Advertisment

ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ; ୨୪ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ବିସ୍ଫୋରଣ ଘଟି ୨୪ ଜଣଙ୍କ ମୃତ୍ୟୁ ସହ ୪୦ ଜଣ ଆହତ ହୋଇଛନ୍ତି।

Incident Post

Incident Post

Advertisment

ହାଇତିର ଦକ୍ଷିଣ ଉପଦ୍ୱୀପରେ ଏକ ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ ଘଟି ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୪୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଶରୀରର ଏକ ତୃତୀୟାଂଶ ପୋଡ଼ି ଯାଇଥିବା ସୂଚନା ମିଳିଛି। 

Advertisment

ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ସମୟରେ ଏକ ଇନ୍ଧନ ଟ୍ୟାଙ୍କର ଯାଉଥିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା। ଫଳରେ ୨୪ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ମୃତକଙ୍କ ମଧ୍ୟରେ ମିହିଳା ଓ ଶିଶୁ ଥିବାବେଳେ ଅଧିକାଂଶ ପୁରୁଷ ଅଛନ୍ତି।

ହାଇତି ପ୍ରଧାନମନ୍ତ୍ରୀ ଗ୍ୟାରି କନିଲ୍ ଏହି ଘଟଣାକୁ ଅତ୍ୟନ୍ତ ଭୟାନକ ବୋଲି କହିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ କନିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ସେମାନଙ୍କୁ ହେଲିକପ୍ଟର ଯୋଗେ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି।

Advertisment
Tanker Explosion Haiti Prime Minister Haiti Fuel Tanker
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe