Advertisment

ଶରଣାର୍ଥୀ ଶିବିରରେ ଇସ୍ରାଏଲର ଆକ୍ରମଣ, ୧୯୫ ପାଲେଷ୍ଟାଇନୀୟ ମୃତ

ଗାଜାର ଜବାଲିଆ ଶରଣାର୍ଥୀ ଶିବିରରେ ଇସ୍ରାଏଲର ବୋମା ମାଡ ପରେ ଅତି କମରେ ୧୯୫ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି।

author-image
Debibandita Barick
Israel-Hamas War

Israel-Hamas War

ଜାରି ରହିଛି ଇସ୍ରାଏଲ-ହମାସ ଲଢେଇ। ଯୁଦ୍ଧକୁ ମାସେ ହେବାକୁ ବସିଲାଣି, ତଥାପି ଥମିବାର ନାଁ ନେଉନି। ଉଭୟ ପକ୍ଷରୁ ଆକ୍ରମଣରେ ଏପର୍ଯ୍ୟନ୍ତ ପାଖାପାଖି ଦଶ ହଜାର ଲୋକଙ୍କ ଜୀବନ ଗଲାଣି। ଇସ୍ରାଏଲ ଆକ୍ରମଣରେ ଗତକାଲି ୧୯୫ ଜଣ ପାଲେଷ୍ଟାଇନଙ୍କ ମୃତ୍ୟୁ ଘଟିଥିବା ହମାସ ସଂଗଠନ କହିଛି।

Advertisment

ହମାସ ଗୋଷ୍ଠୀ କହିଛି ଯେ, ବୁଧବାର(ସ୍ଥାନୀୟ ସମୟ) ଇସ୍ରାଏଲ୍ ସୈନ୍ୟମାନେ ପାଲେଷ୍ଟାଇନ ଏନକ୍ଲେଭର ମୁଖ୍ୟ ସହରକୁ ଟାର୍ଗେଟ କରିଛନ୍ତି। ଇସ୍ରାଏଲ, ସହରର ବୃହତ୍ତମ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ କରିଛି। ଏଥିରେ ୧୯୫ ଜଣ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି।

ସମ୍ବାଦ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି ଯେ, ମଙ୍ଗଳବାର ଏବଂ ବୁଧବାର ଇସ୍ରାଏଲ୍ ଗାଜାର ଜବାଲିଆ ଶରଣାର୍ଥୀ ଶିବିରରେ ବୋମା ପକାଇବା ପରେ ଅତି କମରେ 195 ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। 

Advertisment

ସେପଟେ, ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ମୁଖପାତ୍ର ରିୟର ଆଡମିରାଲ୍ ଡାନିଏଲ୍ ହାଗରୀ କହିଛନ୍ତି ଯେ, ଯୋଜନା ଅନୁଯାୟୀ ଗାଜାରେ ଗ୍ରାଉଣ୍ଡ ଅପରେସନ୍ ଚାଲିଛି। ଆମ ସେନା ଚାରି ପଟୁ ଆକ୍ରମଣ କରି ଗାଜା ଷ୍ଟ୍ରିପର ଉତ୍ତରରେ ଥିବା ହମାସର ପ୍ରତିରକ୍ଷା ସମର୍ଥନକୁ ଭାଙ୍ଗି ଦେଇଛନ୍ତି। ଏଥିରେ ହମାସର କମାଣ୍ଡର ସଫା ହୋଇଛି।

ଆଇଡିଏଫ୍ ଷ୍ଟାଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ହେର୍ଜି ହାଲେଭି କହିଛନ୍ତି, ହାମାସ ବିରୁଦ୍ଧରେ ଏହି ଲଢେଇରେ ଖୁବ୍ କଷ୍ଟକର ଏବଂ ଯନ୍ତ୍ରଣାଦାୟକ ମୂଲ୍ୟ ଦେବାକୁ ପଡୁଛି, ତଥାପି ଯୁ୍ଦ୍ଧ ଆବଶ୍ୟକ। ଆମେ ଆତଙ୍କବାଦୀଙ୍କ ଶିବବିରେ ଯୁଦ୍ଧ କରୁଛୁ ଏବଂ ସେମାନଙ୍କ ଉପରେ ଆକ୍ରମଣ କରୁଛୁ। ଏହି ଯୁଦ୍ଧ ଦୀର୍ଘ ସମୟ ଧରି ଚାଲିବ ଏବଂ ଯେପର୍ଯ୍ୟନ୍ତ ଯୁଦ୍ଧ ଶେଷ ନ ହୋଇଛି ଆମେ ଲଢିବୁ ବୋଲି ହାଲେଭି କହିଛନ୍ତି।