Advertisment

ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତୀୟ ଯୁବକଙ୍କ ମୃତ୍ୟୁ, ସେନାରେ ଥିଲେ ନିୟୋଜିତ

ମୃତ ଯୁବକ ୨୨ ବର୍ଷୀୟ ଯୁବକ ରୁଷ ସେନାରେ ନିୟୋଜିତ ଥିଲେ।

author-image
Debibandita Barick
Ravi Moun

Ravi Moun

ରୁଷ-ୟୁକ୍ରେନ ଯୁଦ୍ଧରେ ଜଣେ ଭାରତୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ଯୁବକ ହେଉଛନ୍ତି ହରିଆଣାର ୨୨ ବର୍ଷୀୟ ରବି ମୋଉନ। ସେ ରୁଷ ସେନାରେ ନିୟୋଜିତ ଥିଲେ।

Advertisment

ୟୁକ୍ରେନ ସେନା ବିରୁଦ୍ଧରେ ଲଢେଇ କରିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ମସ୍କୋର ଥିବା ଭାରତୀୟ ଦୂତାବାସ ପକ୍ଷରୁ ରବିଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରାଯାଇଛି ବୋଲି ରବିଙ୍କ ଭାଇ ଅଜୟ ମଉନ କହିଛନ୍ତି। 

ରବିଙ୍କ ଭାଇ କହିଛନ୍ତି ଯେ, ପରିବହନ କାର୍ଯ୍ୟରେ ନିଯୁକ୍ତି ପାଇଁ ରବି ଜାନୁଆରୀ ୧୩ରେ ରୁଷିଆ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ସୈନ୍ୟବାହିନୀରେ ଭର୍ତ୍ତି କରାଯାଇଥିଲା। ରବି କେଉଁଠାରେ ଅଛନ୍ତି ଜାଣିବା ପାଇଁ ମସ୍କୋରେ ଥିବା ଭାରତୀୟ ଦୂତାବାସକୁ ଜୁଲାଇ ୨୧ରେ ଚିଠି ଲେଖିଥିଲୁ। 

Advertisment

ପରବର୍ତ୍ତୀ ସମୟରେ ଦୂତାବାସ ପକ୍ଷରୁ ଆମକୁ କୁହାଯାଇଥିଲା ଯେ, ଯୁଦ୍ଧରେ ରବିଙ୍କର ମୃତ୍ୟୁ ହୋଇ ଯାଇଛି। ସେ ଏଠାରେ ରୁଷ ସେନାରେ ନିୟୋଜିତ ଥିଲେ। ୟୁକ୍ରେନ ସୈନ୍ୟଙ୍କ ସହ ଯୁଦ୍ଧ କରିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ମୃତଦେହ ଚିହ୍ନଟ ପାଇଁ ଦୂତାବାସ ଡିଏନ୍ଏ ପରୀକ୍ଷା ରିପୋର୍ଟ ପଠାଇବାକୁ କହିଛି ବୋଲି ରବିଙ୍କ ଭାଇ କହିଛନ୍ତି। 

ପ୍ରକାଶ ଥାଉକି, ନିକଟରେ ରୁଷ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାରେ କାର୍ଯ୍ୟ କରୁଥିବା ଭାରତୀୟଙ୍କୁ ସ୍ୱଦେଶ ପଠାଇବାକୁ ଦାବି କରିଥିଲେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ସେନାରେ ନିୟୋଜିତ ଥିବା ଭାରତୀୟଙ୍କୁ ଖୁବ୍ ଶୀଘ୍ର ସ୍ୱଦେଶ ପଠାଇବାର ବନ୍ଦୋବସ୍ତ କରିବେ ବୋଲି କହିଥିଲେ। 

Russia-Ukraine War Russia Indian In Russia