Advertisment

ଲେବାନନରେ ହମାସର ଟପ୍‌ ନେତାଙ୍କୁ ଖତମ କଲା ଇସ୍ରାଏଲ

ହମାସର ଜଣେ ଟପ୍‌ ନେତାଙ୍କୁ ଇସ୍ରାଏଲ ସେନା ବୋମା ଦ୍ୱାରା ଉଡ଼ାଇ ଦେଇଛନ୍ତି।

Lebanon

Lebanon

Advertisment

ଗାଜାରେ ଇସ୍ରାଏଲ ସହ ଲଢ଼େଇ କରୁଥିବା ପାଲେଷ୍ଟାଇନର ବିଦ୍ରୋହୀ ଗୋଷ୍ଠୀ ହମାସକୁ ଆଉ ଏକ ଝଟକା ଲାଗିଛି। ହମାସର ଜଣେ ଟପ୍‌ ନେତାଙ୍କୁ ଇସ୍ରାଏଲ ସେନା ବୋମା ଦ୍ୱାରା ଉଡ଼ାଇ ଦେଇଛନ୍ତି। ଲେବାନନରେ ଇସ୍ରାଏଲ ବୋମା ମାଡ଼ରେ ହମାସର ଅଲ କାସାମ ବ୍ରିଗେଡ୍ସର ସଦସ୍ୟ ସୟିଦ ଅଟ୍ଟାଲ୍ଲା ଅଲୀ ପ୍ରାଣ ହରାଇଛନ୍ତି।

Advertisment

ତାଙ୍କ ପରିବାର ଆଉ ୩ ଜଣ ସଦସ୍ୟ ମଧ୍ୟ ବୋମା ମାଡ଼ରେ ଆଖି ବୁଜିଛନ୍ତି। ଲେବାନନରେ ଥିବା ପାଲେଷ୍ଟାଇନର ଗୋଟିଏ ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା। ଏହି ସମୟରେ ହମାସର ଟପ ନେତା ଓ ତାଙ୍କ ପରିରର ୩ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି।

ହମାସ ପକ୍ଷରୁ କୁହାଯାଇଛି ଯେ ଅଲ କାସାମ ବ୍ରିଗେଡ୍ସର ନେତା ସୟିଦ ଅଟ୍ଟାଲ୍ଲା ଅଲୀ ଓ ତାଙ୍କ ପରିବାର ୩ ଜଣ ସଦସ୍ୟଙ୍କୁ ଇସ୍ରାଏଲ ବୋମା ମାଡ଼ କରି ମାରି ଦେଇଛି। ଉତ୍ତର ଲେବାନନର ତ୍ରିପୋଲି ଅନ୍ତର୍ଗତ ଡାୱି ଠାରେ ପାଲେଷ୍ଟାଇନ ଶରଣାର୍ଥୀଙ୍କ କ୍ୟାମ୍ପ ରହିଛି।

Advertisment

ସେଠାରେ ଥିବା ସୟିଦଙ୍କ ଘର ଉପରେ ଇସ୍ରାଏଲ ବୋମା ମାଡ଼ କରିଥିଲା। ଏଥିଯୋଗୁ ସୟିଦ ଓ ତାଙ୍କ ପରିବାର ଆଉ ୩ ସଦସ୍ୟ ପ୍ରାଣ ହରାଇଥିଲେ। ସେମାନଙ୍କ ମୃତ୍ୟୁ ପାଇଁ ହମାସ ଶୋକ ପ୍ରକାଶ କରୁଛି।

ଲେବାନନ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ଜାରି ରହିଛି। ହେଜବୁଲ୍ଲା ଓ ହମାସକୁ ମୂଳପୋଛ କରିବା କଥା କହି ଇସ୍ରାଏଲ ଏପରି କରୁଥିଲେ ହେଁ ବୋମା ମାଡ଼ରେ ୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଏହାବାଦ ହେଜବୁଲ୍ଲା ବିରୋଧରେ ଇସ୍ରାଏଲ ସେନା ଲେବାନନରେ ଗ୍ରାଉଣ୍ଡ ଅପରେସନ ମଧ୍ୟ ଆରମ୍ଭ କରିଛି।

Israel Hamas Lebanon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe