Advertisment

ଏତେ ଭିଡ଼ ଭିତରେ କିଏ ଓ କାହିଁକି ଟ୍ରମ୍ପଙ୍କ ସହଯୋଗୀଙ୍କୁ ଗୁଳି କରି ମାରିଦେଲା?

ଭାଷଣ ଦେଉଥିବା ବେଳେ ଚାର୍ଲିଙ୍କ ବେକମୁଣ୍ଡାରେ ଧଡ଼ କରି ମାଡ଼ ହୋଇଥିଲା ଗୁଳି। ରକ୍ତ ଝରଝର ହୋଇ ବହି ଯାଇଥିଲା ଓ ଘଟଣା ସ୍ଥଳରେ ଆଖିବୁଜି ଥିଲେ ଟ୍ରମ୍ପଙ୍କ ମେକ ଆମେରିକା ଗ୍ରେଟ ଏଗେନର ଫାୟାରବ୍ରାଣ୍ଡ ନେତା ଚାର୍ଲି।

Charli

Charli

Advertisment

ପ୍ରବଳ ଭିଡ଼ ହୋଇଥିଲା। ଶହଶହ ଲୋକ ରୁଣ୍ତ ହୋଇଥିଲେ। ଷ୍ଟେଜ ଉପରେ ଭାଷଣ ଦେଉଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ତଥା କଞ୍ଜରଭେଟିଭର ସକ୍ରିୟ ସଦସ୍ୟ ଚାର୍ଲି କିର୍କ। ଏହି ସମୟରେ ଭିଡ଼ ଭିତରୁ ଚାଲିଥିଲା ଗୁଳି। ଭାଷଣ ଦେଉଥିବା ବେଳେ ଚାର୍ଲିଙ୍କ ବେକମୁଣ୍ଡାରେ ଧଡ଼ କରି ମାଡ଼ ହୋଇଥିଲା ଗୁଳି। ରକ୍ତ ଝରଝର ହୋଇ ବହି ଯାଇଥିଲା ଓ ଘଟଣା ସ୍ଥଳରେ ଆଖିବୁଜି ଥିଲେ ଟ୍ରମ୍ପଙ୍କ ମେକ ଆମେରିକା ଗ୍ରେଟ ଏଗେନର ଫାୟାରବ୍ରାଣ୍ଡ ନେତା ଚାର୍ଲି।

Advertisment

ଚାର୍ଲି ୟୁଟା ଭ୍ୟାଲି ୟୁନିଭର୍ସିଟି ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ହିଁ ତାଙ୍କୁ ଗୁଳିମାଡ କରାଯାଇଥିଲା। ଏହି ଜଘନ୍ୟ ହତ୍ୟାକାଣ୍ଡର ଏକ ହୃଦୟବିଦାରକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଚାର୍ଲି କିର୍କଙ୍କ ବେକମୁଣ୍ଡାରେ ଗୁଳି ମାଡ଼ ହେଉଥିବା ଦେଖାଯାଉଛି। ଏତେ ଭିଡ଼ ଓ ସର୍ବସମ୍ମୁଖରେ ଏତେ ବଡ଼ ଘଟଣା ଘଟିଥିଲେ ହେଁ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କୁ ଧରିପାରିନି ଟ୍ରମ୍ପ ପ୍ରଶାସନ।

ସେହିପରି କାହିଁକି ଚାର୍ଲିଙ୍କୁ ଗୁଳି କରାଗଲା, ତା’ର କାରଣ ମଧ୍ୟ ଜଣାପଡ଼ି ନାହିଁ। ଘଟଣା ପରେ ଦୁଇଜଣ ସନ୍ଦିଗ୍ଧଙ୍କୁ ପୁଲିସ୍‌ ଉଠାଇ ନେଇଥିଲା। କିନ୍ତୁ ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ଏବେ ପୁଲିସ୍‌ ପ୍ରଶାସନ ଘରଘର ବୁଲି ଚାର୍ଲି ହତ୍ୟାକାରୀଙ୍କୁ ଖୋଜିବାରେ ଲାଗି ପଡ଼ିଛି।

Advertisment

୩୧ ବଷର୍ରୟ ଚାର୍ଲି କିର୍କ ଆମେରିକାର ପ୍ରମୁଖ ଦକ୍ଷିଣପନ୍ଥୀ ନେତା। ବୁଧବାର ୟୁଟା ଭ୍ୟାଲି ୟୁନିଭର୍ସିଟି କ୍ୟାମ୍ପସରେ ସେ ଭାଷଣ ଦେଇଥିଲେ। ଟର୍ଣ୍ଣିଂ ପଏଣ୍ଟ ୟୁଏସର ପ୍ରତିଷ୍ଠାତା ଚାର୍ଲି ବନ୍ଧୁକ ହିଂସା ସମ୍ପର୍କରେ ଭାଷଣ ଦେବା ପରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କୁ ଟାର୍ଗେଟ କରି ଗୁଳି ମାଡ଼ ହୋଇଥିଲା।

ୟୁଟା ଡିର୍ପାଟମେଣ୍ଟ ଅଫ ପବ୍ଲିକ ସେଫ୍ଟୀ କମିଶନର ବିଉ ମାସନଙ୍କ କହିବା କଥେ ଆକ୍ରମଣକାରୀ କେବଳ ଗୋଟିଏ ଗୁଳି ଚଳାଇଛି। ଅର୍ଥାତ ଏହା ଟାର୍ଗେଟ କିଲିଂ। ସମ୍ଭବତଃ କୌଣସି ଉଚ୍ଚ ସ୍ଥାନରୁ ଗୁଳି କରାଯାଇଥିଲା। ଦୁଇ ଜଣଙ୍କୁ ଏହି ଘଟଣାରେ ଅଟକ ରଖାଯାଇଥିଲା। ତେବେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ଏବେ ଘର ଘର ବୁଲି ହତ୍ୟାକାରୀକୁ ଖୋଜା ଚାଲିଥିବା ସେ କହିଛନ୍ତି।

ଏପରି ହତ୍ୟାକାଣ୍ଡକୁ ଟ୍ରମ୍ପ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଏହା ଆମେରିକା ପାଇଁ ଗୋଟିଏ କଳାମୁହୂର୍ତ୍ତ ବୋଲି ସେ କହିବା ସହ ରବିବାର ଯାଏ ଚାର୍ଲିଙ୍କ ସ୍ମୃତିରେ ଜାତୀୟ ପତାକା ଅର୍ଦ୍ଧ ନିମିତ ହେବ ବୋଲି ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ କହିବା କଥା ଚାର୍ଲି ଆମେରିକାର ଭବିଷ୍ୟତ ଓ ଆମେରିକା ବିପ୍ଳବର ଜଣେ ଯୋଦ୍ଧା ଥିଲେ।

USA Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe