Advertisment

Israel-Hamas War: ସମସ୍ତ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ, ଟ୍ରମ୍ପ କଲେ ବଡ଼ ଘୋଷଣା

ବୁଝାମଣା ଅନୁସାରେ ୨ ବର୍ଷ ହେଲା ହମାସ ପାଖରେ ପଣବନ୍ଦୀ ହୋଇ ରହିଥିବା ସମସ୍ତ ୨୦ ଇସ୍ରାଏଲ ନାଗରିକଙ୍କୁ ଜୀବନ୍ତ ଅବସ୍ଥାରେ ମୁକ୍ତ ହୋଇଛନ୍ତି। ସେମାନଙ୍କୁ ନୂଆ ଗାଜା ଯୁଦ୍ଧ ବିରତି ବୁଝାମଣା ଅନୁସାରେ ହମାସ ପକ୍ଷରୁ ରେଡ କ୍ରସକୁ ହସ୍ତାନ୍ତର କରାଯାଇଛି।

Realse-point

ରିଲିଜ ପଏଣ୍ଟ

Advertisment

ଦୀର୍ଘ ଦୁଇ ବର୍ଷ ଧରି ଇସ୍ରାଏଲ ଓ ହମାସ ଯୁଦ୍ଧ( Israel-Hamas Ceasefire)ର ଏକପ୍ରକାରର ଅନ୍ତ ଘଟିଛି। ଆଜି ବୁଝାମଣା ଅନୁସାରେ ୨ ବର୍ଷ ହେଲା ହମାସ ପାଖରେ ପଣବନ୍ଦୀ ହୋଇ ରହିଥିବା ସମସ୍ତ ୨୦ ଇସ୍ରାଏଲ ନାଗରିକଙ୍କୁ ଜୀବନ୍ତ ଅବସ୍ଥାରେ ମୁକ୍ତ ହୋଇଛନ୍ତି। ସେମାନଙ୍କୁ ନୂଆ ଗାଜା ଯୁଦ୍ଧ ବିରତି ବୁଝାମଣା ଅନୁସାରେ ହମାସ ପକ୍ଷରୁ ରେଡ କ୍ରସକୁ ହସ୍ତାନ୍ତର କରାଯାଇଛି। ମୁକ୍ତ ହୋଇଥିବା ସମସ୍ତ ପଣବନ୍ଦୀ ରିଲଜ ପରେ ଗାଜା ଦେଇ ଇସ୍ରାଏଲରେ ପ୍ରବେଶ ମଧ୍ୟ କରିଛନ୍ତି। 

Advertisment

ସମସ୍ତ ୨୦ ପଣବନ୍ଦୀଙ୍କୁ ଦୁଇ ପର୍ଯ୍ୟାୟରେ ହମାସ ମୁକ୍ତ କରିଛି। ପ୍ରଥମ ପର୍ଯ୍ୟାୟରେ ୭ ଜଣଙ୍କୁ ଓ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୧୩ ଜଣଙ୍କୁ ଛାଡ଼ିଛି ହମାସ। ଏବେ ଦୀର୍ଘ ଦୁଇ ବର୍ଷର ଘମାଘୋଟ ଯୁଦ୍ଧ ଯୋଗୁ ପଣବନ୍ଦୀ ହୋଇ ରହିଥିବା ଇସ୍ରାଏଲ ନାଗରିକମାନେ ସେମାନଙ୍କ ଘରକୁ ଫେରିବେ। ସେମାନଙ୍କ ସ୍ୱାଗତ ପାଇଁ ପୂରା ଇସ୍ରାଏଲ ଉତ୍ସବ ମୁଖର ହୋଇ ଉଠିଛି। 

ଏସବୁ ଭିତରେ ଗାଜା ଯୁଦ୍ଧ ବିରତିର ସୂତ୍ରଧର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ଇସ୍ରାଏଲରେ ପହଞ୍ଚିଛନ୍ତି। ଗାଜି ଶାନ୍ତି ସମ୍ମିଳନୀ ପାଇଁ ସେ ଇଜିପ୍ଟ ଯିବା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସାକ୍ଷାତ କରିଛନ୍ତି। ସେହିପରି ଇସ୍ରାଏଲ ସଂସଦକୁ ମଧ୍ୟ ସମ୍ବୋଧନ କରିଛନ୍ତି। 

Advertisment

ଯୁଦ୍ଧ ବିରତି(Israel-Hamas War )କୁ ସ୍ୱାଗତ କରି ଟ୍ରମ୍ପ କହିଛନ୍ତି ଯେ “ଯୁଦ୍ଧ ଶେଷ ହୋଇଛି। ଏହା ଗୋଟିଏ ଚମତ୍କାର ଦିନବ। ହମାସ ଚୁକ୍ତି ଅନୁସାରେ ସବୁ କିଛି କାର୍ଯ୍ୟକାରୀ କରିବ।” ଟ୍ରମ୍ପ ଇସ୍ରାଏଲ ଓ ହମାସ ମଧ୍ୟରେ ମଧ୍ୟସ୍ଥତା କରି ଯୁଦ୍ଧ ବିରତି ଲାଗୁ କରିଛନ୍ତି।

