Advertisment

ଇସ୍ରାଏଲର ଦାବି: ୧୯୯ ଜଣଙ୍କୁ ପଣବନ୍ଦୀ କରି ରଖିଛି ହମାସ

ହମାସ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ପଣବନ୍ଦୀ କରି ରଖିଥିବାରୁ ସେମାନଙ୍କୁ ମୁକୁଳାଇବା ପାଇଁ ଇସ୍ରାଏଲ ସେନା ଗାଜାରେ ପ୍ରବେଶ କରିଛନ୍ତି।

author-image
Hemant Lenka
Hamas

Hamas

ଇସ୍ରାଏଲ ସହ ଲଢ଼େଇ କରୁଥିବା ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ୧୯୯ ଜଣ ନୀରିହ ଲୋକଙ୍କୁ ପଣବନ୍ଦୀ କରି ରଖିଛି। ଗାଜା ଷ୍ଟ୍ରିପ୍‌ ଦେଇ ଇସ୍ରାଏଲରେ ପଶିବା ପରେ ହମାସ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲେ। ଏହାପରେ ସୀମାନ୍ତ ଅଞ୍ଚଳରେ ଥିବା ଲୋକଙ୍କୁ ଅପହରଣ କରି ନେଇ ଯାଇଥିଲେ ବୋଲି ଆଜି ଇସ୍ରାଏଲ ସେନା କହିଛି।

Advertisment

ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଡାନିଏଲ ହାଗାରି କହିଛନ୍ତି, “ଆମେ ସ୍ଥିତି ସମ୍ପର୍କରେ ପଣବନ୍ଦୀ ହୋଇ ରହିଥିବା ୧୯୯ ଜଣ ଲୋକଙ୍କ ପରିବାର ବର୍ଗଙ୍କୁ ଅବଗତ କରାଇଛୁ। ପୂର୍ବରୁ ପଣବନ୍ଦୀଙ୍କ ସଂଖ୍ୟା ୧୫୫ ଥିବା କୁହାଯାଉଥିଲା। ହେଲେ ଏବେ ଏହା ୧୯୯ ଥିବା ସ୍ପଷ୍ଟ ହୋଇଛି।”

ରବିବାର ଇସ୍ରାଏଲ ମିଲିଟାରୀ କହିଥିଲା ଯେ ପଣବନ୍ଦୀଙ୍କ ସଂଖ୍ୟା ୧୫୫ ରହିଛି। ପଣବନ୍ଦୀ ହୋଇ ରହିଥିବା ଲୋକଙ୍କ ପରିବାର ସଦସ୍ୟମାନେ ପ୍ରଶାସନିକ ଅଧିକାରୀଙ୍କ ଯୋଗାଯୋଗରେ ଅଛନ୍ତି। ସେମାନଙ୍କ ଠାରୁ ସବୁ ତଥ୍ୟ ସଂଗ୍ରହ କରାଯାଉଛି।

Advertisment

ଶନିବାର ଭୋର ସମୟରେ ହମାସ ‌ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ରକେଟ ମାଡ଼ କରିବା ସହ ଗାଜା ଷ୍ଟ୍ରିପର ସୀମାନ୍ତ ଦେଇ ପ୍ରବେଶ କରିଥିଲେ। ହମାସର ଏପରି ଭୟଙ୍କର ହମଲା ପରେ ଇସ୍ରାଏଲ ପକ୍ଷରୁ ଯୁଦ୍ଧ ଘୋଷଣା କରାଯାଇଛି। ୧୦ ଦିନ ହେଲା ଚାଲିଥିବା ଯୁଦ୍ଧରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ହମାସ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ପଣବନ୍ଦୀ କରି ରଖିଥିବାରୁ ସେମାନଙ୍କୁ ମୁକୁଳାଇବା ପାଇଁ ଇସ୍ରାଏଲ ସେନା ଗାଜାରେ ପ୍ରବେଶ କରିଛନ୍ତି। ଏହାପୂର୍ବରୁ ସେଠାରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ମଧ୍ୟ ଇସ୍ରାଏଲ ସେନା କହିଥିଲା।

Israel Israel Declares War Hamas Israel-Palestine Conflict