Advertisment

ଇସ୍ରାଏଲ ସହ ଅସ୍ତ୍ରବିରତି ଚୁକ୍ତି ବୃଦ୍ଧି କରିବା ସପକ୍ଷରେ ହମାସ

୪ ଦିନିଆ ଚୁକ୍ତି ‌ଅନୁଯାୟୀ, ହମାସ ୫୮ ଜଣ ପଣବନ୍ଦୀଙ୍କୁ ମୁକ୍ତ କରି ସାରିଲାଣି। ଶୁକ୍ରବାର ୨୪ ଜଣ, ଶନିବାର ୧୭ ଜଣ ଓ ରବିବାର ହମାସ ୧୭ ଜଣଙ୍କୁ ଛାଡ଼ିଛି।

Hamas

Hamas

Advertisment

ଭୟଙ୍କର ଯୁଦ୍ଧ ଭିତରେ ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବାର ୪ ଦିନିଆ ଅସ୍ତ୍ରବିରତି ଚୁକ୍ତିର ଆଜି ହେଉଛି ଶେଷ ଦିନ। ଚୁକ୍ତିର ତୃତୀୟ ଦିନରେ ହମାସ ଅକ୍ଟୋବର ୭ରୁ ବନ୍ଦୀ କରି ରଖିଥିବା ଆଉ ୧୭ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଏମାନଙ୍କ ମଧ୍ୟରେ ଆମେରିକାର ଜଣେ ୪ ବର୍ଷୀୟ ଝିଅ ରହିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟରେ ୧୭ ପଣବନ୍ଦୀଙ୍କୁ ଛାଡ଼ିବା ପରେ ହମାସ ଇସ୍ରାଏଲ ସହ ଶାନ୍ତି ଚୁକ୍ତିକୁ ବୃଦ୍ଧି କରିବା ସପକ୍ଷରେ ରହିଛି।

Advertisment

ଯଦି ଇସ୍ରାଏଲ ଅଧିକ ସଂଖ୍ୟକ ପାଲେଷ୍ଟାଇନ ବନ୍ଦୀମାନଙ୍କୁ ଛାଡ଼ିବ, ତା’ହେଲେ ଶାନ୍ତି ଚୁକ୍ତି ହମାସ ବୃଦ୍ଧି କରିବ ବୋଲି ଗୋଟିଏ ବିବୃତିରେ କହିଛି। ଏହାପୂର୍ବରୁ ଇସ୍ରାଏଲ କହିଥିଲା ଯେ ଶାନ୍ତି ଚୁକ୍ତି ପାଇଁ ଦେଶ ରାଜି। କିନ୍ତୁ ପ୍ରତିଦିନ ହମାସ ଅତିରିକ୍ତ ୧୦ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବ। ଇସ୍ରାଏଲର ଏହି ପ୍ରସ୍ତାବ ଉପରେ ହମାସ ବିଚାର କରୁଥିବା ଜଣାପଡ଼ିଛି।

ଅନ୍ତର୍ଜାତୀୟ ରେଡକ୍ରସ କମିଟିର ସୂଚନା ଅନୁସାରେ, ରବିବାର ୧୩ ଜଣ ଇସ୍ରାଏଲୀ, ୩ ଜଣ ଥାଇ ଓ ଜଣେ ରୁଷ ନାଗରିକଙ୍କୁ ହମାସ ସଫଳତାର ସହ ଇସ୍ରାଏଲକୁ ହସ୍ତାନ୍ତର କରିଛି। ସେହିପରି ଇସ୍ରାଏଲ ୩୯ ଜଣ ପାଲେଷ୍ଟାଇନ ନାଗରିକଙ୍କୁ ଜେଲରୁ ଖଲାସ କରିଛି। ଏମାନେ ୱେଷ୍ଟ ବ୍ୟାଙ୍କରେ ପହଞ୍ଚିବା ପରେ ସମସ୍ତଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା।

Advertisment

ଛାଡ଼ ପାଇଥିବା ୧୭ ଜଣ ପଣବନ୍ଦୀଙ୍କ ମଧ୍ୟରେ ୪ ବର୍ଷୀୟ ଅବିଗାଇଲ ଇଡାନ ରହିଛନ୍ତି। ସେ ପ୍ରଥମ ଆମେରିକା ନାଗରିକ ଭାବେ ହମାସ କବଳରୁ ମୁକ୍ତି ପାଇଛନ୍ତି। ଅକ୍ଟୋବର ୭ରେ ଇଡାନଙ୍କ ସାମ୍ନାରେ ତାଙ୍କ ବାପା ମା’ଙ୍କୁ ହମାସ ଆତଙ୍କୀମାନେ ହତ୍ୟା କରିଥିଲେ। ଏହାପରେ ତାଙ୍କୁ ଅପହରଣ କରି ନେଇଥିଲେ।

୪ ଦିନିଆ ଚୁକ୍ତି ‌ଅନୁଯାୟୀ, ହମାସ ୫୮ ଜଣ ପଣବନ୍ଦୀଙ୍କୁ ମୁକ୍ତ କରି ସାରିଲାଣି। ଶୁକ୍ରବାର ୨୪ ଜଣ, ଶନିବାର ୧୭ ଜଣ ଓ ରବିବାର ହମାସ ୧୭ ଜଣଙ୍କୁ ଛାଡ଼ିଛି।

Israel-Palestine Conflict War Israel-Palestine War Hamas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe