Advertisment

ଭୁକିଲା କୁକୁର, ଗୁଳି କରି ଘରେ ନିଆଁ ଲଗାଇ ଦେଲେ ହମାସ ଆତଙ୍କୀ

ଦୁଇ ଜଣ ବନ୍ଧୁକଧାରୀ ଆତଙ୍କବାଦୀ ଏପରି କାଣ୍ତ ଘଟାଇଥିବା ବେଳେ ସେମାନଙ୍କ ଶରୀରରେ ଲାଗିଥିବା କ୍ୟାମେରାରେ ଏହା କଏଦ ହୋଇଛି।

author-image
Hemant Lenka
Hamas

Hamas

ଇସ୍ରାଏଲ ଓ ହମାସ ଆତଙ୍କବାଦୀ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆସିଛି ବିଚଳିତ କରିବା ଭଳି ଭିଡିଓ। ଇସ୍ରାଏଲର କିବ୍ବୁଜ କିସୁଫିମ ସହରରେ ହମସା ଆତଙ୍କବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି।

Advertisment

ସେମାନେ ଏଠାରେ ଥିବା ଗୋଟିଏ ଘରେ ପ୍ରବେଶ କରିବା ସହ ସେଠାରେ ନିଆଁ ଲଗାଇ ଦେଇଛନ୍ତି। ଦୁଇ ଜଣ ବନ୍ଧୁକଧାରୀ ଆତଙ୍କବାଦୀ ଏପରି କାଣ୍ତ ଘଟାଇଥିବା ବେଳେ ସେମାନଙ୍କ ଶରୀରରେ ଲାଗିଥିବା କ୍ୟାମେରାରେ ଏହା କଏଦ ହୋଇଛି। ସେମାନେ ଘର ଭିତରେ ପ୍ରବେଶ କରିବା ପୂର୍ବରୁ ଗୋଟିଏ କୁକୁରକୁ ମଧ୍ୟ ଗୁଳି କରି ହତ୍ୟା କରିଛନ୍ତି। 

କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ, ଆତଙ୍କବାଦୀମାନେ ନିଆଁ ଲଗାଇ ଦେଇଥିବା ଘରକୁ ଗୋଟିଏ କୁକୁର ଜଗି ରହିଥିଲା। ଆତଙ୍କବାଦୀମାନେ ଯେତେବେଳେ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଥିଲେ କୁକୁରଟି ସେମାନଙ୍କୁ ଭୁକିଥିଲା। ତଥାପି ସେମାନେ ଆଗକୁ ବଢ଼ିବାରୁ କୁକୁରଟି ସେମାନଙ୍କୁ ଅଟକାଇବା ପାଇଁ ସେମାନଙ୍କ ଆଡ଼କୁ କାମୁଡ଼ିବା ପାଇଁ ଦୌଡ଼ି ଆସିଥିଲା। କିନ୍ତୁ କୁକୁରଟିକୁ ସେମାନେ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ।

Advertisment

କୁକୁରକୁ ହତ୍ୟା କରିବା ପରେ ସେମାନେ ଘର ଭିତରେ ପଶିଥିଲେ। ଘରର ବିଭିନ୍ନ କୋଣଅନୁକୋଣ ବୁଲିଥିଲେ। ଏହାପରେ ଜଣେ ଆତଙ୍କବାଦୀ ଫ୍ରିଜ ଖୋଲି, ତା’ ଭିତରୁ ଗୋଟିଏ ବୋତଲ ବାହାର କରିଥିଲା।

ଆଉ ଜଣେ ଆତଙ୍କୀ ଘରେ ନିଆଁ ଲଗାଇ ଦେଇଥିଲା। ଭିଡିଓରେ ଥିବା ଦୃଶ୍ୟ ଅନୁଯାୟୀ, ସମ୍ଭବତଃ ଉକ୍ତ ଘରେ କେହି ଲୋକ ନଥିଲେ। କେବଳ କୁକୁର ଘରଟିକୁ ଜଗି ରହିଥିଲେ। ସେ ଆତଙ୍କବାଦୀଙ୍କୁ ଡରାଇବାକୁ ଚେଷ୍ଟା କରି ନିଜ ଜୀବନ ଦେଇଛି।

Israel-Palestine Conflict War Israel-Palestine War