ବୁଝାମଣା ଅନୁସାରେ ହମାସ ୨୦ ଜଣ ଜୀବନ୍ତ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତି କରିଛି। ଏହା ବଦଳରେ ଇସ୍ରାଏଲ ୧୯୦୦ ପାଲେଷ୍ଟାଇନ ବନ୍ଦୀଙ୍କୁ ମଧ୍ୟ ଖଲାସ କରିଛି। ସେମାନେ ଇସ୍ରାଏଲ ଜେଲରୁ ବାହାରି ଗାଜାର ଖାନ ୟୁନିସ ହସ୍ପିଟାଲରେ ପହଞ୍ଚିଛନ୍ତି। ସେଠାରେ ସେମାନଙ୍କ ମେଡିକାଲ ଚେକଅପ ହେବ। ଏହାପରେ ସେମାନେ ନିଜ ନିଜ ଘରକୁ ଯିବେ।

ସେହିପରି ହମାସ କବଳୁ ମୁକ୍ତ ହେବା ପୂର୍ବରୁ ପଣବନ୍ଦୀମାନେ ପୂର୍ବରୁ ନିଜ ନିଜର ପରିବାର ସହ ଭିଡିଓ କଲରେ କଥାର ଭିଡିଓ ଓ ଫଟୋକୁ ରିଲିଜ କରାଯାଇଛି। ଦୀର୍ଘ ୨ ବର୍ଷ ପରେ ନିଜ ପରିଜନଙ୍କୁ ଦେଖି ସମସ୍ତେ ବେଶ ଭାବବିହ୍ୱଳ ବି ହୋଇଛନ୍ତି।

ଅପରେସନ ରିଟର୍ଣ୍ଣିଂ ଜରିଆରେ ସମସ୍ତ ପଣବନ୍ଦୀଙ୍କୁ ହମାସ କବଳରୁ ଉଦ୍ଧାର କରି ଅଣାଯାଇଥିବା ଇସ୍ରାଏଲ ସେନା ସୂଚନା ଦେଇଛି। ଆଇଡିଏଫ ଓ ଆଇଏସଏ ସୁରକ୍ଷାକର୍ମୀମାନେ ପଣବନ୍ଦୀଙ୍କୁ ଅଶରିବା ପରେ ସେମାନଙ୍କୁ ମେଡିକାଲ ଚେକଅପ କରାଯାଉଛି। ଏହାପରେ ସେମାନେ ଘରକୁ ଯିବେ।  

ହମାସ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ୨୦ ଜଣ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି। ତେବେ ଏମିତି କିଛି ପଣବନ୍ଦୀ ରହିଛନ୍ତି, ଯେଉଁମାନେ ହମାସ କବଳରେ ଥିବା ବେଳେ ପ୍ରାଣ ହରାଇଛନ୍ତି। ତେଣୁ ସେମାନଙ୍କ ମୃତଦେକୁ ମଧ୍ୟ ଚୁକ୍ତି ଅନୁସାରେ ହମାସ ଫେରାଇବ। ଆଜି ରାତି ସୁଦ୍ଧା ମୃତଦେହ ହସ୍ତାନ୍ତର କାର୍ଯ୍ୟକ୍ରମ ଶେଷ ହେବ ବୋଲି ମଧ୍ୟ ସରକାରୀ ସୂତ୍ରରୁ ସ୍ପଷ୍ଟ ହୋଇଛି। 

ଅନ୍ୟପକ୍ଷରେ ଇଜିପ୍ଟର ଶାର୍ମ ଅଲ ଶେଖରେ ଗାଜା ଶାନ୍ତି ସମ୍ମିଳନୀ ବସିବାକୁ ଯାଉଛି। ଏଥିରେ ଟ୍ରମ୍ପ ଓ ବିଶ୍ୱର ଅନ୍ୟ ୨୦ ଦେଶର ନେତା ଯୁଦ୍ଧ ବିରତିର ଆଗାମୀ ରୂପରେଖ କ’ଣ ହେବ, ସେସମ୍ପର୍କରେ ଆଲୋଚନା କରିବେ। ସମ୍ଭବତଃ ଗୋଟିଏ ଅନ୍ତର୍ଜାତୀୟ ଶାନ୍ତି ବୋର୍ଡ ଗଠନ କରାଯିବ। ଏହାର ନେତୃତ୍ୱ ନିଜେ ଟ୍ରମ୍ପ ନେବେ। 

Donald Trump Israel-Hamas War Israel-Hamas Ceasefire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe