Advertisment

ମୁଖିଆଙ୍କ ମୃତ୍ୟୁକୁ ସ୍ୱୀକାର କଲା ହମାସ, କହିଲା- ପଣବନ୍ଦୀଙ୍କୁ ଛାଡ଼ିବୁନି

ସିନୱାରଙ୍କ ମୃତ୍ୟୁ ହୋଇଥିଲେ ହେଁ ହମାସ ଇସ୍ରାଏଲର ପଣବନ୍ଦୀମାନଙ୍କୁ ଛାଡ଼ିବ ନାହିଁ ବୋଲି ସେ କହିଛନ୍ତି।

Hamas

Hamas

Advertisment

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାର ନିହତ ହୋଇଥିବା କଥାକୁ ଶେଷରେ ସ୍ୱୀକାର କରିଛି ତାଙ୍କ ସଂଗଠନ। ଇସ୍ରାଏଲ ଓ ବିଭିନ୍ନ ଜାତୀୟ ଗଣମାଧ୍ୟମ ବେଶ ପୂର୍ବରୁ ସିନୱାରଙ୍କୁ ହତ୍ୟା କରାଯାଇଥିବା କହି ସାରିଥିଲେ। ଏବେ ସଂଗଠନ ପକ୍ଷରୁ ଏହି ଖବରକୁ ନିଶ୍ଚିତ କରାଯାଇଛି। ସିନୱାର ମୃତ୍ୟୁ ହୋଇଥିବା ଗାଜାରେ ଥିବା ହମାସର ଉପ ମୁଖ୍ୟ ଖଲିଲ ଅଲ ହାୟା ସୂଚନା ଦେଇଛନ୍ତି।

Advertisment

ସିନୱାରଙ୍କ ମୃତ୍ୟୁ ହୋଇଥିଲେ ହେଁ ହମାସ ଇସ୍ରାଏଲର ପଣବନ୍ଦୀମାନଙ୍କୁ ଛାଡ଼ିବ ନାହିଁ ବୋଲି ସେ କହିଛନ୍ତି। ତାଙ୍କ କହିବା କଥା ଯେ ଯେଉଁ ପର୍ଯ୍ୟନ୍ତ ଗାଜାରେ ଆକ୍ରମଣ ବନ୍ଦ ହୋଇ ନାହିଁ ଓ ଇସ୍ରାଏଲ ସେନା ସଂପୂର୍ଣ୍ଣ ଭାବେ ଗାଜାରୁ ପ୍ରତ୍ୟାହୃତ ହୋଇ ନାହାନ୍ତି, ସେଯାଏ ପଣବନ୍ଦୀଙ୍କୁ ଖଲାସ କରାଯିବ ନାହିଁ।

ଖଲିଲଙ୍କ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜେ ସିନୱାରଙ୍କୁ ହତ୍ୟା କରାଯାଇଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ଯଦି ହମାସ ସମସ୍ତ ପଣବନ୍ଦୀଙ୍କୁ ଖଲାସ କରିଦେବ, ତା’ହେଲେ ଯୁଦ୍ଧ ଆସନ୍ତାକାଲି ହିଁ ବନ୍ଦ ହୋଇଯିବ। କିନ୍ତୁ ହାମାସ ପଣବନ୍ଦୀଙ୍କୁ ଛାଡ଼ିବ ନାହିଁ ବୋଲି କହିଛି। 

Advertisment

ଅନ୍ୟପକ୍ଷରେ ଇସ୍ରାଏଲ ସେନା ପକ୍ଷରୁ ମୃତ୍ୟୁ ଠିକ ପୂର୍ବରୁ ସିନୱାରଙ୍କ ଅବସ୍ଥା କେମିତି ଥିଲା, ତା’ର ଏକ ଭିଡିଓ ମଧ୍ୟ ଜାରି କରାଯାଇଥିଲା। ଏଥିରେ ସିନୱାର କ୍ଷତାକ୍ତ ଅବସ୍ଥାରେ ଗୋଟିଏ ସୋଫାରେ ବସିଥିବା ଦେଖିବାକୁ ମିଳୁଛି।

୨୦୨୩ ମସିହା ଅକ୍ଟୋବର ୭ର ଇସ୍ରାଏଲ ଉପରେ ହମାସ କରିଥିବା ଅତର୍କିତ ଆକ୍ରମଣର ମୁଖ୍ୟ ସୂତ୍ର ଧର ଥିଲା ସିନୱାର। ତା’ ତତ୍ତ୍ୱାବଧାନରେ ହମାସର ସଦସ୍ୟମାନେ ଆକ୍ରମଣ କରିଥିଲେ।

ଇସ୍ରାଏଲ ସହ ବିବାଦ ଆରମ୍ଭ ହେବା ଦିନ ଠାରୁ ସିନୱାର ଗାଜାରେ ହିଁ ରହିଥିଲେ। ଇସ୍ରାଏଲ ତାଙ୍କୁ ବାରମ୍ବାର ହତ୍ୟା ପାଇଁ ଉଦ୍ୟମ କରିଥିଲେ ହେଁ ଏଥିରେ ସଫଳ ହୋଇ ନଥିଲା। ହେଲେ ଏବେ ଇସ୍ରାଏଲ ତାଙ୍କୁ ହତ୍ୟା କରିବାକୁ ସକ୍ଷମ ହୋଇଛି।

ଖାନ ୟୁନିସ ଶରଣାର୍ଥୀ କ୍ୟାମ୍ପରେ ଜନ୍ମ ହୋଇଥିବା ୬୨ ବର୍ଷୀୟ ସିନୱାର ଗାଜାରେ ହମାସର ନେତୃତ୍ୱ ନେଉଥିଲେ। ତାଙ୍କ ନିର୍ଦ୍ଦେଶରେ ହମାସର ସଦସ୍ୟମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ।

Yahya Sinwar Hamas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe