Advertisment

ରାଜି ହେଲା ହମାସ, ବନ୍ଦ ହେବ ଯୁଦ୍ଧ!

। ଇସ୍ରାଏଲ ଯୁଦ୍ଧ ବନ୍ଦ କରିବା ନେଇ ଘୋଷଣା କରିବା ପରେ ଏବେ ହମାସ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛି।

war affected houses

war affected houses

Advertisment

ଦୀର୍ଘ ଗୋଟିଏ ବର୍ଷ ଧରି ଚାଲି ଆସିଥିବା ହମାସ-ଇସ୍ରାଏଲ ଯୁଦ୍ଧର ଅନ୍ତ ଘଟିପାରେ। ଇସ୍ରାଏଲ ଯୁଦ୍ଧ ବନ୍ଦ କରିବା ନେଇ ଘୋଷଣା କରିବା ପରେ ଏବେ ହମାସ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛି। କିନ୍ତୁ ଇସ୍ରାଏଲ ପରି ହମାସ ମଧ୍ୟ କିଛି ସର୍ତ୍ତ ରଖିଛି।

Advertisment

ଯଦି ଇସ୍ରାଏଲ ଗାଜାରେ ଅକ୍ତିଆର କରିଥିବା ଅଞ୍ଚଳକୁ ଛାଡ଼ିଦିଏ ତେବେ ହମାସ ଆଉ ଯୁଦ୍ଧ କରିବ ନାହିଁ ବୋଲି କହିଛି। ଗାଜା ପଟ୍ଟି ଛାଡ଼ିବା ସହ ଇସ୍ରାଏଲ ସମସ୍ତ ବନ୍ଧକଙ୍କୁ ମୁକ୍ତ କରିବ ଏବଂ ଏହି ଅଞ୍ଚଳରୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଫେରିବାକୁ ଅନୁମତି ଦେଲେ ହମାସ ଯୁଦ୍ଧରେ ଅନ୍ତ ଘଟାଇବ ବୋଲି କହିଛି।

ସୂଚନା ଅନୁସାରେ, ଗତକାଲି ହାମାସ ପ୍ରତିନିଧି ଦଳ ଇଜିପ୍ଟର ରାଜଧାନୀ କାଇରୋରେ ଅଧିକାରୀମାନଙ୍କ ସହ ଗାଜା ଅସ୍ତ୍ରବିରତି ଉଲ୍ଲଂଘନ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହାପରେ ହମାସର ଜଣେ ବରିଷ୍ଠ ଅଧିକାରୀ AFP ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ, ସେ ଇଜିପ୍ଟର ଅଧିକାରୀମାନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ଥିବା ଜଣାଇଛନ୍ତି। ଯଦି ଇସ୍ରାଏଲ ଅସ୍ତ୍ରବିରତି ଚୁକ୍ତିରେ ରାଜି ହୁଏ ତେବେ ଏହା ସମ୍ଭବ ହୋଇପାରିବ। 

Advertisment

ସେପଟେ ନିକଟରେ ଇସ୍ରାଏଲ ମଧ୍ୟ ଯୁଦ୍ଧ ଅନ୍ତ ନେଇ ଘୋଷଣା କରିଥିଲା। ପ୍ରଧାନମନ୍ତ୍ରୀ ନତାନ୍ୟାହୁ କହିଥିଲେ, ହମାସ ସମସ୍ତ ବନ୍ଧୁକଙ୍କୁ ଛାଡିଲେ ଇସ୍ରାଏଲ-ହମାସ ଯୁଦ୍ଧ ଶେଷ ହୋଇଯିବ।   

ଇସ୍ରାଏଲ ସେନାର କହିବା ଅନୁସାରେ, ଗତ ବର୍ଷ ଅକ୍ଟୋବର ୭ ଆକ୍ରମଣରେ ହମାସ ୨୫୧ ଜଣଙ୍କୁ ବନ୍ଧକ ରଖିଥିଲା। ସେମାନଙ୍କ ମଧ୍ୟରୁ ୯୭ ଜଣ ଗାଜାରେ ଥିବାବେଳେ ୩୪ ଜଣଙ୍କ ମୃତ୍ୟୁ ହୋଇଛି। 

Israel-Hamas War Benjamin Netanyahu Hamas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe