Advertisment

ବ୍ୟାପିଲା ବାର୍ଡ ଫ୍ଲୁ, ନେଲା ପ୍ରଥମ ଜୀବନ

ଛାତ୍ର ଜଣଙ୍କ ନହା ତ୍ରାଙ୍ଗ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ମାର୍ଚ୍ଚ ୨୩ରେ ଭାଇରସରର ସବଟାଇପ ଏଚ୫ଏନ୧ରେ ତାଙ୍କର ଜୀବନ ଯାଇଛି। ଦେଶରେ ପ୍ରଥମଥର ପାଇଁ ବାର୍ଡ ଫ୍ଲୁ କାହାର ଜୀବନ ନେଇଛି।

Bird Flu

Bird Flu

Advertisment

ପୁଣିଥରେ ଡରେଇବା ଆରମ୍ଭ କରିଛି ଆଭିଆନ ଇନ୍‌ଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁ। ଭିଏତନାମରେ ବାର୍ଡ ଫ୍ଲୁ କାୟା ମେଲାଇବା ସହ ଜଣେ ୨୧ ବର୍ଷୀୟ ଛାତ୍ର ଜଣଙ୍କ ଜୀବନ ନେଇଛି। ବାର୍ଡ ଫ୍ଲୁ ଯୋଗୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବରକୁ ଭିଏତନାମ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଶ୍ଚିତ କରିଛି।

Advertisment

ମନ୍ତ୍ରଣାଳୟ କହିଛି ଯେ ଛାତ୍ର ଜଣଙ୍କ ନହା ତ୍ରାଙ୍ଗ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ମାର୍ଚ୍ଚ ୨୩ରେ ଭାଇରସରର ସବଟାଇପ ଏଚ୫ଏନ୧ରେ ତାଙ୍କର ଜୀବନ ଯାଇଛି। ଦେଶରେ ପ୍ରଥମଥର ପାଇଁ ବାର୍ଡ ଫ୍ଲୁ କାହାର ଜୀବନ ନେଇଛି।

ଏହି ଘଟଣା ପରେ ଆଲର୍ଟ ମୋଡକୁ ସ୍ୱାସ୍ଥ୍ୟାଧିକାରୀମାନେ ଚାଲି ଆସିଛନ୍ତି। ବାର୍ଡ ‍ଫ୍ଲୁ ଭାଇରସ ଯେମିତି ମଣିଷ କ୍ଷେତ୍ରରେ ନ ବ୍ୟାପିବ ସେଥିପାଇଁ ସତର୍କତା ପଦକ୍ଷେପ ସବୁ ନିଆଯାଉଛି। ଜାନୁଆରୀ ମାସରୁ ଭିଏତନାମର ବିଭିନ୍ନ ପ୍ରଦେଶରେ ବାର୍ଡ ‍ଫ୍ଲୁ ବ୍ୟାପୁଥିବା ଖବର ମିଳିଥିଲା।

Advertisment

ହେଲେ ଏଯାଏ କାହାର ଜୀବନ ଯାଇ ନଥିଲା। ପ୍ରାଣ ହରାଇଥିବା ଛାତ୍ରଙ୍କ ଘରର ଆଖପାଖରେ ଯାଞ୍ଚ କରିବା ସହ କୌଣସି ପକ୍ଷୀ ମରିଛନ୍ତି କି ନାହିଁ, ତା’ର ଛାନଭିନ କରାଯାଇଛି। ତେବେ ସେମିତି କିଛି ଖବର ଏଯାଏ ମିଳିନି।

କିନ୍ତୁ ଲୁନାର ନ୍ୟୁୟର ବେଳେ କିଛି ଜଙ୍ଗଲୀ ପକ୍ଷୀ ଉକ୍ତ ଅଞ୍ଚଳକୁ ଆସି ବସବାସ କରିଥିଲେ। ସମ୍ଭବତଃ ସେମାନଙ୍କ ଠାରୁ ସଂକ୍ରମଣ ବ୍ୟାପିଥିବା କୁହାଯାଉଛି।

Bird Flu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe