Advertisment

ଟଳିଲା ହମାସ୍‌ ଚିଫ ଇସମାଇଲ୍‌, ଘରେ ପଶି ହତ୍ୟା

ଇରାନର ରାଜଧାନୀ ତେହେରାନରେ ହାମାସ ମୁଖ୍ୟ ଇସମାଇଲ ହାନିୟାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Ismail Haniyeh

Ismail Haniyeh

Advertisment

ଇରାନରେ ହମାସ ଚିଫ ଇସମାଇଲ୍ ହାନିୟାଙ୍କୁ ହତ୍ୟା। ତାଙ୍କୁ ଘରେ ପଶି ହତ୍ୟା କରିଛି ଇସ୍ରାଏଲ। ଇରାନ୍‌ରେ ନୂଆ ରାଷ୍ଟ୍ରପତି ଶପଥ ସମାରୋହରୁ ଇସମାଇଲ୍‌ ଫେରିବା ପରେ ତାଙ୍କୁ ହତ୍ୟା କରାଯାଇଛି। ଏନେଇ ହମାସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଗତ ବର୍ଷ ଅକ୍ଟୋବର ୭ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଇସ୍ରାଏଲ। ହାମାସ ମୁଖ୍ୟ ଇସମାଇଲ ହାନିୟାଙ୍କୁ ହତ୍ୟା କରାଯାଇଛି। ଇରାନର ରାଜଧାନୀ ତେହେରାନରେ ହାମାସ ମୁଖ୍ୟ ଇସମାଇଲ ହାନିୟାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଇସ୍ରାଏଲର ସେନାର ବୟାନ ଅନୁଯାୟୀ ହାନିୟା ଏବଂ ତାଙ୍କର ଜଣେ ଅଙ୍ଗରାକ୍ଷୀଙ୍କୁ ତେହେରାନରେ ଥିବା ସେମାନଙ୍କ ବାସଭବନରେ ହତ୍ୟା କରାଯାଇଥିବା।

ଇସମାଇଲ ହନିୟା ଆତଙ୍କବାଦୀ ସଂଗଠନ ହମାସର ମୁଖ୍ୟ ଥିଲେ। ସେ ଗାଜାରେ ହମାସ ଆତଙ୍କୀ ସଂଗଠନକୁ ପରିଚାଳନା କରୁଥିଲେ। ଇସ୍ରାଏଲ ଉପରେ ହୋଇଥିବା ବର୍ବର ଆକ୍ରମଣର ହାନିୟା ମାଷ୍ଟରମାଇଣ୍ଡ ଥିବା କୁହାଯାଉଥିଲା। ସେ ନୂତନ ଇରାନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଇରାନ ଗସ୍ତ କରିଥିଲେ। ଏହି ସମୟରେ ତାଙ୍କୁ ହତ୍ୟା କରାଯାଇଛି। ଏହାପୂର୍ବରୁ ଏପ୍ରିଲରେ ହାନିୟାର ତିନି ପୁଅଙ୍କୁ ଏୟାର ଷ୍ଟ୍ରାଇକ୍‌ ହତ୍ୟା କରାଯାଇଥିଲା।

Advertisment

ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଏକ ବୟାନରେ କହିଛି ଯେ, ଏହି ଆକ୍ରମଣ ତେହେରାନରେ ହାନିୟାଙ୍କ ଠିକଣାକୁ ଟାର୍ଗେଟ୍‌ କରି କରାଯାଇଛି। ୨୦୧୯ରୁ ହାନିୟା ପାଲେଷ୍ଟାଇନ ବାହାରେ ରହୁଥିଲେ। ଇସମାଇଲ ହାନିୟାଙ୍କ ନିର୍ଦ୍ଦେଶରେ ଗତ ବର୍ଷ ଇସ୍ରାଏଲ ଉପରେ ହମାସ ଏକ ବର୍ବର ଆତଙ୍କବାଦୀ ଆକ୍ରମଣ କରିଥିଲା।

Ismail Haniyeh Hamas Chief Israel Attack On Hamas Hamas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe