Town
ଇସ୍ରାଏଲ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇ ପଡ଼ିଛି। ପାଲେଷ୍ଟାଇନରେ ରହୁଥିବା ହାମସା ଆତଙ୍କବାଦୀମାନଙ୍କ ପକ୍ଷରୁ ଇସ୍ରାଏଲ ଉପରେ ୫ ହଜାର ରେକଟ ମାଡ଼ କରାଯାଇଛି। ଏଥିପାଇଁ ଉକ୍ତ ଆତଙ୍କବାଦୀ ସଂଗଠନ ବିରୋଧରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି।
ଏସବୁ ଭିତରେ ହାମସା ଆତଙ୍କବାଦୀମାନେ ଗାଜା ସୀମା ଦେଇ ଇସ୍ରାଏଲର ଏକାଧିକ ସହର ମଧ୍ୟରେ ପ୍ରବେଶ କରିଛନ୍ତି। ସେମାନେ ସହରରରେ ପ୍ରବେଶ କରିବା ପରେ ଲୋକଙ୍କୁ ଅପହରଣ କରୁଛନ୍ତି ଓ ରାସ୍ତାରେ ଯାହାକୁ ଦେଖୁଛନ୍ତି ଗୁଳି କରି ଦେଉଛନ୍ତି।
ଆତଙ୍କବାଦୀଙ୍କ ଏପରି ବର୍ବରକାଣ୍ଡର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଆଜି ସକାଳେ ହାମସା ପକ୍ଷରୁ କରାଯାଇଥିବା ରକେଟ ଆଟାକରେ ପ୍ରାୟ ୨୬ ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଛି।
ସେହିପରି ଶତାଧିକ ଲୋକ ମଧ୍ୟ ଆହତ ହୋଇଛନ୍ତି। ରକେଟ ଆଟାକ ପରେ ଆତଙ୍କବାଦୀମାନେ ବାଇକ, ଏସ୍ୟୁଭି ଓ ପାରାଗ୍ଲାଇଡର୍ସ ଦ୍ୱାରା ଇସ୍ରାଏଲର ଦକ୍ଷିଣପ୍ରାନ୍ତ ସହରରା ପ୍ରବେଶ କରିଛନ୍ତି। ସେମାନେ ସହରରେ ପ୍ରବେଶ କରିବା କ୍ଷଣି ଲୋକଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରି ଦେଇଛନ୍ତି। ଏହାର ଏକାଧିକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଆଉ କିଛି ଭିଡିଓରେ ଗାଜା ସୀମାନ୍ତର ଦୃଶ୍ୟ ରହିଛି। ଯେଉଁଥିରେ ସୀମାରେ ମୁତୟନ ଇସ୍ରାଏଲ ଯବାନଙ୍କୁ ଆତଙ୍କବାଦୀମାନେ ଘୋଷାଡି ଘୋଷାଡି ନେଉଥିବା ଦେଖିବାକୁ ମିଳୁଛି। ଆତଙ୍କବାଦୀମାନେ ସହରରେ ଥିବା ଘରକୁ ଘର ବୁଲି ମହିଳା ଓ ଯୁବତୀମାନଙ୍କୁ ମଧ୍ୟ ଅପହରଣ କରୁଥିବା ଜଣାପଡ଼ିଛି। ଏହାବାଦ ସେମାନେ ଇସ୍ରାଏଲ ସେନାର ଜଣେ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଅପହରଣ କରି ନେଇଥିବା ଖବର ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Town_1696678541.jpg)