Advertisment

ଅଶାନ୍ତ ପାକିସ୍ତାନ: କୋଇଲା ଖଣିରେ ଆଖିବୁଜା ଗୁଳିମାଡ଼, ୨୦ ମୃତ

ପାକିସ୍ତାନର ବାଲୁଚିସ୍ତାନର କ୍ୱେଟାରେ ବନ୍ଧୁକଧାରୀମାନେ କରିଛନ୍ତି ବଡ଼ ହମ୍‌ଲା । କ୍ୱେଟାର ଏକ କୋଇଲା ଖଣିରେ ଅତର୍କିତ ଗୁଳିମାଡ଼ ଯୋଗୁ ୨୦ ଖଣି କର୍ମଚାରୀଙ୍କ ମୃତ୍ୟୁ ହୋଇଛି।

Firing

Firing

Advertisment

ପୁଣିଥରେ ଅଶାନ୍ତ ହୋଇ ଉଠିଛି ପାକିସ୍ତାନ । ଫୁଟିଛି ଗୁଳି, ଅକାଳରେ ଚାଲିଯାଇଛି ୨୦ ଜୀବନ । ପାକିସ୍ତାନର ବାଲୁଚିସ୍ତାନର କ୍ୱେଟାରେ ବନ୍ଧୁକଧାରୀମାନେ କରିଛନ୍ତି ବଡ଼ ହମ୍‌ଲା । କ୍ୱେଟାର ଏକ କୋଇଲା ଖଣିରେ ଅତର୍କିତ ଗୁଳିମାଡ଼ ଯୋଗୁ ୨୦ ଖଣି କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଆଉ ୭ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି।

Advertisment

ପାକିସ୍ତାନର ଜଣେ ପୁଲିସ୍‌ ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କୋଇଲା ଖଣି ନିକଟରେ ରହୁଥିବା ଶ୍ରମିକଙ୍କ ଘରକୁ ଘେରି ଦେଇଥିଲେ। ଏହାପରେ ସେମାନେ ଆଖିବୁଜା ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଓ ଗୁରୁତରଙ୍କ ମଧ୍ୟରେ ୪ ଜଣ ପାକିସ୍ତାନ ନାଗରିକ ବୋଲି ଜଣାଯାଇଛି।

ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିନିମନ୍ତେ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ବହୁ ବିଚ୍ଛିନ୍ନବାଦୀ ନେତା ରହୁଥିବା ବେଳେ ସେମାନେ ଅଲଗା ହେବାକୁ ଦାବି କରୁଛନ୍ତି।

Advertisment

ଆଉ କିଛି ଦିନରେ ପାକିସ୍ତାନରେ ଏକ ସୁରକ୍ଷା ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏପରି ଆକ୍ରମଣ ସୁରକ୍ଷା ଚିନ୍ତାକୁ ବଢ଼ାଇ ଦେଇଛି।

ପାକିସ୍ତାନର କରାଚିସ୍ଥିତ ଜିନା ଅନ୍ତର୍ଜାତୀୟ ଏୟାରପୋର୍ଟ ପାଖରେ ଗତ ୬ ତାରିଖରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିବା ବେଳେ ୩ ଚାଇନା ନାଗରିକଙ୍କ ମୃତ୍ୟୁ ହୋଇଥିଲା। ବଲଚୁ ଲିବରେଶନ ଆର୍ମି ନାମକ ସଙ୍ଗଠନ ଏଥିନିମନ୍ତେ ନିଜକୁ ଦାୟୀ କରିଥିଲା।

Pakistan Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe