Advertisment

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ସିନୱାର ନିହତ !

ପୂର୍ବରୁ ଇସ୍ରାଏଲ ସେନା ଇରାନରେ ପଶି ହମାସର ମୁଖ୍ୟ ଇସମାଇଲ ହାନିୟେଙ୍କୁ ହତ୍ୟା କରିଥିଲା। ଏହାପରେ ସିନୱାର ହମାସ ମୁଖ୍ୟ ହୋଇଥିଲା। ଏବେ ତାକୁ ମଧ୍ୟ ଇସ୍ରାଏଲ ଖତମ କରିଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
sinwar

sinwar

Advertisment

ଗାଜା ଷ୍ଟ୍ରିପରେ ଏୟାର ଷ୍ଟ୍ରାଇକ କରୁଥିବା ଇସ୍ରାଏଲ ପକ୍ଷରୁ ବଡ଼ ଦାବି କରାଯାଇଛି। ଇସ୍ରାଏଲ ପକ୍ଷରୁ ଗାଜାରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାର ପ୍ରାଣ ହରାଇଥିବା କୁହାଯାଉଛି। ଇସ୍ରାଏଲ ସେନା ବର୍ତ୍ତମାନ ଏହି ଖବରକୁ ନିଶ୍ଚିତ କରିବା ପାଇଁ ଉଦ୍ୟମ କରୁଛି। ତଥାପି ଏୟାର ଷ୍ଟ୍ରାଇକରେ ସିନୱାର ପ୍ରାଣ ହରାଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଛି।

Advertisment

ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ ଏୟାର ଷ୍ଟ୍ରାଇକରେ ଏକାଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଆତଙ୍କବାଦୀଙ୍କ ପରିଚୟ ଜାଣିବା ସମ୍ଭବ ନୁହେଁ। ଯେଉଁ ବିଲଡିଂ ଉପରେ ଆକ୍ରମଣ କରାଯାଇଥିଲା, ସେଠାରେ କୌଣସି ସାଧାରଣ ଲୋକ କିମ୍ବା ପଣବନ୍ଦୀଙ୍କ ଉପସ୍ଥିତି ସମ୍ପର୍କରେ ଜଣାପଡ଼ୁନାହିଁ।

ଏଠାରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ସିନୱାର ଭଳି ଲାଗୁଛି। ତଥାପି ଏହାର ଯାଞ୍ଚ କରାଯାଉଛି। ଇସ୍ରାଏଲ ଜେଲରେ ଥିବା ବେଳେ ସିନୱାରର ଡିଏନଏ ସଂଗ୍ରହ କରାଯାଇଥିଲା। ଏବେ ମୃତ ୩ ଆତଙ୍କବାଦୀଙ୍କ ଡିଏନଏକୁ ଏଥିରେ ମେଳ କରାଯାଇ ପୂରା ଘଟଣାର ସତ୍ୟତା ଜାଣିବାକୁ ଚେଷ୍ଟା କରାଯିବ ବୋଲି ଇସ୍ରାଏଲ ସେନା କହିଛି।

Advertisment

ତେବେ ଏ ସମ୍ପର୍କରେ ହମାସ ପକ୍ଷରୁ ଏଯାଏ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଯଦି ଏୟାର ଷ୍ଟ୍ରାଇକରେ ସିନୱାର ସତରେ ପ୍ରାଣ ହରାଇଥିବ, ତା’ହେଲେ ଏହା ଇସ୍ରାଏଲ ସେନା ଓ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପାଇଁ ବଡ଼ ସଫଳତା ଭାବେ ଉଭା ହେବ।

କାରଣ ପୂର୍ବରୁ ଇସ୍ରାଏଲ ସେନା ଇରାନରେ ପଶି ହମାସର ମୁଖ୍ୟ ଇସମାଇଲ ହାନିୟେଙ୍କୁ ହତ୍ୟା କରିଥିଲା। ଏହାପରେ ସିନୱାର ହମାସ ମୁଖ୍ୟ ହୋଇଥିଲା। ଏବେ ତାକୁ ମଧ୍ୟ ଇସ୍ରାଏଲ ଖତମ କରିଥିବା କୁହାଯାଉଛି।

୨୦୨୩ ମସିହା ଅକ୍ଟୋବର ୭ର ଇସ୍ରାଏଲ ଉପରେ ହମାସ କରିଥିବା ଅତର୍କିତ ଆକ୍ରମଣର ମୁଖ୍ୟ ସୂତ୍ର ଧର ଥିଲା ସିନୱାର। ତା’ ତତ୍ତ୍ୱାବଧାନରେ ହମାସର ସଦସ୍ୟମାନେ ଆକ୍ରମଣ କରିଥିଲେ।

Israel Hamas Israel-Hamas War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe