Advertisment

ବାର୍ଥ ଡେ' ପାର୍ଟିରେ ଫୁଟିଲା ଗୁଳି, ୮ମୃତ

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଘରର ମାଲିକ ଥିବା କଥା ପୁଲିସ କହିଛି। ଘରର ମାଲିକଙ୍କ ହିଁ ଜନ୍ମ ଦିନ ପାଳନ ଚାଲିଥିଲା। ଏହି ସମୟରେ ଗୁଳିମାଡ଼ ହୋଇଛି।

author-image
Madhupriya Mistry
Firing

Firing

ବାର୍ଥ ଡେ' ପାର୍ଟିରେ ଫୁଟିଲା ଗୁଳି। ମରଣ ଦିନରେ ପରିଣତ ହୋଇଗଲା ଜନ୍ମ ଦିନ ଉତ୍ସବ। ବନ୍ଧୁକଧାରୀଙ୍କ ଗୁଳିମାଡରେ ଟଳି ପଡିଲେ ୮ ଜଣ। ରବିରାତ ରାତିରେ ଦକ୍ଷିଣ ଆଫ୍ରିକାର ଇଷ୍ଟର୍ଣ୍ଣ କେପ୍‌ ଅନ୍ତର୍ଗତ କ୍ୱେବେର୍‌ହାରେ ଘଟିଛି ଏଭଳି କିଛି ଗୁଳିକାଣ୍ଡ।

Advertisment

ସୂଚନା ମୁତାବକ, ରବିବାର ସନ୍ଧ୍ୟା ୫.୧୫ରୁ ୫.୩୦ରେ ଏହି ଗୁଳିକାଣ୍ଡ ଘଟିଛି। ଦୁଇ ବନ୍ଧୁକଧାରୀ ଘରେ ପଶି ଜନ୍ମଦିନ ଉତ୍ସବ ଚାଲିଥିବା ବେଳେ ଅତିଥିଙ୍କ ଉପରକୁ ଗଳିମାଡ କରିଥିଲେ। ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୩ ଜଣ ଆହତ ହୋଇଥିଲେ। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଘରର ମାଲିକ ଥିବା କଥା ପୁଲିସ କହିଛି। ଘରର ମାଲିକଙ୍କ ହିଁ ଜନ୍ମ ଦିନ ପାଳନ ଚାଲିଥିଲା। ଏହି ସମୟରେ ଗୁଳିମାଡ ହୋଇଛି। ତେବେ ଗୁଳିମାଡ ପରେ ବନ୍ଧୁକଧାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍‌ ଚଳାଇଛି।

ପୁଲିସ ମୁଖପାତ୍ରଙ୍କ ସୂଚନା ଅନୁସାରେ, ମୃତାହତମାନଙ୍କ ପରିଚୟ ସାମ୍ନାକୁ ଆସିନାହିଁ। ‘ପ୍ରୋଭିନ୍‌ସିଆଲ୍‌ ଅର୍ଗାନାଇଜ୍‌ଡ୍‌ କ୍ରାଇମ୍‌ ଇନ୍‌ଭେଷ୍ଟିଗେସନ୍‌’ (ୟୁନିଟ୍‌) ଏହି ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ କି ଆକ୍ରମଣର ଉଦ୍ଦେଶ୍ୟ ମଧ୍ୟ ଜଣାପଡ଼ିନାହିଁ।

Advertisment