ଇସ୍ରାଏଲ ଓ ହମାସ ଆତଙ୍କବାଦୀ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆସିଛି ବିଚଳିତ କରିବା ଭଳି ଭିଡିଓ। ଇସ୍ରାଏଲର କିବ୍ବୁଜ କିସୁଫିମ ସହରରେ ହମସା ଆତଙ୍କବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି।
ସେମାନେ ଏଠାରେ ଥିବା ଗୋଟିଏ ଘରେ ପ୍ରବେଶ କରିବା ସହ ସେଠାରେ ନିଆଁ ଲଗାଇ ଦେଇଛନ୍ତି। ଦୁଇ ଜଣ ବନ୍ଧୁକଧାରୀ ଆତଙ୍କବାଦୀ ଏପରି କାଣ୍ତ ଘଟାଇଥିବା ବେଳେ ସେମାନଙ୍କ ଶରୀରରେ ଲାଗିଥିବା କ୍ୟାମେରାରେ ଏହା କଏଦ ହୋଇଛି। ସେମାନେ ଘର ଭିତରେ ପ୍ରବେଶ କରିବା ପୂର୍ବରୁ ଗୋଟିଏ କୁକୁରକୁ ମଧ୍ୟ ଗୁଳି କରି ହତ୍ୟା କରିଛନ୍ତି।
କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ, ଆତଙ୍କବାଦୀମାନେ ନିଆଁ ଲଗାଇ ଦେଇଥିବା ଘରକୁ ଗୋଟିଏ କୁକୁର ଜଗି ରହିଥିଲା। ଆତଙ୍କବାଦୀମାନେ ଯେତେବେଳେ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଥିଲେ କୁକୁରଟି ସେମାନଙ୍କୁ ଭୁକିଥିଲା। ତଥାପି ସେମାନେ ଆଗକୁ ବଢ଼ିବାରୁ କୁକୁରଟି ସେମାନଙ୍କୁ ଅଟକାଇବା ପାଇଁ ସେମାନଙ୍କ ଆଡ଼କୁ କାମୁଡ଼ିବା ପାଇଁ ଦୌଡ଼ି ଆସିଥିଲା। କିନ୍ତୁ କୁକୁରଟିକୁ ସେମାନେ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ।
ภาพจาก Bodycam ของกลุ่มฮามาสเข้าสู่
— R here (@UvgtdERt4PWmcjF) October 9, 2023
Kibbutz Kissufim สุนัขพยายามไล่กลุ่มฮามาสออกไป
แต่ถูกยิง จากนั้นพวกเขาก็เข้าไปในบ้านของครอบครัว
ชาวอิสราเอล เปิดตู้เย็นแล้วจุดไฟเผาบ้าน#อิสราเอล #Israel #Gaza #ปาเลสไตน์ #กลุ่มฮามาส #ฉนวนกาซา #ปาเลสไตน์ #ฮามาส#สงครามอิสราเอล pic.twitter.com/OILDW1yBqH
କୁକୁରକୁ ହତ୍ୟା କରିବା ପରେ ସେମାନେ ଘର ଭିତରେ ପଶିଥିଲେ। ଘରର ବିଭିନ୍ନ କୋଣଅନୁକୋଣ ବୁଲିଥିଲେ। ଏହାପରେ ଜଣେ ଆତଙ୍କବାଦୀ ଫ୍ରିଜ ଖୋଲି, ତା’ ଭିତରୁ ଗୋଟିଏ ବୋତଲ ବାହାର କରିଥିଲା।
ଆଉ ଜଣେ ଆତଙ୍କୀ ଘରେ ନିଆଁ ଲଗାଇ ଦେଇଥିଲା। ଭିଡିଓରେ ଥିବା ଦୃଶ୍ୟ ଅନୁଯାୟୀ, ସମ୍ଭବତଃ ଉକ୍ତ ଘରେ କେହି ଲୋକ ନଥିଲେ। କେବଳ କୁକୁର ଘରଟିକୁ ଜଗି ରହିଥିଲେ। ସେ ଆତଙ୍କବାଦୀଙ୍କୁ ଡରାଇବାକୁ ଚେଷ୍ଟା କରି ନିଜ ଜୀବନ ଦେଇଛି।