/odisha-reporter/media/media_files/2026/03/02/arif-2026-03-02-17-17-42.jpg)
ଅରାଫି
Middle East War Updates: ମାତ୍ର ୨୪ ଘଣ୍ଟା ତଳେ ଇରାନର ଅନ୍ତରୀଣ ସୁପ୍ରିମ ଲିଡର ହୋଇଥିବା ଆୟୋତୁଲ୍ଲା ଅଲୀରେଜା ଅରାଫି ମୃତ। ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନରେ କରୁଥିବା ଏୟାର ଷ୍ଟ୍ରାଇକରେ ତାଙ୍କର ମୃତ୍ୟୁ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବିଶେଷ କରି ଇସ୍ରାଏଲ ଗଣମାଧ୍ୟମଗୁଡ଼ିକ ଏପରି ଖବର ପ୍ରକାଶ କରିଛନ୍ତି। କିନ୍ତୁ ଏନେଇ ଇରାନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।
ଶନିବାର ଆମେରିକା ଓ ଇସ୍ରାଏଲ ପକ୍ଷରୁ ତେହରାନ ସମେତ ଇରାନର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ଇରାନ ସୁପ୍ରିମ ଲିଡର ଆୟୋତୁଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଅରାଫି ଇରାନର ଅନ୍ତରୀଣ ସୁପ୍ରିମ ଲିଡର ଭାବେ ଦାୟିତ୍ୱ ନେଇଥିଲେ। କିନ୍ତୁ ସେ ଦାୟିତ୍ୱ ନେବାର କିଛି ଘଣ୍ଟା ମଧ୍ୟରେ ଇସ୍ରାଏଲ ଓ ଆମେରିକା କରିଥିବା ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି।
ଅରାଫିଙ୍କ ମୃତ୍ୟୁ ଖବର ଦ୍ରୁତଗତିରେ ବ୍ୟାପୁଥିବା ବେଳେ ଏଯାଏ ଇରାନ ଗଣମାଧ୍ୟମ କୌଣସି ସ୍ପଷ୍ଟୀକରଣ ଦେଇନାହିଁ। ଯଦି ଏହି ଖବରରେ ସତ୍ୟତା ରହିଛି, ତା’ହେଲେ ଯୁଦ୍ଧ ମଧ୍ୟରେ ଇରାନରେ ନେତୃତ୍ୱ ସଙ୍କଟ ବେଶ ଚ୍ୟାଲେଞ୍ଜ ସୃଷ୍ଟି କରିବ।
ଖାମେନେଇଙ୍କ ମୃତ୍ୟୁ ପରେ ଇରାନ ନିଜ ସମ୍ବିଧାନର ଧାରା ୧୧୧କୁ କାର୍ଯ୍ୟକାରୀ କରିଥିଲା। ସୁପ୍ରିମ ଲିଡରଙ୍କ ଦାୟିତ୍ୱ ନେବାକୁ ୩ ଜଣିଆ ଅନ୍ତରୀଣ ନେତୃମଣ୍ଡଳୀ ପରିଷଦ ଗଠନ କରାଯାଇଥିଲା। ଏଥିରେ ଅରାଫିଙ୍କୁ ଗାର୍ଡିଆନ କାଉନସିଲର ଜୁରିଷ୍ଟ ପ୍ରତିନିଧି ଭାବେ ନିଯୁକ୍ତି ମିଳିଥିଲା। ସ୍ଥାୟୀ ସୁପ୍ରିମ ଲିଡର ନିଯୁକ୍ତ ହେବା ଯାଏ ସେ ଏହି ପଦରେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଥିଲା।
୧୯୫୯ରେ ଜନ୍ମିତ ଅରାଫି ହେଉଛନ୍ତି ଜଣେ ପ୍ରଖ୍ୟା ଶିଆ ଧର୍ମ ପ୍ରଚାରକ। ସେ ଇରାନର ଧାର୍ମିକ ପ୍ରତିଷ୍ଠାନ ସହ ଦୀର୍ଘ ବର୍ଷ ହେଲା ଜଡ଼ିତ। ଜଣେ ମେଧାବୀ ଭାବେ ସେ କ୍ୱମରେ ପଢ଼ିଥିଲେ ଓ ମୁଜତାହିଦ ପାହ୍ୟାକୁ ପଦୋନ୍ନତି ପାଇଥିଲେ। ମୁଜତାହିଦ ଭାବେ ସେ ସ୍ୱାଧୀନ ଭାବେ ଇସଲାମିକ ଲିଗାଲ ରୁଲିଂ ଦେବାକୁ ଅଧିକାର ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
