Advertisment

ହମାସର ବାୟୁସେନା ମୁଖ୍ୟ ସଫା, ଇସ୍ରାଏଲ୍‌ର ଦାବି

ଶନିବାର ଦିନ ନରସଂହାର ବେଳେ ଆତଙ୍କବାଦୀମାନଙ୍କୁ ବିଭିନ୍ନ ପ୍ରକାର ନିର୍ଦ୍ଦେଶ ଦେବାରେ ଆବୁ ମୁରାଦର ଯଥେଷ୍ଟ ଭୂମିକା ଥିଲା।

Israel-hamas War

Israel-hamas War

Advertisment

ଆକ୍ରମଣରେ ଟଳିଲା ହମାସର ବାୟୁସେନା ମୁଖ୍ୟ। ଗତରାତିରେ ହୋଇଥିବା ଆକ୍ରମଣରେ ହମାସର ବାୟୁସେନା ମୁଖ୍ୟ ଅବୁ ମୁରାଦ ଟଳିଛି। ଏନେଇ ଇସ୍ରାଏଲ୍‌ ସେନା ଦାବି କରିଛି। ଗତରାତିରେ ଗାଜା ଷ୍ଟ୍ରିପରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ହମାସ ବୟୁସେନା ଏହି ମୁଖ୍ୟ ସଦସ୍ୟ ନିହତ ହୋଇଥିବା କୁହାଯାଉଛି।

Advertisment

ଦ ଟାଇମ୍ସ ଅଫ୍ ଇସ୍ରାଏଲର ରିପୋର୍ଟ ଅନୁସାରେ, ଇସ୍ରାଏଲ ସେନା ଗତ ରାତିରେ ହମାସର ଏକ ମୁଖ୍ୟ କାର୍ଯ୍ୟଳୟକୁ ଟାର୍ଗେଟ କରିଥିଲା। ଗାଜା ଷ୍ଟ୍ରିପ୍‌ରେ ବାୟୁସେନା କାର୍ଯ୍ୟକଳାପ ବୁଝାଶୁଝା କରୁଥିବା ମୁଖ୍ୟାଳୟ ଉପରେ ବିମାନ ଆକ୍ରମଣ କରାଯିବାରୁ ତା'ର ମୃତ୍ୟୁ ଘଟିଥିବା କଥା ଇସ୍ରାଏଲ୍‌ ପ୍ରତିରକ୍ଷା ବଳ କହିଛି।

ରିପୋର୍ଟ ମୁତାବକ, ଅବୁ ମୁରାଦ ଗତ ସପ୍ତାହରେ ଇସ୍ରାଏଲରେ ହମାସ ଆକ୍ରମଣ ସମୟରେ ଏକ ବଡ଼ ଭୂମିକା ନେଇଥିଲା। ଶନିବାର ଦିନ ନରସଂହାର ବେଳେ ଆତଙ୍କବାଦୀମାନଙ୍କୁ ବିଭିନ୍ନ ପ୍ରକାର ନିର୍ଦ୍ଦେଶ ଦେବାରେ ଆବୁ ମୁରାଦର ଯଥେଷ୍ଟ ଭୂମିକା ଥିଲା। ହମାସର ଲଢ଼ୁଆ ହ୍ୟାଙ୍ଗ ଗ୍ଲାଇଡର୍ସ ଜରିଆରେ ଇସ୍ରାଏଲ୍‌ରେ ପ୍ରବେଶ କରିଥିଲା। 

Advertisment

ହମାସ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ୍‌ ଉପରେ ଘନ ଘନ ଆକ୍ରମଣ କରିଥିଲା। ଏଥିଯୋଗୁ ଇସ୍ରାଏଲର ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଇସ୍ରାଏଲର ଜବାବି ଆକ୍ରମଣରେ ଗାଜାର ୧୫୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

Israel Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe