Advertisment

ବନ୍ଦକର ନରସଂହାର, ଇସ୍ରାଏଲକୁ ଚେତାବନୀ ଦେଲା ଇରାନ୍‌

ଗାଜାରେ ଥିବା ହମାସର ୩୨୦ଟି ଠିକଣା ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ କରିଛି।

author-image
Madhupriya Mistry
Israel-Hamas War

Israel-Hamas War

ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏହା ଦିନକୁ ଦିନ ଆହୁରି ଉଗ୍ର ହେବାରେ ଲାଗିଛି। ରିପୋର୍ଟ ମୁତବାକ, ଇସ୍ରାଏଲ ସେନା ଗାଜା ଭିତରେ ପଶିଛନ୍ତି। ଫଳରେ ଅକ୍ଟୋବର ୭ ପରେ ପ୍ରଥମ ଥର ପାଇଁ ଇସ୍ରାଏଲ ସେନା ଓ ହମାସ ଆତଙ୍କୀ ମୁହାଁମୁହିଁ ହୋଇଥିବା କୁହାଯାଉଛି। ଗାଜାରେ ଥିବା ହମାସର ୩୨୦ଟି ଠିକଣା ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ କରିଛି। ଏହାରି ଭିତରେ ଇସ୍ରାଏଲକୁ କଡ଼ା ଚେତାବନି ଦେଇଛି ଇରାନ୍‌।

Advertisment

ଗାଜାରେ ତୁରନ୍ତ ନରସଂହାର ବନ୍ଦ କର। ଆଉଟ ଅଫ କଣ୍ଟ୍ରୋଲ ହେଲାଣି ହିଂସା। ଏହାକୁ ବନ୍ଦ କର ନଚେତ ପରିଣାମ ଭୟଙ୍କର ହେବ ବୋଲି ତେହେରାନ ଚେତାଇ ଦେଇଛି। ଏପରରିକି ବାଧ୍ୟ ହୋଇ ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ ବୋଲି ଇରାନ କହିଛି।

ଇସ୍ରାଏଲ-ହମାସ୍ ଯୁଦ୍ଧରେ ଇରାନ ସିଧାସଳଖ ଭାବେ ଏଯାଏଁ ସାମିଲ ହୋଇ ନାହିଁ। ହେଲେ ଇସ୍ରାଏଲକୁ ବାରମ୍ବାର ଇରାନ ସମାଲୋଚନା କରିଆସୁଛି। ଆତଙ୍କୀ ଗୋଷ୍ଠୀ ହମାସକୁ ଇରାନ ସବୁପ୍ରକାର ସହାୟତା ଯୋଗାଇ ଆସୁଛି। ତେଣୁ ହମାସର ଆକ୍ରମଣ ପଛରେ ଇରାନର ହାତ ଥିବା ମଧ୍ୟ ଅଭିଯୋଗ ହେଉଛି। ହେଲେ ଯୁଦ୍ଧରେ ସିଧାସଳଖ ସାମିଲ ହେବାରୁ ଇରାନ ଦୂରେଇ ରହିଛି। ଏବେ ଇରାନର ଏହି ଚେତାବନୀ ଯୁଦ୍ଧକୁ ଆହୁରି ଭୟଙ୍କର କରିବାର ଆଶଙ୍କା ସୃଷ୍ଟି କରିଛି।

Advertisment

ଗାଜାରେ ବିମାନ ଆକ୍ରମଣ ଜାରି ରଖିଛି ଇସ୍ରାଏଲ। ଏସବୁ ଭିତରେ ଗାଜାରେ ଦ୍ୱିତୀୟ ପର୍ଯ୍ୟାୟ ମାନବୀୟ ସହାୟତା ପହଞ୍ଚିଛି।୧୭ଟି ମାନବୀୟ ସହାୟତା ଟ୍ରକ୍‌ ରାଫା ସୀମା ଦେଇ ରବିବାର ଗାଜାରେ ପହଞ୍ଚିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ଇସ୍ରାଏଲ ଗସ୍ତରେ ଯାଉଛନ୍ତି। ପୂର୍ବରୁ ଆମେରିକା ରାଷ୍ଟପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ରାଏଲ ଯାଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିଥିଲେ।

Israel Israel-Palestine Conflict Iran