Advertisment

ଇସ୍ରାଏଲ ହମଲାରେ ହମାସର ଗାଜା ମୁଖ୍ୟ ସଫା

ମହମ୍ମଦ ସିନୱାର ହେଉଛନ୍ତି ଇସ୍ରାଏଲର ମୋଷ୍ଟ ୱାଣ୍ଟେଡ ତଥା ହମାସର ଦିବଂଗତ ମୁଖିଆ ୟାହୟା ସିନୱାରଙ୍କ ଭାଇ।

Sinwar

Sinwar

Advertisment

ଗାଜାକୁ ଦଖଲ କରିବାକୁ ଉଦ୍ୟମକୁ କରୁଥିବା ଇସ୍ରାଏଲକୁ ମିଳିଛି ବଡ଼ ସଫଳତା। ଉଭୟ ସ୍ଥଳ ଓ ଆକାଶ ପଥରେ ଗାଜା ଉପରେ ଘନଘନ ଆକ୍ରମଣ କରୁଥିବା ଇସ୍ରାଏଲ ସେନା ବଡ଼ ମୁଣ୍ଡ ନେବାକୁ ସକ୍ଷମ ହୋଇଛି। ଇସ୍ରାଏଲ ସେନାର ଆକ୍ରମଣରେ ହମାସର ଗାଜା ମୁଖ୍ୟ ମହମ୍ମଦ ସିନୱାର ପ୍ରାଣ ହରାଇଛନ୍ତି। ଏକଥା ନିଜେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଘୋଷଣା କରିଛନ୍ତି।

Advertisment

ମହମ୍ମଦ ସିନୱାର ହେଉଛନ୍ତି ଇସ୍ରାଏଲର ମୋଷ୍ଟ ୱାଣ୍ଟେଡ ତଥା ହମାସର ଦିବଂଗତ ମୁଖିଆ ୟାହୟା ସିନୱାରଙ୍କ ଭାଇ। ୟାହୟା ସିନୱାରଙ୍କୁ ଇସ୍ରାଏଲ ସେନା ଗତବର୍ଷ ଅକ୍ଟୋବର ମାସରେ ହତ୍ୟା କରିଥିଲେ। ସିନୟର ସିନୱାରଙ୍କ ମୃତ୍ୟୁ ପରେ ମହମ୍ମଦ ସିନୱାର ହମାସର ସବୁ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ସଂଗଠନର ସବୁଠାରୁ ବରିଷ୍ଠ ସଦସ୍ୟ ଭାବେ କାମ କରୁଥିଲେ। 

ପୂର୍ବରୁ କୁହାଯାଇଥିଲା ଯେ ଆଇଡିଏଫ ମେ’ ୧୪ କରିଥିବା ଏୟାର ଷ୍ଟ୍ରାଇକରେ ମହମ୍ମଦ ସିନୱାର ଗୁରୁତର ଆହତ ହୋଇଥିଲେ। ତେବେ ତାଙ୍କର ମୃତ୍ୟୁ ହୋଇଛି କି ନାହିଁ, ସେକଥା ସେତେବେଳେ ଇସ୍ରାଏଲ ସେନା ନିଶ୍ଚିତ କରିପାରି ନଥିଲା। ହେଲେ ବିଭିନ୍ନ ତଥ୍ୟକୁ ଯାଞ୍ଚ କରି ମହମ୍ମଦ ସିନୱାର ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ନେତାନ୍ୟାହୁ ଘୋଷଣା କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ଗାଜାରେ ରହିଛି ୟୁରୋପୀୟ ହସ୍ପିଟାଲ। ଏହାର ଆଡ଼ୁଆଳରେ ହମାସ ପକ୍ଷରୁ ଗୋଟିଏ ଅଣ୍ଡର ଗ୍ରାଉଣ୍ଡ କମାଣ୍ଡ ସେଣ୍ଟର ଖୋଲା ଯାଇଥିଲା। ସେଠାରେ ମହମ୍ମଦ ସିନୱାର ଛପି ରହିଥିଲେ। କିନ୍ତୁ ମେ’ ୧୪ରେ ଇସ୍ରାଏଲ ସେନା ସେଠାରେ କରିଥିବା ଏୟାର ଷ୍ଟ୍ରାଇକରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଖାନ ୟୁନିସରେ ଥିବା ୟୁରୋପୀୟ ହସ୍ପିଟାଲକୁ ନିଆଯାଇଥିଲା।

ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ସମାନ ଷ୍ଟ୍ରାଇକରେ ହମାସର ରାଫା ବ୍ରିଗେଡ କମାଣ୍ଡର ମହମ୍ମଦ ଶବନା ମଧ୍ୟ ପ୍ରାଣ ହରାଇଥିବା କୁହାଯାଉଛି। ଉଭୟ ଅଣ୍ଡର ଗ୍ରାଉଣ୍ଡ କମ୍ପାଣ୍ଡରେ ତଳେ ଥିବା ବେଳେ ଏୟାର ଷ୍ଟ୍ରାଇକରେ ନିହତ ହୋଇଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି।

୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ହମାସକୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ସେନା ଗାଜା ପଟିରେ ଘନଘନ ଆକ୍ରମଣ କରିଚାଲିଥିଲା। ଏଥିରେ ହମାସ ସଦସ୍ୟଙ୍କ ସମେତ ନିରୀହ ଲୋକଙ୍କ ମଧ୍ୟ ଜୀବନ ଯାଉଛି। ହେଲେ ଇସ୍ରାଏଲ ଏହାକୁ ଖାତିର ନ କରି ପୂରା ଗାଜାକୁ ନିଜ ନିୟନ୍ତ୍ରଣକୁ ନେବାକୁ ଅପରେସନକୁ ଜୋରଦାର କରିଛି। ୨୦୨୩ରୁ ଇତି ମଧ୍ୟରେ ହମାସର ଅନେକ ଟପ କମାଣ୍ଡର ପ୍ରାଣ ହରାଇ ସାରିଲେଣି। ତଥାପି ମହମ୍ମଦ ମେ’ ୧୪ ଯାଏ ଅଣ୍ଡର ଗ୍ରାଉଣ୍ଡ ସେଣ୍ଟରରେ ରହି ଇସ୍ରାଏଲ ବିରୋଧୀ ହମାସ କାର୍ଯ୍ୟକୁ ଜାରି ରଖିଥିଲେ। ଏବେ ତାଙ୍କୁ ମଧ୍ୟ ଇସ୍ରାଏଲ ମାରିବାକୁ ସକ୍ଷମ ହୋଇଛି।

Mohammad Sinwar Gaza Hamas Yahya Sinwar Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe