Advertisment

ଇସ୍ରାଏଲର ଦୁଇ ବୃଦ୍ଧାଙ୍କୁ ମୁକ୍ତ କଲା ହମାସ, କହିଲା ମାନବିକତା ପାଇଁ ଛାଡିଲୁ

"ମାନବିକତା ଦୃଷ୍ଟିରୁ ଆମେ ସେମାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛୁ..."

author-image
Debibandita Barick
ଅଦ୍ୟତନ ହୋଇଛି
Released Two Women

Released Two Women

ଦୁଇ ଜଣ ଇସ୍ରାଏଲ ବନ୍ଧକଙ୍କୁ ଛାଡିଲା ହମାସ। ଗାଜା ଷ୍ଟ୍ରିପରେ ରଖାଯାଇଥିବା ଦୁଇ ଇସ୍ରାଏଲ ବୃଦ୍ଧାଙ୍କୁ ମୁକ୍ତ କରାଯାଇଥିବା କହିଛି ହମାସ ସଂଗଠନ। ମାନବିକତା କାରଣରୁ ବୃଦ୍ଧା ଦ୍ୱୟଙ୍କୁ ଛଡା ଯାଇଥିବା ପାଲେଷ୍ଟାଇନର ହମାସ ସଂଗଠନ କହିଛି। 

Advertisment

ହମାସ ଏକ ବିବୃତ୍ତିରେ କହିଛି ଯେ, ବୃଦ୍ଧାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଛି। ମାନବିକତା ଦୃଷ୍ଟିରୁ ଆମେ ସେମାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛୁ... ଏହା ସତ୍ତ୍ୱେ ଶୁକ୍ରବାର ଶତ୍ରୁ ପକ୍ଷ(ଇସ୍ରାଏଲ) ସେମାନଙ୍କୁ ନେବାକୁ ମନା କରିଦେଇଥିଲେ। 

ଏନେଇ ଇସ୍ରାଏଲ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବାବେଳେ ରେଡକ୍ରସର ଅନ୍ତର୍ଜାତୀୟ କମିଟି ସେମାନଙ୍କୁ ମୁକ୍ତ କରାଯାଇଥିବା କହିଛି। ଉଭୟ ପକ୍ଷ ମଧ୍ୟରେ ନିରପେକ୍ଷ ଭାବରେ ମଧ୍ୟସ୍ଥତା ପରେ ବୃଦ୍ଧାଙ୍କୁ ମୁକୁଳା ଯାଇଥିବା ରେଡକ୍ରସ୍ କମିଟି କହିଛି।

Advertisment

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୁକ୍ତ ହୋଇଥିବା ବନ୍ଧକମାନେ ହେଉଛନ୍ତି ନୁରିଟ କୁପର୍(79) ଏବଂ ୟୋଚେଭେଡ୍ ଲିଫସିଜ୍(85) ବୋଲି ଚିହ୍ନଟ କରାଯାଇଛି। ଗାଜା ସୀମା ନିକଟରୁ ଦୁଇ ମହିଳା ଏବଂ ସେମାନଙ୍କ ସ୍ୱାମୀଙ୍କୁ ଘରୁ ଉଠାଇ ନେଇଥିଲେ ହମାସ ସଂଗଠନ। ବୃଦ୍ଧାଙ୍କୁ ଛାଡିଦେଇ ଥିବାବେଳେ ଏଯାଏଁ ସେମାନଙ୍କ ସାମ୍ୱୀମାନଙ୍କୁ ବନ୍ଧକ ରଖାଯାଇଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।