୨ ମସିହା ଜାନୁଆରୀ ୧୯ ତାରିଖ ହର୍ଷ କୁମାରଙ୍କ ଯୋଗାଯୋଗରେ ଥିବା ଭ୍ୟାନ ଡ୍ରାଇଭର ଷ୍ଟିଭ ଶାଣ୍ଡଙ୍କୁ ଆମେରିକା ପୁଲିସ ଧରିଥିଲା। ଷ୍ଟିଭ ବେଆଇନ ଭାବେ ୭ ଜଣ ଗୁଜରାଟ ଲୋକଙ୍କ ଚାଲାଣ କରିଥିଲେ। ଏମାନଙ୍କ ମଧ୍ୟରେ ପଟେଲ ପରିବାରର ୪ ଜଣ ଥିଲେ।

ତଦନ୍ତରୁ ଷ୍ଟିଭ ଓ ହର୍ଷ କୁମାର ମଧ୍ୟରେ ଥିବା ହ୍ୱାଟସଆପ ଚାଟ ସାମ୍ନାକୁ ଆସିଥିଲା। ଏଥିସହ ମାନବ ଚାଲାଣ ପାଇଁ ଦୁହିଁଙ୍କ ମଧ୍ୟରେ ଆର୍ଥିକ ନେଣଦେଶ ମଧ୍ୟ ହୋଇଥିଲା। ଏହାକୁ ଆଧାର କରି ପୁଲିସ ହର୍ଷ କୁମାରକୁ ଗିରଫ କରିଛି।

ହର୍ଷ କୁମାର ହିଁ ଷ୍ଟିଭଙ୍କୁ ବେଆଇନ ମାନବ ଚାଲାଣ ପାଇଁ ବ୍ୟବହାର ହୋଇଥିବା ରୁଟ ମ୍ୟାପ ଦେଇଥିଲା। କାନାଡାରୁ ବେଆଇନ ଭାବେ ଆମେରିକା ଆସିବାକୁ ଚାହୁଁଥିବା ଲୋକଙ୍କ ଚାଲାଣ ଏମାନେ କରୁଥିଲେ। ହର୍ଷ କୁମାର କଥାରେ ଷ୍ଟିଭ ୨୦୨୧ ଡିସେମ୍ବର ମାସରୁ ୨୦୨୨ ଜାନୁଆରୀ ମଧ୍ୟରେ ଏଭଳି ୫ଟି ମାମଲାରେ ସାମିଲ ରହିଥିଲେ।

USA Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe