Advertisment

Hamas Gunmen: ସର୍ବସମ୍ମୁଖରେ ୩ ଜଣଙ୍କୁ ଗୁଳି ମାରି ମୃତ୍ୟୁଦଣ୍ଡ ଦେଲା ହମାସ, ଭାଇରାଲ ହେଲା ଭିଡିଓ

ଏହି ୩ ଜଣ ହମାସ ଉପରେ ଘନଘନ ଆକ୍ରମଣ କରି ଗାଜାକୁ ଛିନଛତ୍ର କରି ଦେଇଥିବା ଇସ୍ରାଏଲ ପାଇଁ କାମ କରୁଥିବା ଅଭିଯୋଗରେ ଧରାପଡ଼ିଥିଲେ। ଇସ୍ରାଏଲର ମୁକାବିଲା ହମାସ କରିପାରୁ ନଥିବା ବେଳେ ଏହି ୩ ଜଣ ବିଶ୍ୱାସ ଘାତକତା କରିଥିବାରୁ ସେମାନଙ୍କୁ ସର୍ବସମ୍ମୁଖରେ ମୃତ୍ୟୁଦଣ୍ଡ ଦିଆଯାଇଛି।

author-image
Hemant Lenka
Gaza

ଘଟଣା ସ୍ଥଳର ଦୃଶ୍ୟ

ଇସ୍ରାଏଲ ସହ ଲଢ଼େଇ କରୁଥିବା ପାଲେଷ୍ଟାଇନରେ ସକ୍ରିୟ ବିଦ୍ରୋହୀ ସଂଗଠନ ହମାସ ସର୍ବସମ୍ମୁଖରେ ୩ ଜଣ ଯୁବକଙ୍କୁ ଗୁଳି ମାରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ୩ ଜଣ ପାଲେଷ୍ଟାଇନ ନାଗରିକଙ୍କୁ ଏପରି ଦଣ୍ଡରେ ଦଣ୍ଡିତ କରାଯାଇଛି।

Advertisment

ଏହି ୩ ଜଣ ହମାସ ଉପରେ ଘନଘନ ଆକ୍ରମଣ କରି ଗାଜାକୁ ଛିନଛତ୍ର କରି ଦେଇଥିବା ଇସ୍ରାଏଲ ପାଇଁ କାମ କରୁଥିବା ଅଭିଯୋଗରେ ଧରାପଡ଼ିଥିଲେ। ଇସ୍ରାଏଲର ମୁକାବିଲା ହମାସ କରିପାରୁ ନଥିବା ବେଳେ ଏହି ୩ ଜଣ ବିଶ୍ୱାସ ଘାତକତା କରିଥିବାରୁ ସେମାନଙ୍କୁ ସର୍ବସମ୍ମୁଖରେ ମୃତ୍ୟୁଦଣ୍ଡ ଦିଆଯାଇଛି।

ମୃତ୍ୟୁଦଣ୍ଡର ଠିକ ପୂର୍ବର ଭିଡିଓ ଏବେ ସୋଶାଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି ଯେ ଏକାଧିକ ମୁଖାପିନ୍ଧା ହମାସ ବନ୍ଧୁକଧାରୀ ଇସ୍ରାଏଲ ସହଯୋଗୀମାନଙ୍କୁ ଗୋଟିଏ ଜନଗହଳୀ ପୂର୍ଣ୍ଣ ସ୍ଥାନରେ ଚେତାବନୀ ଦେଉଛନ୍ତି।

Advertisment

ଏହି ସମୟରେ ଇସ୍ରାଏଲ ପାଇଁ କାମ କରିବା ଅଭିଯୋଗରେ ଧରା ପଡ଼ିଥିବା ୩ ଯୁବକ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି। ସେମାନଙ୍କ ଆଖିରେ ପଟି ବନ୍ଧା ଯାଇଥିବା ବେଳେ ସେମାନଙ୍କୁ ତଳେ ଆଣ୍ଠୁ ମାଡ଼ି ବସାଯାଇଛି। ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କୁ ସେହି ସ୍ଥାନରେ ଗୁଳି କରି ହତ୍ୟା କରାଯାଇଥିଲା।

ରୟଟର୍ସର ରିପୋର୍ଟ ଅନୁସାରେ, ପୂରା ଘଟଣା ଗାଜା ସହରରେ ଘଟିଛି। ଏଠାରେ ଥିବା ବିଲଡିଂ, ରୋଡର ଲେଆଉଟ ସହ ସ୍ୟାଟେଲାଇଟ ଇମେଜର ମେଳ ଖାଉଛି। ସେହିପରି ହମାସ ପକ୍ଷରୁ ମଧ୍ୟ ହତ୍ୟାକାଣ୍ଡକୁ ସ୍ୱୀକାର କରାଯାଇଛି।

ହମାସ ଦ୍ୱାରା ପରିଚାଳିତ ଗାଜା ସରକାରର ପାଲେଷ୍ଟାଇନ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ପାଲେଷ୍ଟାଇନ ରେଜିଷ୍ଟାନ୍ସର ଯୁଗ୍ମ ଅପରେସନ ରୁମ ପକ୍ଷରୁ ରବିବାର ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରାଯାଇଛି। ଇସ୍ରାଏଲ ସହ ହାତ ମିଳାଇଥିବା ଲୋକଙ୍କ ସହ କ’ଣ ହେବ, ତା’ର ଦଣ୍ଡକୁ ଭଡିଓ ଦ୍ୱାରା ପ୍ରଦର୍ଶିତ କରାଯାଇଛି। 

Israel Hamas