Advertisment

ମସ୍କୋରେ ଆଖିବୁଜା ଗୁଳିମାଡ଼; ୬୦ ମୃତ, ୧୪୫ ଗୁରୁତର

ଋଷର ପ୍ରମୁଖ ରକ୍ ବ୍ୟାଣ୍ଡ ପିକନିକ୍ ପକ୍ଷରୁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ୬ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ। ଏହି ସମୟରେ ୪ ଜଣ ଆତଙ୍କବାଦୀ ସେନା ପୋଷାକରେ ସେଠାରେ ପହଞ୍ଚି ଏଭଳି କାଣ୍ଡ ଭିଆଇଛନ୍ତି।

ଅଦ୍ୟତନ ହୋଇଛି
Fire

Fire

Advertisment

ଋଷର ରାଜଧାନୀ ମସ୍କୋରେ ହୋଇଛି ଆତଙ୍କୀ ହାମଲା। ମସ୍କୋସ୍ଥି ଏକ ସିଟି  ହଲ୍‌ରେ  ହୋଇଥିବା ଭିଡ ଉପରେ ଆଖି ବୁଜା ଗୁଳି ଚଳାଇବା ସହ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୬୦ ଜଣ ପ୍ରାଣ ହରାଇଥିବା ବେଳେ ୧୪୫ରୁ  ଅଧିକ ଆହତ ହୋଇଛନ୍ତି। ମସ୍କୋର ଉତ୍ତର-ପଶ୍ଚିମ କ୍ରସନଗୋରସ୍କ ସହରରେ ଥିବା କ୍ରୋକସ ସିଟି ହଲରେ ଏହି ଗୁଳିମାଡ ହୋଇଛି। ଏହି ବିସ୍ଫୋରଣ ଯୋଗୁ କନସର୍ଟ ହଲରେ ନିଆଁ ଲାଗିଯାଇଥିଲା।

Advertisment

ଋଷର ଫେଡେରାଲ ସିକ୍ୟୁରିଟି ସର୍ଭିସର ସୂଚନା ଅନୁସାରେ, ଋଷର ପ୍ରମୁଖ ରକ୍ ବ୍ୟାଣ୍ଡ ପିକନିକ୍ ପକ୍ଷରୁ ସେଠାରେ କାର୍ଯ୍ୟକ୍ରମ ଚାଲିଥିଲା। ୬ ହଜାରରୁ ଅଧିକ ଦର୍ଶକ ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ୪ ଜଣ ଆତଙ୍କବାଦୀ ସେନା ପୋଷାକରେ ସେଠାରେ ପହଞ୍ଚି ଏଭଳି କାଣ୍ଡ ଭିଆଇଛନ୍ତି। ହଲରେ ଲାଗିଥିବା ନିଆଁକୁ ହେଲିକପ୍ଟର ମାଧ୍ୟମରେ ନିୟନ୍ତ୍ରଣ କରାଯାଇଛି। ତେବେ ଆତତାୟୀଙ୍କ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିପାରିନାହିଁ।

ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ଅନୁମାନ କରାଯାଉଥିବା ବେଳେ ଆତଙ୍କବାଦୀ ସଂଗଠନ ଆଇଏସ୍ ଏହି ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଛି। ସେପଟେ ଏହି ଘଟଣା ପରେ ମସ୍କୋ ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Advertisment
Terror Attack Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe