Advertisment

ପାକିସ୍ତାନ ନ୍ୟାୟାଳୟର ବଡ଼ ରାୟ; ହାଫିଜ ସଇଦକୁ ୭୮ ବର୍ଷ ଜେଲ୍‌ ଦଣ୍ଡ

୭ଟି ଆତଙ୍କବାଦୀ ଘଟଣାକୁ ସଫଳ କରିବା ନିମନ୍ତେ ପାଣ୍ଠି ଯୋଗାଇଥିବା ମାମଲାରେ ପାକିସ୍ତାନର ନ୍ୟାୟଳୟ ପକ୍ଷରୁ ତାଙ୍କୁ ଏପରି ଦଣ୍ଡାଦେଶ ଦିଆଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Hafiz Saeed

Hafiz Saeed

ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲଶ୍କର-ଇ-ତୋଏବା ପ୍ରତିଷ୍ଠାତା ହାଫିଜ ସଇଦଙ୍କୁ ମିଳିଛି ୭୮ ବର୍ଷ ଜେଲ୍‌ଦଣ୍ଡ। ଏବେ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଜୀବନ ବିତୁଥିବା ଏହି କୁଖ୍ୟାତ ଆତଙ୍କବାଦୀକୁ ମିଳିଛି ଏହି ଦଣ୍ଡାଦେଶ । ୭ଟି ଆତଙ୍କବାଦୀ ଘଟଣାକୁ ସଫଳ କରିବା ନିମନ୍ତେ ପାଣ୍ଠି ଯୋଗାଇଥିବା ମାମଲାରେ ପାକିସ୍ତାନର ନ୍ୟାୟଳୟ ପକ୍ଷରୁ ତାଙ୍କୁ ଏପରି ଦଣ୍ଡାଦେଶ ଦିଆଯାଇଛି।

Advertisment

ଲଶ୍କର-ଇ-ତୋଏବା ପ୍ରତିଷ୍ଠାତା ହାଫିଜ ସଇଦ ଜମାତ-ଉଦ୍-ଦାବାର କିଛି ଅନ୍ୟ ନେତାଙ୍କ ସହ ୨୦୧୯ରୁ ପାକିସ୍ତାନର ଜେଲ୍‌ରେ ଅଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ହାଫିଜକୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ହାଫିଜ ସଇଦ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟକୁ ହାଫିଜ ସଇଦକୁ ହସ୍ତାନ୍ତର କରିବାକୁ ଆନୁଷ୍ଠାନିକ ଆବେଦନ କରିଛନ୍ତି। ଏନେଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବାକୁ ଭାରତ ପକ୍ଷରୁ କୁହାଯାଇଛି।

Advertisment

ତେବେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଭାରତର ଏହି ଦାବିକୁ ସୁନିଶ୍ଚିତ କରିନାହିଁ କି ଏହାକୁ ଅସ୍ୱୀକାର ମଧ୍ୟ କରି ନାହିଁ। ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ପ୍ରତ୍ୟାର୍ପଣ ଚୁକ୍ତି ନାହିଁ।

ମିଳିତ ଜାତିସଂଘ ମଧ୍ୟ ହାଫିଜ ସଇଦଙ୍କୁ ଆତଙ୍କବାଦୀ ଘୋଷଣା କରିସାରିଛି। ଏଭଳି ପରିସ୍ଥିତିରେ ଭାରତର ଏହି ପ୍ରତ୍ୟାର୍ପଣ ଦାବି ଯୋଗୁ ପାକିସ୍ତାନ ସରକାର ହରଡଘଣାରେ ପଡ଼ିପାରେ ବୋଲି କୁହାଯାଉଛି।

 ହାଫିଜ ସଇଦ ବିଶ୍ୱ ଆତଙ୍କବାଦୀ ଘୋଷିତ ହୋଇଥିବାବେଳେ ତାଙ୍କ ଦଳ ପାକିସ୍ତାନରେ ନିର୍ବାଚନ ଲଢ଼ିବାକୁ ଅନୁମତି ପାଇଛି। ଫେବ୍ରୁଆରୀ ୮ ରେ ହେବାକୁ ଥିବା ନିର୍ବାଚନ ପାଇଁ ହାଫିଜଙ୍କ ଦଳ ପ୍ରତ୍ୟେକ ଜାତୀୟ ତଥା ପ୍ରାଦେଶିକ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି। କେବଳ ଏତିକି ନୁହେଁ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହାଫିଜଙ୍କ ପୁଅ ତାଲହା ସଇଦ ମଧ୍ୟ ନିର୍ବାଚନରେ ଭାଗ ନେବାକୁ ଯାଉଛି। ସେ ଲାହୋର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି କୁହାଯାଉଛି। ଆମେରିକା ହାଫିଜ ସଇଦଙ୍କ ଉପରେ ୧ କୋଟି ଡଲାର ପୁରସ୍କାର ଘୋଷଣା କରିଛି।

Pakistan Hafiz Saeed