Advertisment

କାନାଡାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

ସେପ୍ଟେମ୍ବର ୨୦୨୨ରେ ପଢ଼ିବା ପାଇଁ ଚିରାଗ ବେଙ୍କୁବର ଯାଇଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Indian Student Shot Dead

Indian Student Shot Dead

ପୁଣି ବିଦେଶରେ ଭାରତୀୟ ଯୁବକଙ୍କୁ ହତ୍ୟା। କାନାଡାର ଦକ୍ଷିଣ ବେଙ୍କୁବରରେ ଏକ କାର୍‌ ଭିତରୁ ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଛି। ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏନେଇ ପୁଲିସ ସୂଚନା ଦେଇଛି।

Advertisment

ବେଙ୍କୁବର ପୁଲିସ କହିବା ମୁତାବକ, ମୃତ ଭାରତୀୟ ଛାତ୍ର ଜଣକ ହେଲେ ହରିୟାଣାର ୨୪ ବର୍ଷୀୟ ଚିରାଗ ଏଣ୍ଟିଲ। ଏପ୍ରିଲ ୧୨ ତାରିଖ ରାତି ୧୧ଟା ବେଳେ ହଠାତ୍‌ ଚିରାଗଙ୍କ ପଡୋଶୀମାନେ ଗୁଳି ଫୁଟିବା ଶବ୍ଦ ଶୁଣିଥିଲେ। ଏହାପରେ ଇଷ୍ଟ-୫୫ ଏଭେନ୍ୟୁ ଓ ମେନ ଷ୍ଟ୍ରିଟ୍‌କୁ ପୁଲିସ ଡକାଯାଇଥିଲା। ପୁଲିସ ଆସି ଏକ କାର୍‌ ଭିତରକୁ ଚିରାଗଙ୍କ ମୃତଦେହ ଜବତ କରିଥିଲା। ବର୍ତ୍ତମାନ ଏହି ମାମଲାରେ ପୁଲିସ କାହାକୁ ଗିରଫ କରିନାହିଁ। ତାଙ୍କୁ କିଏ ହତ୍ୟା କଲା ଓ କାହିଁକି ସେ ନେଇ ପୁଲିସ ତଦନ୍ତ କରୁଛି।

କଂଗ୍ରେସର ଛାତ୍ର ୱିଙ୍ଗ୍ ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନର ମୁଖ୍ୟ ବରୁଣ ଚୌଧୁରୀ ଟ୍ୱିଟରରେ ଏକ ପୋଷ୍ଟ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଟ୍ୟାଗ୍ କରି ମୃତ ଛାତ୍ରଙ୍କ ପରିବାରକୁ ସହାୟତା କରିବା ପାଇଁ ଅନୁରୋଧ କରିଛନ୍ତି। ବରୁଣ ଲେଖିଛନ୍ତି, "କାନାଡାର ବେଙ୍କୁବରରେ ଜଣେ ଭାରତୀୟ ଛାତ୍ର ଚିରାଗ ଏଣ୍ଟିଲଙ୍କ ହତ୍ୟା ସମ୍ବନ୍ଧରେ ତତ୍କାଳ ଧ୍ୟାନ ଦୁଅନ୍ତୁ। ତଦନ୍ତର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ଦେବା ଏବଂ ଯେପରି ତାଙ୍କୁ ଶୀଘ୍ର ନ୍ୟାୟ ମିଳିବ ସେଥିପାଇଁ ଆମେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଅନୁରୋଧ କରୁଛୁ। ଏଥିସହ ମୃତକଙ୍କ ପରିବାରକୁ ସମସ୍ତ ଆବାଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରୁଛୁ।"

Advertisment

ସେପ୍ଟେମ୍ବର ୨୦୨୨ରେ ପାଠ ପଢ଼ିବା ପାଇଁ ଚିରାଗ ବେଙ୍କୁବର ଯାଇଥିଲେ। ନିକଟରେ ସେ ୟୁନିର୍ଭସିଟି କାନାଡା ଓ୍ୱେଷ୍ଟରୁ ଏମ୍‌ବିଏ ପୂରଣ କରିଥିଲେ। ଏହାପରେ ତାଙ୍କୁ ତାଙ୍କର ଓ୍ୱର୍କ ପରମିଟ୍‌ ମଧ୍ୟ ମିଳିଥିଲା। ଏବେ ଚିରାଗଙ୍କ ପରିବାର ଲୋକେ ତାଙ୍କ ମୃତଦେହକୁ ଭାରତ ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏଥିପାଇଁ ସେମାନେ କ୍ରାଉଡ ଫଣ୍ଡିଂ ପ୍ଲାଟଫର୍ମ GoFundMe ଟଙ୍କା ଯୋଗଡା କରିବାରେ ଲାଗିଛନ୍ତି।

Indian Student Died In Canada Chirag Antil Student Shot Dead