Advertisment

ଯୁଦ୍ଧ ଭିତରେ ପଣବନ୍ଦୀଙ୍କ ଭିଡିଓ ଜାରି କଲା ହମାସ

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ପଣବନ୍ଦୀ ଯୁବତୀଙ୍କ ହାତ ଭାଙ୍ଗିଯାଇଛି। ସେ କ୍ଷତାକ୍ତ ଅବସ୍ଥାରେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

hamas releases first hostage VIdeo

hamas releases first hostage VIdeo

Advertisment

ଏକ ସପ୍ତାହ ଧରି ଲାଗି ରହିଥିବା ଇସ୍ରାଏଲ-ହମାସ ଦିନକୁ ଦିନ ବଢ଼ି ଚାଲିଛି। ଏହାରି ଭିତରେ ହମାସ ଆତଙ୍କବାଦୀ ଗାଜାରେ କରିଥିବା ପଣବନ୍ଦୀମାନଙ୍କର ପ୍ରଥମ ଭିଡିଓ ଜାରି କରିଛି ବୋଲି ଜେରୁସଲିମ୍‌ ପୋଷ୍ଟ୍‌ ରିପୋର୍ଟ କରିଛି। ଏହି ଭିଡିଓକୁ ‌ସୋମବାର ନିଜ ଟେଲିଗ୍ରାମ୍‌ ପେଜ୍‌ରେ ଜାରି କରିଛି ହମାସ।

Advertisment

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ପଣବନ୍ଦୀ ଯୁବତୀଙ୍କ ହାତ ଭାଙ୍ଗିଯାଇଛି। ସେ କ୍ଷତାକ୍ତ ଅବସ୍ଥାରେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଯୁବତୀ ଜଣକ ଏହି ଭିଡିଓରେ ତାଙ୍କୁ ମୁକ୍ତ କରି ତାଙ୍କ ପରିବାର ପାଖରେ ପହଞ୍ଚାଇବାକୁ ଆକୁଳ ନିବେଦନ କରିଛନ୍ତି।

୨୧ ବର୍ଷୀୟା ଏହି ଯୁବତୀ ଜଣକ କ୍ୟାମେରାକୁ ଚାହିଁ କହୁଛନ୍ତି, ‘ମୁଁ ସୋହମର ମିଆ ସେମ। ମୋ ବୟସ ୨୧ ବର୍ଷ। ବର୍ତ୍ତମାନ, ମୁଁ ଗାଜାରେ ଅଛି। ହମାସର ଆକ୍ରମଣ ଦିନ ମୁଁ ସକାଳେ ଏସ୍‌ଡେରୋଟରୁ ଫେରିଥିଲି; ମୁଁ ସେଠାରେ ଏକ ପାର୍ଟିରେ ଥିଲି। ମୋ ହାତରେ ଗୁରୁତର ଭାବେ ଆଘାତ ଲାଗିଛି। ହସ୍ପିଟାଲରେ ୩ ଘଣ୍ଟା ଧରି ମୋର ଅସ୍ତ୍ରୋପଚାର ହୋଇଛି। ସେମାନେ ମୋର ଯତ୍ନ ନେଉଛନ୍ତି। ମୋତେ ଔଷଧ ଦେଉଛନ୍ତି। ସବୁକିଛି ଠିକ ଅଛି। ମୋତେ ମୋ ପିତାମାତାଙ୍କ ପାଖକୁ, ଆମ ଘରକୁ ଯଥାଶୀଘ୍ର ନେଇଯାଆନ୍ତୁ। ମୋତେ ଠାରୁ ମୁକ୍ତ କରନ୍ତୁ।’

Advertisment

ଇସ୍ରାଏଲ-ହମାସ୍‌ ଯୁଦ୍ଧ ଆଜି ୧୦ ଦିନରେ ପହଞ୍ଚିଛି। ହମାସ ଆତଙ୍କବାଦୀମାନେ ଇସ୍ରାଏଲର ପ୍ରାୟ ୨୦୦ ଲୋକଙ୍କୁ ପଣବନ୍ଦୀ କରି ରଖିଛନ୍ତି। ମିଆ ସମେତ ସମସ୍ତ ପଣବନ୍ଦୀଙ୍କୁ ଫେରାଇ ଆଣିବାକୁ ପ୍ରସ୍ତୁତି ଚାଲିଛି ବୋଲି ଆଇଡିଏଫ୍ କହିଛି।

ଗାଜାରେ ହମାସ୍‌ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ସେନା ଯେକୌଣସି ସମୟରେ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛି। ଏଥିପାଇଁ ନାଗରିକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉତ୍ତର ଗାଜା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

Israel Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe