Advertisment

ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି; ଜେଲେନସ୍କିଙ୍କୁ ଆଲିଙ୍ଗନ କଲେ, ସାନ୍ତ୍ୱନା ଦେଲେ

ରୁଷ-ୟୁକ୍ରେନ ଯୁଦ୍ଧ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ କରି ୟୁକ୍ରେନ ଗସ୍ତ କରିଛନ୍ତି।

author-image
Debibandita Barick
ଜସ

PM Modi & President Zelensky

ଯୁଦ୍ଧରେ ଛାରଖାର ହୋଇ ଯାଇଥିବା ୟୁକ୍ରେନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ୟୁକ୍ରେନ ରାଜଧାନୀ କିଭରେ ପହଞ୍ଚିବା ପରେ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନ୍‌ସ୍କି ତାଙ୍କୁ ସ୍ୱାଗତ କରିଛନ୍ତି। ଏହି ସମୟରେ ଦୁଇ ରାଷ୍ଟ୍ର ନେତା କରମର୍ଦ୍ଦନ କରିବା ସହ ଆଲିଙ୍ଗନ କରିଥିବା ଦେଇଖିବାକୁ ମିଳିଛି।

Advertisment

ଏହାପରେ ମୋଦି ଓ ଜେଲେନସ୍କି ଦେଶର ଶହୀଦ ସ୍ମାରକୀ ପରିଭ୍ରମଣ କରିଛନ୍ତି। ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯୁଦ୍ଧରେ ପ୍ରାଣ ହରାଇଥିବା ଛୋଟ ପିଲାମାନଙ୍କ ସ୍ମୃତି ବୁଲି ଦେଖାଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଜେଲେନସ୍କିଙ୍କ କାନ୍ଧରେ ହାତ ପକାଇ ତାଙ୍କୁ ସାନ୍ତ୍ୱନା ଦେଉଥିବା ଦେଖିବାକୁ ମିଳୁଛି।

ଏହାପରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନରେ ଥିବା ଭାରତୀୟମାନଙ୍କୁ ଭେଟିଛନ୍ତି। ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସେମାନଙ୍କୁ ସେଠାକାରେ ସ୍ଥିତି ବାବଦରେ ପଚାରି ବୁଝିଛନ୍ତି।

Advertisment

ରୁଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ୟୁକ୍ରେନ ଗସ୍ତ। ସେହିପରି 1991ରେ ୟୁକ୍ରେନ ସ୍ୱାଧୀନତା ପାଇବା ପରେ ପ୍ରଥମ କରି ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ୟୁକ୍ରେନ ଗସ୍ତ କରିଛନ୍ତି। ତାଙ୍କ ପୂର୍ବରୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ୟୁକ୍ରେନ ଗସ୍ତ କରିନଥିଲେ।

ଗତମାସ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ରୁଷ୍ ଗସ୍ତ କରିଥିଲେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହାକୁ ନେଇ ଆମେରିକା ସମେତ କିଛି ପାଶ୍ଚାତ୍ୟ ଦେଶ ଭାରତକୁ ସମାଲୋଚନା କରିଥିଲେ। ଏହାପରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଓ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ।

ଦୁଇ ରାଷ୍ଟ୍ରନେତାଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶକୁ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଗତକାଲି ପୋଲାଣ୍ଡ ଗସ୍ତ ସାରିବା ପରେ ଆଜି ୟୁକ୍ରେନରେ ପହଞ୍ଚିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଗଠନମୂଳକ ଭୂମିକା ଗ୍ରହଣ କରିପାରିବ ବୋଲି ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ କେତେ ସଫଳ ହେଉଛି ତା ଉପରେ ସମଗ୍ର ବିଶ୍ୱର ନଜର। 

PM Modi Zelensky PM Modi In Ukraine PM Modi In Kyiv